-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
13-Jul-2026
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖାର କାର୍ଯ୍ୟକାରୀ କମିଟି ବୈଠକ ରବିବାର ସ୍ଥାନିୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସଭାପତି ଗୋପବନ୍ଧୁ ସତପଥୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଈ ଯାଇଚି। ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ କେନ୍ଦ୍ରୀୟ ସହ କୋଷାଧ୍ୟକ୍ଷ ଦୀପକ ମହାନ୍ତି ଓ କ୍ଷେତ୍ରୀୟ ସଙ୍ଗଠନ ମନ୍ତ୍ରୀ ରାମ ଚନ୍ଦ୍ର ସ୍ବାଇଁ, ପ୍ରାନ୍ତ ସଭାପତି କିଶୋର ମୋହନ ମିଶ୍ର ବୈଠକ ରେ ଅତିଥି ଭାବରେ ଯୋଗଦେଇ ପଞ୍ଚାୟତ କୁ ଜିଲ୍ଳାର ପ୍ରତି ବ୍ଲକ, ଏନଏସି ସହିତ ଗ୍ରାମାଞ୍ଚଳ କୁ
ବିସ୍ତାରିତ କରି ଯୁବକ ଯୁବତୀ ଯୁବା ବର୍ଗ , କୁ ସାମିଲ କରିବା କୁ ପରାମର୍ଶ ଦେଇଥିଲା।
ବଲାଙ୍ଗିର ସୁଦପଡା ଠାରେ ବଲାଙ୍ଗିର କେନ୍ଦ୍ରୀୟ କାରାଗାର ମୂଖ୍ୟ ଦ୍ୱାର ଆଗରେ ଥିବା ଘରେ ଗୋଟିଏ ନିଶୁଳ୍କ ଗ୍ରାହକ ପରାମର୍ଶ କେନ୍ଦ୍ର କୁ ଅତିଥୀ ମାନେ ଉଦ୍ଘାଟନ କରିଥଲେ। ପଞ୍ଚାୟତ ର ସାଧାରଣ ସମ୍ପାଦକ ଅଭିକର୍ତା ଅଶୋକ କୁମାର ମିଶ୍ର ଙ୍କ ଇସ୍ତପା କୁ ଗ୍ରହଣ କରି ଅଲ୍ ଉମା ଶଙ୍କର ସାହୁ ଙ୍କୁ
ବୈଠକରେ ସମ୍ପାଦକ ଦାୟିତ୍ୱ ଦିଆ ଗଲା ଶ୍ରୀ ସହୁ ଗ୍ରାହକ ପରାମର୍ଶ କେନ୍ଦ୍ର ଦାୟିତ୍ବ ସମ୍ପାଦନ କରିବେ। ଏହି ବୈଠକ ରେ ସଦସ୍ୟ ମାନଂକ ସମେତ ମହିଳା ସଦସ୍ୟ ମାନେ ଯୋଗ ଦେଉଥିଲେ।
ପୂର୍ବରୁ ଅପରାହ୍ନ ରେ ଗ୍ରକକ ପଞ୍ଚାୟତ ମହିଳା ସଦସ୍ୟା ମନଙ୍କୁ ନେଇ ଗଠିତ ମହିଳା ସମିତି ର ବୈଠକ ନିହାରିକା ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅତିଥି ମନେ ମହିଳା ସଦସ୍ୟ ମାନଙ୍କୁ ଅଧିକ ସକ୍ରିୟ ହୋଇ କାମ କରିବା କୁ ପରାମର୍ଶ ଦେଇଥିଲେ। ରାତି ଆଠଟା ରେ ସ୍ଥାନିୟ ପୂର୍ତ୍ତ ଡାକ ବଙ୍ଗଳା ଠାରେ ଜିଲ୍ଲାର ଅଧିବକ୍ତା ମନଙ୍କୁ ନେଇ ବିଚାର ବିମର୍ଶ ହୋଈ ଥିଲା, ଖାଉଟି ମାନଂକ ବିଭିନ୍ନ ସମସ୍ୟାକୁ ଆଇନଗତ ଅସୁବିଧା କୁ ଦୂର କରିବା ଦିଗରେ ଆଲୋଚନା ହୋଇଥିଲା।