-+91-9937148622 |

prerana_bgr@rediffmail.com |

  Wednesday 9th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||      ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   (09-Sep-2026)       ||      ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ସମାରୋହ   (09-Sep-2026)       ||      ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନରେ ସାଂସଦଙ୍କ ଉଦବୋଧନ   (09-Sep-2026)       ||      ଛତୁ ଚାଷ ତାଲିମ ଶିବିରରେ ବିହନ ବଣ୍ଟନ   (09-Sep-2026)       ||      *ବନ୍ଦୋବସ୍ତ ବିଭାଗ ର ଶିରୋସ୍ତାଦାର ମୁରଲୀ ଧର ଶତପଥୀ ଙ୍କ ପରଲୋକ*- *ବିଶିମୁଣ୍ଡା ଅଞ୍ଚଳ ରେ ଶୋକ*-   (09-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ    (09-Sep-2026)       ||      ଟିଟିଲାଗଡ ବ୍ଲକ୍ ଠାରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ଓ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି ତାଲିମ।   (09-Sep-2026)       ||      ଆଇ ଟି ଆଇ ଓ ପଲିଟେକନିକ୍ ଠାରେ ଯଶୋଦା ଯୋଜନା ର ପରାମର୍ଶ ଶିବିର ଅନୁଷ୍ଟିତ   (09-Sep-2026)       ||      ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ♦️ ଜିଲ୍ଲା ପ୍ରଶାସନ, ଯୁବଗୋଷ୍ଠୀ ଓ ବନ ରକ୍ଷା ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା    (08-Sep-2026)       ||     

HOME   ଜିଲ୍ଲା

ସାକ୍ଷରତା ର ସନ୍ଦେଶ ନେଇ ସହରରେ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି

08-Sep-2026



ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ବଲାଙ୍ଗୀର,ତା.୦୮/୦୯/୨୦୨୬:ଶିକ୍ଷା ଓ ସାକ୍ଷରତାର ମହତ୍ତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନଫରେନ୍ସ ହଲ୍‌ଠାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାକ୍ଷରତାକୁ ସମାଜର ସାମଗ୍ରିକ ବିକାଶର ମୁଖ୍ୟ ଆଧାର ଭାବେ ଗୁରୁତ୍ୱାରୋପ କରାଯାଇଥିଲା।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀ ରୀନା କୁମାରୀ

ବେହେରା ଯୋଗଦେଇ ସାକ୍ଷରତା ଦିବସର ଉଦ୍ଦେଶ୍ୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ସାକ୍ଷରତା କେବଳ ପଢ଼ିବା ଓ ଲେଖିବାରେ ସୀମିତ ନୁହେଁ;ଏହା ଜ୍ଞାନ,ସୁଯୋଗ,ସମାନତା ଓ ଉନ୍ନତିର ଦ୍ୱାର ଖୋଲିଥାଏ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ଓ ସେବାଶ୍ରୀ ଭୋଇ ମଧ୍ୟ ନିଜ ବକ୍ତବ୍ୟ ରଖି ସମାଜର ପ୍ରତ୍ୟେକ ବର୍ଗଙ୍କ ମଧ୍ୟରେ ଶିକ୍ଷା ଓ ସାକ୍ଷରତାର ପ୍ରସାର ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ।ଏହି ଅବସରରେ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଓ ପିଏମ ଶ୍ରୀ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ ର ଛାତ୍ର ମାନେ ସଚେତନତା ରାଲିରେ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସାକ୍ଷରତାର ଆବଶ୍ୟକତା,ଶିକ୍ଷାର ମହତ୍ତ୍ୱ ଓ ସମାଜରେ ଜ୍ଞାନର ପ୍ରସାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ।ପରେ ଆୟୋଜିତ ସଭାରେ ଛାତ୍ରଛାତ୍ରୀ ମାନେ ସାକ୍ଷରତା ଓ ଶିକ୍ଷାର ପ୍ରସାର ପାଇଁ ଶପଥ ପାଠ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ଓ ଶିକ୍ଷକ କୃଷ୍ଣ ଚନ୍ଦ୍ର ଶତପଥୀ ମଞ୍ଚାସୀନ ଥିଲେ।ଜିଲ୍ଲାର ୧୪ଟି ବ୍ଲକରୁ 'ଉଲ୍ଲାସ' କାର୍ଯ୍ୟକ୍ରମରେ ଯୋଡି ହୋଇ ଅକ୍ଷର ଜ୍ଞାନ ହାସଲ କରିଥିବା ନବସାକ୍ଷର ମାନେ ଏଥିରେ ଯୋଗଦେଇଥିଲେ।ସେମାନେ ଅକ୍ଷର ଜ୍ଞାନ ଶିଖିବା ପୂର୍ବର ଜୀବନ ଓ ଶିକ୍ଷା ହାସଲ କରିବା

ପରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ନିଜ ଅଭିଜ୍ଞତା ବଖାଣିଥିଲେ।ଅକ୍ଷର ଚିହ୍ନିବା,ନିଜ ନାମ ଲେଖିବା ଓ ଦୈନନ୍ଦିନ ଜୀବନରେ ପଢ଼ାଲେଖାର ଉପଯୋଗ କରିପାରୁଥିବାର ଅନୁଭବ ସେମାନଙ୍କ ମୁହଁରେ ଆତ୍ମସନ୍ତୋଷ ଓ ଆତ୍ମବିଶ୍ୱାସ ଆଣିଥିବା ପ୍ରକାଶ ପାଇଥିଲା।ସେମାନଙ୍କ ଅଭିଜ୍ଞତା ଉପସ୍ଥିତ ଅନ୍ୟମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିଥିଲା।ଶିକ୍ଷକ ହେମନ୍ତ ପଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶିକ୍ଷକ ଜଗଦୀଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ଲକ ର ସିଆରସିସି ଓ ନବସାକ୍ଷର ମାନେ ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ   09-Sep-2026
  ଜିଲ୍ଲା  
ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   09-Sep-2026
  ଜିଲ୍ଲା  
ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   09-Sep-2026
  ଜିଲ୍ଲା  
ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି   09-Sep-2026
  ଜିଲ୍ଲା  
ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   09-Sep-2026
  ଜିଲ୍ଲା  
ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   09-Sep-2026
  ଜିଲ୍ଲା  
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   09-Sep-2026
  ଜିଲ୍ଲା  
*CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   09-Sep-2026
  ଜିଲ୍ଲା  
ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   09-Sep-2026

You Might Also Like