-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
12-Feb-2021
ପୁରୀ (ପ୍ରେରଣା ଖବର ବ୍ୟୁରୋ) :ତାରିଖ ଘୋଷଣା ପୂର୍ବରୁ ଉଠୁଛି ପଡୁଛି ପିପିଲି ପଲିଟିକ୍ସ । ପିପିଲି ଉପନର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ଏପରିକି କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହା ସ୍ଥିର କରାଯାଇନାହିଁ । ତଥାପି ପିପିଲିରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ପ୍ରାର୍ଥୀ ଘୋଷଣା ପୂର୍ବରୁ ବିଜେଡି କରୁଛି ଶକ୍ତି ପ୍ରଦର୍ଶନ । ତେବେ ପିପିଲି ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ପୂର୍ବରୁ ନୂଆ ଶାସନ ପଂଚାୟତର ସରପଂଚ ପ୍ରଫୁଲ୍ଲ ମେକାପ ୩ଟି ପିଲାଙ୍କ ବାପା ହୋଇଥିବାରୁ ତାଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ଉଚ୍ଚ ନ୍ୟାୟଳୟ । ଏଠାରେ ଉପ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ଡକ୍ଟର ଚିନ୍ମୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିବା ସହିତ ୧୪ ମାଣ ମେଲଣ ପଡିଆରେ ଏକ ସଭା କରି ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ବିଜେଡି!!*ତେବେ ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ , ପୁରୀ ଜିଲ୍ଳା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ପରି ଛାମୁଆ ନେତାଙ୍କୁ ଧରି ସଭା କରୁଛି ବିଜୁ ଜନତା ଦଳ । ଏପଟେ ବିଜେପି ଓ କଂଗ୍ରେସ ବିଜେଡିର ଶକ୍ତିପ୍ରଦର୍ଶନକୁ ଦେଖି କେଉଁ କେଉଁ ରଣନୀତି ଆପଣାଇବେ ତାହା ଉପରେ ଏବେ ନଜର ରହିଛି!!