-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
18-Jul-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୋନପୁର ସର୍କିଟ ହାଉସ ଠାରେ ମାନ୍ୟବର ବଲାଙ୍ଗିର ସାଂସଦ ଶ୍ରୀମତି ସଂଗୀତା କୁମାରୀ ସିଂହଦେଓ ଙ୍କୁ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ସ୍ତରୀୟ ଉତ୍ସଵ ର କିଛି ଉପହାର ବା ସ୍ମୁତି ଫଳକ ସହିତ ସୁବର୍ଣ୍ଣପୁର ଜିଲ୍ଲା ର ଦ୍ରୁତ ବିକାଶ ଲାଗି ସଂଘ ପକ୍ଷରୁ ୭ ଦଫା ଦାବୀ ପ୍ରଦାନ କରାଯାଇଛି l ଯଥା ସ୍ୱର୍ଣ୍ଣିମ ତ୍ରିଭୁଜ ପ୍ରକଳ୍ପ ଆରମ୍ଭ, ପ୍ରସ୍ତାବିତ ଖଇର ମାଳ ଜଳ ପ୍ରକଳ୍ପ ଓ ଆନିକଟ ନିର୍ମାଣ, ଅସମ୍ପୂର୍ଣ୍ଣ ରିଙ୍ଗ ରୋଡ଼ କୁ ସମ୍ପୂର୍ଣ୍ଣ କରିବା, ସୋନପୁର ସଦର ମହକୁମା ର ନିକଟତମ ଅଂଚଳ ରେ ମତ୍ସ୍ୟ ବିଶ୍ୱ ବିଦ୍ୟାଳୟ ସ୍ଥାପନ, ବିଜୁ ପଟ୍ଟନାୟକ ମହିଳା ମହା ବିଦ୍ୟାଳୟ ର ଭିତ୍ତଭୂମିର ବିକାଶ, ଓ ସମ୍ୱଲପୁର ବ୍ରହ୍ମପୁର ରେଳ ଲାଇନ୍ ସୋନପୁର ସହ ସଂଯୋଗୀକରଣ , ଓ ସୋନପୁର ଠାରେ ସୈନିକ ସ୍କୁଲ ସ୍ଥାପନ ସହ ୭ ଦଫା ଦାବୀ ଆଜି ମାନ୍ୟବର ସାଂସଦ ଙ୍କୁ ପ୍ରଦାନ କରା ଯାଇଛି l ଏହା ସହ ସୋନପୁର ବାଇପାସ୍ ରୋଡ଼ ବ୍ୟୟ ବରାଦ ପାଇଁ , ନୂତନ ବଷ୍ଟାଣ୍ଡ ର କାର୍ଯ୍ଯ ତ୍ୱରାନ୍ୱିତ ପାଇଁ ଓ ସମ୍ବଲପୁର ବ୍ରହ୍ମପୁର ରେଳ ଲାଇନ୍ ସଂଯୋଗୀକରଣ ଦାବୀ ନେଇ ଲୋସଭାରେ ଦୃଢ଼ ଦାବୀ ଉପସ୍ଥାପନ କରି ଥିବାରୁ ମାନ୍ୟବର ସାଂସଦ ଙ୍କୁ ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ଭୁୟସୀ ପ୍ରଶଂସା କରା ଯାଇଥିଲା l ଏହି ଅବସରରେ ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ରାଜ କିଶୋର ତ୍ରିପାଠି, ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠି, ଉପ ସଭାପତି ବିବେକା ନନ୍ଦ ମିଶ୍ର, ସଂପାଦକ ମହାଦେବ ମଲ୍ଲିକ ପ୍ରମୁଖ ଜିଲ୍ଲା ଶାଖା ର ଲିଗାଲ ଏଡଭାଇଜର ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ l