-+91-9937148622 |

prerana_bgr@rediffmail.com |

  Saturday 5th September 2026 |

| | | |

R.N.I. Regd No. ODIODI/2010/46693

Breaking News

*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||      ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   (04-Sep-2026)       ||      ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||     

HOME   ଜିଲ୍ଲା

ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ

19-Jul-2026



ବଲାଙ୍ଗିର(ପ୍ରେରଣା ଖବର)- ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ବଲାଙ୍ଗିର ଆନୁକୁଲ୍ୟରେ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଆଜି ଉଦ୍‌ଘାଟନ ହୋଇଯାଇଛି । ଏହି ଚମ୍ପିୟାନସିପ୍ ରେ ସମଗ୍ର ଜିଲ୍ଲାରୁ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତାରେ ୯, ୧୧, ୧୩, ୧୫, ୧୭, ୧୯ ରୁ କମ୍ ବୟସ ବର୍ଗର ଉଭୟ ବାଳିକ, ବାଳିକା ସିଙ୍ଗଲ, ଡବଲ୍ସ ଓ ମିକ୍ସ ଡବଲ୍ସ , ବରିଷ୍ଠ  ମହିଳା ଓ ପୁରୁଷ ସିଙ୍ଗଲ ଡବଲ୍ସ ଓ ମିକ୍ସ ଡବଲ୍ସ ଏବଂ ଭେଟେରାନ ର ବିଭିନ୍ନ ବୟସ ବର୍ଗର ପ୍ରତିଯୋଗିତା ଆୟୋଜନ ହେବ । ଜିଲ୍ଲାର ବିଭିନ୍ନ ବ୍ୟାଡ ମିଣ୍ଟନ କ୍ଲବ ଓ ସ୍କୁଲ କଲେଜର ଛାତ୍ର ଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଆଜିର ଉଦ୍‌ଘାଟନ ସମାରୋହରେ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ଏବଂ ଜିଲ୍ଲା ଶାରିିରୀକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରତିଯୋଗିତାର ସଫଳ ରୂପାୟନ ପାଇଁ ଶୁଭେଚ୍ଛା ଜଣାଇବା ସହ ବ୍ୟାଡମିଣ୍ଟନ ଖେଳର ଇତିହାସ ଓ ଜିଲ୍ଲାର ଖେଳାଳିମାନଙ୍କର କୃତିତ୍ୱ ଉପରେ ସେମାନେ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲା ଆହୁରି ଉତ୍ତମ ଖେଳାଳି ରାଜ୍ୟ ତଥା ଦେଶକୁ ପ୍ରଦାନ କରିବ ବୋଲି କହିଥିଲେ । ଜିଲ୍ଲା ବ୍ୟାଡ ମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ହୋଇଥିବା ଉଦ୍‌ଘାଟନି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପ-ସଭାପତି ଘନଶ୍ୟାମ ମିଶ୍ର, ଯୁଗ୍ମ ସଂପାଦକ ମାନସ ମହାନ୍ତି, ବରିଷ୍ଠ ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ସୁଧିର ପଣ୍ଡା, ରୋଶନ ଜୈନ, ଉନ୍ନୟନ କମିଟି ସଦସ୍ୟ ଅନନ୍ତ ବେହେରା, ସଦସ୍ୟ ଆଶିଷ ଦର୍ଜୀ ପ୍ରମୁଖ ମଂଚାସିନ ଥିଲେ । ଚାରିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ସଫଳ ରୂପାୟନ ପାଇଁ ଜାତୀୟ ଗ୍ରେଡ-୨ ରେଫରି ହେମନ୍ତ ପ୍ରଧାନ ମୁଖ୍ୟ ରେଫରି ଭାବରେ ଚନ୍ଦ୍ର ଶେଖର ମିଶ୍ର ଡେପୁଟି ରେଫରି

ଏବଂ ରାଜ୍ୟ ସ୍ୱିକୃତିପ୍ରାପ୍ତ ଟେକନିକାଲ ଅଫସର ବୈଷ୍ଣବ କବାଟ, ସୁଶାନ୍ତ କୁମାର ମହାନ୍ତି, ଉପେନ୍ଦ୍ର ଚନ୍ଦ୍ର, ପବନ କୁମାର ସାହୁ, କେଶବ ଚନ୍ଦ୍ର ସାହୁ, ରମାଇଁ ରଂଜନ ପାଣିଗ୍ରାହୀ, ଅନନ୍ତ ବେହେରା, ମାନସ ମହାନ୍ତି, ଗଜାନନ ଦାଶ, କାସିମ ଇକ୍‌ବାଲ, ରାକେଶ ଜେସୱାଲ, ପ୍ରକାଶ ସାହୁ, ମାଷ୍ଟର ଅଫ୍ ସେରିମନିରେ ନନ୍ଦିନି ଲାଲ, ଅଂଚଳ ରାଜପୁତ, ସଂପ୍ରିତି ପଟ୍ଟନାୟକ, ଗୁନଗୁନ ପଦ୍ମିନୀ ଏବଂ ଫିଜିଓ ତଥା ଫାଷ୍ଟଏଡ୍ ବିଶେଷଜ୍ଞ ଭାବେ ରାମ ନାରାୟଣ ଦାଶ, ପ୍ରକାଶ ଛନ୍ଦ, ରଶ୍ମିରାଣୀ ଦାଶ ଯୋଗଦାନ କରିଛନ୍ତି । ପ୍ରଥମ ଦିନରେ ୧୧ ବର୍ଷ, ୧୩, ୧୫, ୧୭ ଓ ୧୯ ବର୍ଷରୁ କମ୍ ୬୯ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ଖେଳର ଦ୍ୱିତୀୟ ରାଉଣ୍ଡ ର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   05-Sep-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   05-Sep-2026
  ଜିଲ୍ଲା  
ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   05-Sep-2026
  ଜିଲ୍ଲା  
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   04-Sep-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026

You Might Also Like