-+91-9937148622 |
prerana_bgr@rediffmail.com |
Monday 20th July 2026 |
R.N.I. Regd No. ODIODI/2010/46693
Breaking News
19-Jul-2026
ବଲାଙ୍ଗୀର(ପ୍ରେରଣା ଖବର): ପୁଇଁନ୍ତଲା ବ୍ଲକ ଲଖପାଲି ଗ୍ରାମର ମୁଖ୍ୟ ରାସ୍ତା NH ବାଇପାସ କାମ ପାଇଁ ଯାଉଥିବା ଭାରୀ ଟ୍ରକ ଓ ଡମ୍ପର ଯୋଗୁଁ ସମ୍ପୂର୍ଣ୍ଣ କାଦୁଅମୟ ହୋଇ ପଡ଼ିଛି। ଆଜି ଭାରତ ମୁକ୍ତି ମୋର୍ଚା ବଲାଙ୍ଗୀର ସଭାପତି ସରୋଜ କୁମାର ମେଶ୍ୱା ଓ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ତୁରନ୍ତ ପ୍ରତିକାର ଦାବି କରିଛନ୍ତି।
ବର୍ଷା ଯୋଗୁଁ ରାସ୍ତା ଗଭୀର କାଦୁଅରେ ପରିଣତ ହେବାରୁ ସ୍କୁଲ ପିଲା, ରୋଗୀ, ବୃଦ୍ଧ ଓ ଗର୍ଭବତୀ ମହିଳା ଯାତାୟାତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଆମ୍ବୁଲାନ୍ସ ବି ଯାଇପାରୁନି। କୃଷିଜାତ ଦ୍ରବ୍ୟ ବଜାରକୁ ଯାଇପାରୁନଥିବାରୁ ଜୀବିକା ପ୍ରଭାବିତ ହୋଇଛି।
ଗ୍ରାମବାସୀ ବାରମ୍ବାର ଠିକାଦାର ଓ NH ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।
ଦାବି: ୧. ରାସ୍ତାରେ ମୋରମ/ମେଟାଲ ପକାଇ ତୁରନ୍ତ ଚଳନଯୋଗ୍ୟ କରାଯାଉ, ୨. ଭାରୀ ଯାନ ପାଇଁ ବୈକଳ୍ପିକ ରାସ୍ତା ବ୍ୟବସ୍ଥା ହେଉ, ୩. ସ୍ଥାୟୀ ସମାଧାନ କରାଯାଉ। ତୁରନ୍ତ ପଦକ୍ଷେପ ନ ହେଲେ ଗଣତାନ୍ତ୍ରିକ ଆନ୍ଦୋଳନ ହେବ ବୋଲି ସରୋଜ ମେଶ୍ୱା ଚେତାବନୀ ଦେଇଛନ୍ତି। ଦାବିପତ୍ରର ନକଲ ଉପ-ଜିଲ୍ଲାପାଳ, NH ଯନ୍ତ୍ରୀ, ବିଡିଓ ଓ ଥାନାକୁ ଦିଆଯାଇଛି।