-+91-9937148622 |

prerana_bgr@rediffmail.com |

  Wednesday 9th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||      ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   (09-Sep-2026)       ||     

HOME   ଜିଲ୍ଲା

ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା

09-Sep-2026



ଭୁବନେଶ୍ୱର(ମୁରଲୀଧର ମିଶ୍ର):  ଏମଏମଡିଆର ବିରୁଦ୍ଧରେ କଂଗ୍ରେସର ରାଜ୍ୟବ୍ୟାପୀ ଜନଜାଗରଣ ଆନ୍ଦୋଳନ ବିଷୟକୁ ନେଇ କଂଗ୍ରେସ ବିଧାୟକ ଦଳଙ୍କ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ପ୍ରଫୁଲ୍ଲ ପ୍ରଧାନ ଏବଂ ବିଧାୟକ ସି ଏସ ରାଜେନ ଏକ୍କା ନିଜ ମତାମତ ଉପସ୍ଥାପନ କରିଥିଲେ l

ସିଏଲପି ନେତା ବିଧାୟକ କାଡ଼ାମ କହିଲେ ଯେ, କେନ୍ଦ୍ରର ବୈମାତୃକ ମନୋଭାବ ଓଡିଶା ପ୍ରତି ଦେଖାଦେଇଛି। ଗତକାଲି ଆମ ପ୍ରଦେଶ ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ  ଇଣ୍ଡିଆ ମେଣ୍ଟର ସମସ୍ତ ଦଳଙ୍କ ସହିତ ମିଳିତ ଭାବରେ ଏକ କନଭେନସନ ସଭା ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସଂଘିୟ ବ୍ଯବସ୍ଥା କୁ ମାଧ୍ୟମରେ ଯାହା ଶୁଣିବା କଥା ତାହା ଶୁଣିଲେ ନାହିଁ ଏବଂ ଏହି ଖଣି ଓ ଖଣିଜଯାତ ଦ୍ରବ୍ଯ ଆଇନ 2026 ପାରିତ କରିନେଲେ। ଏହି ଅଧିନିୟମ କୁ କଂଗ୍ରେସ ଦଳ ସଂପୂର୍ଣ୍ଣ ଭାବରେ ବିରୋଧ କରୁଅଛି। ଓଡିଶାର ୪. ୫କୋଟି ଲୋକଙ୍କ କଥାକୁ କେନ୍ଦ୍ର ସରକାର କୌଣସି ପ୍ରକାର ଭୃକ୍ଷେପ କଲେ ନାହିଁ।  ଏହି ଅଧିନିୟମ ଦ୍ବାରା ଦେଶରେ ଥିବା ଓଡିଶା ଭଳି ଅନେକ ଖଣିଜ ରାଜ୍ଯଗୁଡିକ ପ୍ରଭାବିତ ହେବେ। ଆପଣ ମୀନେ ସମସ୍ତେ ଜାଣନ୍ତି ସୁପ୍ରିମକୋର୍ଟ ରେ ୯ଜଣ ଖଣ୍ଡପିଠ ରେ ଏକ ରାୟ ଦେଇଥିଲେ ଯେ ରାଜ୍ଯ ଗୁଡିକରେ ଥିବା ଖଣିମାନଙ୍କରୁ ସପୂକ୍ତ ରାଜ୍ଯ ଗୁଡିକ ସେସ୍ ଆଦାୟ କରିପାରିବ। କିନ୍ତୁ ଓଡିଶା ରେ ନୂଆ ସରକାର ଆସିବାର ୨ବର୍ଷ ରୁ ଅଧିକ ସମୟ ହୋଇଥିଲେ ସୁଦ୍ଧା 1ଲଖ୍ଯ 10 ହଜାର କୋଟି ଟଙ୍କା ଏପର୍ଯ୍ୟନ୍ତ ଆଦାୟ କରିପାରିନାହିଁ।
ଏହି ଅଧିନିୟମ ପରେ ଆଉ ରାଜ୍ଯ କ୍ଷମତା ନାହିଁ ଏହି କର ବା ସେସ୍ ଆଦାୟ କରିପାରିବ  । ଏହା ଆମ ରାଜ୍ଯ ପାଇଁ ଏତେ ବଡ ଏକ କ୍ଷତି ହେଲା ତାହା କଳ୍ପନା ବାହାରେ। ରାଜ୍ଯର ସମସ୍ତ ଅଧିକାର କେନ୍ଦ୍ର ଛଡେଇକି ନେଇଗଲା  । ଏହା ପରେ ମଧ୍ଯ ଓଡ଼ିଶାର ସରକାର ନିରବ ରହୁଛନ୍ତି କୌଣସି ବି ପ୍ରତିକ୍ରିୟା ଦେଉ ନାହାନ୍ତି। କିନ୍ତୁ ତାଙ୍କର ମନ୍ତ୍ରୀ କହୁଛନ୍ତି ଏହି