-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
12-Feb-2021
ଅନୁଗୋଳ(ପ୍ରେରଣା ଖବର ବ୍ୟୁରୋ) : ଶ୍ବାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ । ଦମ୍ପତ୍ତିଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ ଶ୍ବାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ଗୁରୁବାର ରାତିରେ ଘରେ ଶୋଇଥିବା ବେଳେ ସର୍ଟ ସର୍କିଟ୍ରୁ ନିଆଁ ଫ୍ୟାନ୍ ଫ୍ୟାନ୍ରେ ନିଆଁ ଲାଗିଯାଇଥିଲା । ଫଳରେ ଘରସାରା ଧୂଆଁ ଭର୍ତ୍ତି ହୋଇଯାଇଥିଲା । ସେହି ଧୂଆଁରେ ଶ୍ବାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ସ୍ବାମୀ ଦୁଃଖବନ୍ଧୁ ସାହୁ ଏବଂ ସ୍ତ୍ରୀ ପାଞ୍ଚାଳି ସାହୁ ।
ଦମ୍ପତ୍ତିଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତ ଦମ୍ପତ୍ତିଙ୍କ ଶେଷକୃତ୍ୟ ଗାଁ ମଶାଣୀ ସମ୍ପନ୍ନ ହୋଇଛି ।