-+91-9937148622 |

prerana_bgr@rediffmail.com |

  Wednesday 9th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||      ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   (09-Sep-2026)       ||     

HOME   ଜିଲ୍ଲା

ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

09-Sep-2026



ଭୁବନେଶ୍ୱର(ମୁରଲୀଧର ମିଶ୍ର): ରାଜ୍ୟର ଯୁବପିଢ଼ିଙ୍କ ନେତୃତ୍ୱ, ସୃଜନଶୀଳତା ଓ ନବସୃଜନକୁ ଜାତୀୟ ସ୍ତରରେ ନୂଆ ପରିଚୟ ଦେବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ସାମ୍ବାଦିକ ସମ୍ମିଳନୀରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ (VBYLD)-୨୦୨୭’ ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘MY Bharat’ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନ ମାଧ୍ୟମରେ ଯୁବମାନଙ୍କୁ ‘ବିକଶିତ ଭାରତ @୨୦୪୭’ର ଲକ୍ଷ୍ୟ ପ୍ରତି ନିଜର ଚିନ୍ତାଧାରା ଓ ଅବଦାନ ଉପସ୍ଥାପନ କରିବାର ଅପୂର୍ବ ସୁଯୋଗ ମିଳିବ।

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, _ଏହି ସଂଳାପ ହେଉଛି ରାଜ୍ୟ ଓ ଦେଶର ଆଗାମୀ ଯୁବ ନେତାମାନଙ୍କ ପାଇଁ ‘ଖେଳପଡ଼ିଆରୁ ସଂସଦ’  ଏବଂ ‘ଶ୍ରେଣୀଗୃହରୁ ବୋର୍ଡରୁମ୍‌’ ପର୍ଯ୍ୟନ୍ତ ପହଞ୍ଚିବାର ଏକ ଦକ୍ଷ ମଞ୍ଚ। ଚିନ୍ତାଧାରାରୁ ନବସୃଜନ ପ୍ରକ୍ରିୟାରେ ବିଭିନ୍ନ ଉତ୍ପାଦ ଓ ସେବା ସାମିଲ ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଥିବା ନୂତନ ଚିନ୍ତାଧାରା ଏବଂ ନବସୃଜନକୁ କିପରି ସମୃଦ୍ଧ ଓ ପ୍ରୋତ୍ସାହିତ କରାଯାଇପାରିବ, ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଉତ୍ତମ ଚିନ୍ତାଧାରାଗୁଡ଼ିକୁ ସାକାର କରିବା ପାଇଁ ସରକାର IIT ଏବଂ ଅନ୍ୟାନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକର ସହାୟତା ମଧ୍ୟ ନେଉଛନ୍ତି।_

ସ୍ୱାମୀ ବିବେକାନନ୍ଦଙ୍କର ଅମର ବାଣୀ “ମୋତେ ୧୦୦ ଜଣ ସମର୍ପିତ ଯୁବକ ଦିଅ, ମୁଁ ସମ୍ପୂର୍ଣ୍ଣ ବିଶ୍ୱକୁ ବଦଳାଇ ଦେବି” କୁ ସ୍ମରଣ କରି ମନ୍ତ୍ରୀ କହିଛନ୍ତି ଯେ _ଓଡ଼ିଶାରେ ପ୍ରତିଭାର କୌଣସି ଅଭାବ ନାହିଁ। ନୂତନ ଚିନ୍ତାଧାରା, ନବସୃଜନ ଏବଂ ସଂସ୍କୃତିର ମିଳନ ହେଉଛି ‘ଦକ୍ଷ ଓଡ଼ିଶା’, ‘ବିକଶିତ ଓଡ଼ିଶା’ ଏବଂ ସର୍ବୋପରି ‘ବିକଶିତ ଭାରତ’ର ମୂଳଦୁଆ। ପୂର୍ବରୁ ଓମ୍‌ପ୍ରକାଶ  ରଥ ଏବଂ ସୁଜାତା ଭୂଇଆଁ ଙ୍କ ଭଳି ପ୍ରତିଭାମାନେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଏବେ ଓଡ଼ିଶାରୁ ଏହିଭଳି ଆହୁରି ଅନେକ ନୂଆ ପ୍ରତିଭାଙ୍କୁ ଆଗକୁ ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଅଭିଯାନକୁ ଅଧିକ ସଫଳ କରିବା ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ 'MY Bharat' ଏବଂ 'NSS' ସହିତ ସହବନ୍ଧିତା କରୁଛି।_

VBYLD–2027ର ପ୍ରଥମ ପର୍ଯ୍ୟାୟ ଭାବେ ‘Viksit Bharat Quiz’ ଅନଲାଇନ୍‌ରେ ୧୭ ଅଗଷ୍ଟରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ ଯେଉଁଥିରେ ବୟସ ସୀମା ହୋଉଛି ୧୫ ରୁ ୨୯ ବର୍ଷ । କୁଇଜ୍‌ରେ କୃତକାର୍ଯ୍ୟ ଯୁବକମାନେ ୫୦୦ ଶବ୍ଦର ‘ନିବନ୍ଧ ପ୍ରତିଯୋଗିତା’ ରେ ଭାଗ ନେବେ। ଏହାପରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟରୁ ଚୟନିତ ଯୁବମାନେ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ନିଜର ନୂତନ ଚିନ୍ତାଧାରା ଉପସ୍ଥାପନ କରିବାର ସୁଯୋଗ ପାଇବେ।

ଏହି କାର୍ଯ୍ୟକ୍ରମରେ ବିକଶିତ ଭାରତ ଚ୍ୟାଲେଞ୍ଜ, କଲଚରାଲ ଟ୍ରାକ୍, ଡିଜାଇନ୍ ଫର୍ ଭାରତ, ହ୍ୟାକ୍ ଫର୍ ସୋସିଆଲ୍ କଜ୍, ୟୁଥ୍ ଆଣ୍ଟ୍ରପ୍ରେନରସିପ୍ ଚ୍ୟାଲେଞ୍ଜ ଏବଂ ୟୁଥ୍ ପାର୍ଲାମେଣ୍ଟ ଭଳି ୬ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାକ୍ ସାମିଲ ରହିଛି। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଯୁବପିଢ଼ିଙ୍କୁ MY Bharat ପୋର୍ଟାଲ ([https://mybharat.gov.in/vbyld-2027](https://mybharat.gov.in/vbyld-2027)) ଜରିଆରେ ଏହି ପ୍ରତିଯୋଗିତାରେ ଅଧିକରୁ ଅଧିକ ସଂଖ୍ୟାରେ ପଞ୍ଜୀକରଣ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ବିଭାଗର ନିର୍ଦେଶକ ଡା. ୟେଦୁଲା ବିଜୟ, ଅତିରିକ୍ତ ସାଶନ ସଚିବ ଶ୍ରୀ ସୁଧାକର ନାଏକଙ୍କ ସହିତ 'ମାଇ ଭାରତର' ରାଜ୍ୟ ନିର୍ଦେଶକ ଏବଂ ଏନ.ଏସ.ଏସ. ର ଆଞ୍ଚଳିକ ନିର୍ଦେଶକ  ମଧ୍ୟ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ   09-Sep-2026

You Might Also Like