ନିୟମ ଦ୍ବାରା ରାଜ୍ଯ ଅଧିକ ପାଇବ। ଯଉ ଅଞ୍ଚଳରେ ଖଣି ଖାଦାନ ରହୁଛି ସେଠି ଆଦିବାସୀ ମାନେ ରହୁଛନ୍ତି। ଅନ୍ଯ ରାଜ୍ୟ ମାନଙ୍କରେ ପେସା ଆଇନ ଲାଗୁହେଲେ ମଧ୍ଯ ଓଡିଶା ରେ ପେସା ଆଇନ ଲାଗୁ ହୋଇପାରିଲା ନାହିଁ। ଯାହା ଆଦିବାସୀଙ୍କ ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ଏହି ବିଧେୟକୁ ସରକାର ଯଦି ସଂସୋଧନ ନକରନ୍ତି ଆଗାମୀ ଦିନରେ କଂଗ୍ରେସ ବିଧାନସଭାରେ ଓ ରାଜ ରାସ୍ତାରେ ଲୋକଙ୍କ ପାଇଁ ଲଢେଇ କରିବ ବୋଲି ପ୍ରକାଶ କରିଥିଲେ l
ବରିଷ୍ଠ ବିଧାୟକ ଶ୍ରୀ ବାହିନୀପତି କହିଲେ,
କେନ୍ଦ୍ର ସରକାର ଯେଉଁ ଖଣି ବିଲ 2026 ଆଣିଛନ୍ତି ସମସ୍ତେ ଜାଣିଛନ୍ତି ସଂସଦ ରେ ତାହା ବିନା ଆଲୋଚନାରେ ୧୦ ମିନିଟ ଭିତରେ ପାସ କରି ଦେଇଛନ୍ତି। ତାହା ସଂପୂର୍ଣ୍ଣ ଭାବରେ ରାଜ୍ଯ ବିରୋଧୀ ଆଇନ।  ରାଜୀବ ଗାନ୍ଧୀ ଯେଉଁ ନିୟମ କରିଥିଲେ ଗ୍ରାମ ସଭା ପଲ୍ଲୀ ସଭା କରିଲା ପରେ ଖଣି ଗୁଡିକ ଦେବାର ନିୟମ ତାହା କିନ୍ତୁ ଆଦାନୀ ଓ ଅମ୍ବାନୀ ଙ୍କୁ ସବୁ ଖଣି ଦେବାପାଇଁ ଏ ସରକାର ତରତର ହୋଇ ଏହି ନିୟମ ଗୁଡିକ ଆଣିଛନ୍ତି। କଂଗ୍ରେସ ଏହି ଭୁଲ ଖଣି ନିୟମ କୁ ନେଇ ସାଧାରଣରେ ସଚେତନତା ଆରମ୍ଭକରିବ ଆଗାମୀ ଦିନରେ ଓ ଯଦି ଏହା ସଂସୋଧନ କରାନଯାଏ ସରକାରକୁ ପ୍ରବଳ ମାତ୍ରା ରେ ବିରୋଧ କରାଯିବ  ।
ବିଧାୟକ ଶ୍ରୀ ଏକ୍କା କହିଲେ,
ଯେବେଠୁ ଏହା ଖଣି ନିୟମ ଆସିଲା ଡବଲ ଇଞ୍ଜିନ ସରକାର ଓଡିଶାର ସ୍ବାର୍ଥକୁ ଧୁଳିସାଦ କରିଦେଲା । ଓଡିଶାରୁ ପ୍ରତିନିଧିତ୍ବ କରୁଥିବା ୨୦ ଜଣ ସାଂସଦ କେହି ମଧ୍ଯ ସଂସଦରେ ଏହାର ପ୍ରତିବାଦ କଲେନାହିଁ। ସେହିଦିନ ଠାରୁ ଓଡ଼ିଆଙ୍କୁ ନିଜର ହକ୍ ପ୍ରଦାନ କରିବା ପାଇଁ କଂଗ୍ରେସ ଦଳ ଓ ଇଣ୍ଡିଆ ମେଣ୍ଟ ଏହି ଅଧିନିୟମ ର ବିରୋଧ ଓ ପ୍ରତିବାଦ କରି ଆସିଛି। ଝାରଖଣ୍ଡ ସରକାର ଯଦି ନିଜ ରାଜସ୍ବ ଆଦାୟ କରିବାରେ ସମର୍ଥ ହେଇଛି ତେବେ ଦୁଇ ଦୁୁଇ ବର୍ଷ ଉପରେ ହେଇଗଲା ସରକାର କଣ କରୁଥିଲେ। ରାଜସ୍ବ ଆଦାୟ କରି ପାରିଲେ ନାହିଁ ଯାହା ଫଳରେ ଓଡିଶାକୁ ଅନେକ କ୍ଷତି ସହିବାକୁ ପଡିଛି।
ବରିଷ୍ଠ ବିଧାୟକ ଶ୍ରୀ ପ୍ରଧାନ କହିଲେ, ରାଜ୍ୟରୁ ଯାଇଥିବା 20 ଜଣ ସାଂସଦ ନୀରବ ରହିବା ଅର୍ଥ ନିଜ ମୁଣ୍ଡ ବିକିଦେବା l ଏହା କିଭଳି ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ ପଚାରିଥିଲେ l
ସମସ୍ତ ବିଧାୟକ ଆଗକୁ କଂଗ୍ରେସ ଦୁର୍ବାର ଆନ୍ଦୋଳନରେ ଝାସ ଦେବାର ସୂଚନା ପ୍ରଦାନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ   09-Sep-2026

You Might Also Like