-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
23-Feb-2021
ମାଲକାନଗିରି (ପ୍ରେରଣା ଖବର ବ୍ୟୁରୋ): ଯୋଜନା ପଣ୍ଡ । ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲେ ସୁରକ୍ଷାକର୍ମୀ। କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ କରି ନଷ୍ଟ କରିଛନ୍ତି ଯବାନ । ଏବେବି ସର୍ଚ୍ଚ ଅପରେନସନ ଜାରି ରହିଛି ।
ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ଚିତ୍ରକୋଣୀ ବ୍ଲକ ଯୋଡାମ୍ବ କଦଳିବନ୍ଧା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିଲା । ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା । କିନ୍ତୁ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା । ଯାହାକୁ ସୁରକ୍ଷାକର୍ମୀ ନଷ୍ଟ କରିଛନ୍ତି । ତେବେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ବିସ୍ଫୋରକ ଭର୍ତ୍ତି ଆଇଇଡି, ଟିଫିନ ବୋମା, ମାଓ ସାମଗ୍ରୀ, ପୋଷାକ , ବ୍ୟାଟେରୀ, ତାର ରହିଛି ।