-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
27-Jun-2026
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ ): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପଡ଼ିଆବାହାଲ ମଣ୍ଡଳ ସ୍ଥିତ ଖଲିଆପାଲି ହନୁମାନ ବାଟିକା ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ପ୍ରଭୁ ଶନି ମହାରାଜ ଓ ବଜରଙ୍ଗ ବଳି ହନୁମାନ ଙ୍କ ସମ୍ମୁଖରେ ପୂଜାର୍ଚ୍ଚନା ସହିତ ତାଙ୍କର ରାଜନୀତି,ସାମାଜିକ, ବ୍ୟବସାୟିକ, ପାରିବାରିକ କ୍ଷେତ୍ରରେ ଉନ୍ନତି ପାଇଁ ସଂକଳ୍ପ ସହିତ ଦୀପଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ଆକାଶ ମିଶ୍ର, ଯୁଯୁମୁରା ବ୍ଲକ ର ସାଂସଦ ପ୍ରତିନିଧି ପ୍ରମୋଦ ମିଶ୍ର,କପିଲ ପ୍ରଧାନ,ବିଜେପିର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ, ଯୁବନେତା ସୋମ୍ୟରଞ୍ଜନ ବଡପଣ୍ଡା,ସୁଧାଂଶୁ ମହାପାତ୍ର,ସୁଦୀପ୍ତ ନାୟକ,ଦିନେଶ ବଡପଣ୍ଡା, ଗୋକୁଳାନନ୍ଦ ସାହୁ,ମୁନୁ ବେହେରା,ବାଦଲ ମହାପାତ୍ର, ସତ୍ୟନାରାୟଣ ବାଗ,ରାଜେଶ ମହାପାତ୍ର,ଗୁଣନିଧି ପ୍ରଧାନ, ଚନ୍ଦନ ମହାପାତ୍ର,ଆଶିଷ ନାୟକ,ଦେବାନନ୍ଦ ଭୋସାଗର ,ବିନୋଦ ମେହେର,ଅମ୍ବରିଶ ନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।