-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
13-Jul-2026
ବିନିକା(ହିମାଂଶୁ ଶେଖର ପୁଟେଲ)ରବିବାର ବିନିକା ସ୍ଥିତ ସିଦ୍ଧାର୍ଥ ସ୍ୱାତକ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସର(YRC)ର ଏକ ନୂତନ କାର୍ଯ୍ୟାଳୟ ରେଡକ୍ରସ ଅଧିକାରୀ ଡ.ରମେଶଚନ୍ଦ୍ର ବେହେରାଙ୍କ କରକମଳରେ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ବରିଷ୍ଟ ଅଧ୍ୟାପକ ଗୋପାଳ କୃଷ୍ଣ ଦାସ,ଯୁବ ରେଡକ୍ରସ ଜିଲ୍ଲା ସଂୟୋଜକ ବିଶ୍ଵନାଥ ମିଶ୍ର,ଜିଲ୍ଲା ଯୁବ ରେଡଫ କ୍ରସ ଆବାହକ ଉମାକାନ୍ତ ନାଗ,କିଶୋର ସାହୁ, ଗରିବ ସାଲମା,ଧନେଶ୍ୱର ସାହୁ, ଭଗବାନ ସାହୁ,ସାଧୁରାମ ସାହୁ,ଅଧ୍ୟାପିକା ବିଘ୍ନେଶ୍ୱରୀ ପୁଜାରୀ ଏଵଂ ୟୁବ ରେଡକ୍ରସ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।
ଏହି ପରିପ୍ରେକ୍ଷୀରେ ଯୁବ ରେଡକ୍ରସ ଅଧିକାରୀ ଶ୍ରୀ ବେହେରା ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମାନବିକ ସେବା,ସ୍ୱେଚ୍ଛାସେବା, ରକ୍ତଦାନ,ସ୍ୱାସ୍ଥ୍ୟ ସଚେତନତା ଏବଂ ସାମାଜିକ ଦାୟିତ୍ୱ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ସେବା ଯୋଗାଇଦେବାକୁ ଆହ୍ୱାନ ଦେଇଥିଲେ । ମହାବିଦ୍ୟାଳୟରେ ଏହି କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଯୁବ ରେଡକ୍ରସର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଅଧିକରୁ ଅଧିକ ଭାବେ ତ୍ଵରାନିତ ହେବ ବୋଲି ମତ ପ୍ରକାଶ ପାଇଥିଲା।
ଶେଷରେ ସମସ୍ତ ଉପସ୍ଥିତ ଅତିଥି ଓ ସ୍ୱେଚ୍ଛାସେବୀମାନେ ଯୁବ ରେଡକ୍ରସର ଆଦର୍ଶ ଅନୁସରଣ କରି ସମାଜସେବାରେ ନିଜକୁ ସମର୍ପିତ କରିବାର ସଂକଳ୍ପ ନେଇଥିଲେ।