-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   (06-Sep-2026)       ||      ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   (06-Sep-2026)       ||      ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||      ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||     

HOME   ଜିଲ୍ଲା

ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ

10-Jul-2026



ଯୁବ ବୈଜ୍ଞାନିକମାନେ ସେମାନଙ୍କର ଜ୍ଞାନକୁ ସମାଜର ତୃଣମୂଳ ସ୍ତରର ସମସ୍ୟାର ସମାଧାନ ପାଇଁ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର(ପ୍ରେରଣା ଖବର): ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ ୧୫ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ କହିଛନ୍ତି ଯେ   "ଆଜି ମହାନ ବୈଜ୍ଞାନିକ ହୋମି ଭାଭା ଆମ ଗହଣରେ ନାହାନ୍ତି ସତ, କିନ୍ତୁ ଆଜି ମୁଁ ମୋ ସମ୍ମୁଖରେ ଶତାଧିକ ହୋମି ଭାଭାଙ୍କୁ ବସିଥିବାର ଦେଖିପାରୁଛି।" କେବଳ ଗବେଷଣା ନୁହେଁ, ବରଂ ଜାତୀୟ ସୁରକ୍ଷା ଓ ଦୀର୍ଘସ୍ଥାୟୀ ବିକାଶ (Sustainable Development) ପ୍ରତି ନାଇଜର’ର ଅଙ୍ଗୀକାରବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଥିବା ବେଳେ ବିଜ୍ଞାନର ସାମର୍ଥ୍ୟ ହିଁ ଏହାର ସ୍ଥାୟୀ ସମାଧାନ ବାହାର କରିପାରିବ ବୋଲି ସେ କହିଥିଲେ।

 ସେ କହିଥିଲେ ଯେ, ବୈଜ୍ଞାନିକ ଦକ୍ଷତା ଏବେ କୌଣସି ବିକଳ୍ପ ନୁହେଁ, ବରଂ ଏହା ଆମ ପ୍ରଗତିର ମୂଳଦୁଆ। ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା ଜିଜ୍ଞାସାକୁ ସଦାସର୍ବଦା ଜାଗ୍ରତ ରଖି ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବା ସହ ନିଜ ଜ୍ଞାନକୁ ମାନବ ସମାଜର କଲ୍ୟାଣରେ ବିନିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଆଜି ଆପଣମାନେ କେବଳ ଏକ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ପାଉନାହାନ୍ତି, ବରଂ ସମାଜ ପ୍ରତି ଏକ ବଡ଼ ଦାୟିତ୍ୱକୁ ନିଜ କାନ୍ଧକୁ ନେଉଛନ୍ତି। ବିଶ୍ୱରେ ସମସ୍ତ ସମସ୍ୟାର ସମାଧାନ କେବଳ ବିଜ୍ଞାନ ମାଧ୍ୟମରେ ହିଁ ସମ୍ଭବ ବୋଲି ସେ କହିଥିଲେ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ସ୍ନାତକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଆଜି ଉତ୍ତୀର୍ଣ୍ଣ ହେଉଥିବା ଯୁବପିଢ଼ି ବିଜ୍ଞାନ, ଗବେଷଣା ଏବଂ ରାଷ୍ଟ୍ର ଗଠନ ପ୍ରକ୍ରିୟାରେ ବିଶେଷ ଅବଦାନ ରଖୁଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଗତି ହିଁ ଏକ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ। ଆମର ଯୁବ ଗବେଷକ ଓ ସ୍ନାତକମାନେ କେବଳ ଡିଗ୍ରୀ ହାସଲ କରିନାହାନ୍ତି, ବରଂ ଦେଶର ବିକାଶ ଓ ଜନସାଧାରଣଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ପାଇଁ ଏକ ବଡ଼ ଦାୟିତ୍ୱ ହାତକୁ ନେଇଛନ୍ତି । ସେ ଆହୁରି କହିଥିଲେ ଯେ, ଆମର ଯୁବ ବୈଜ୍ଞାନିକମାନେ ସେମାନଙ୍କର ଜ୍ଞାନକୁ ସମାଜର ତୃଣମୂଳ ସ୍ତରର ସମସ୍ୟାର

ବିକଶିତ ଭାରତ ଗଠନରେ ଯୁବ ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ଉପରାଷ୍ଟ୍ରପତି

ସମାଧାନ ପାଇଁ ବିନିଯୋଗ କରିବା ଉଚିତ୍। ଅନୁଷ୍ଠାନର ଶିକ୍ଷାଦାନର ପଦ୍ଧତି ଓ ଗବେଷଣା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପାଇଥିବାରୁ ସେ ଏହାକୁ ପ୍ରଶଂସା କରିଥିଲେ।ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଇଜରକୁ ଏକ   ଅନନ୍ୟ ଅନୁଷ୍ଠାନ ଭାବେ ବର୍ଣ୍ଣନା କରିଛନ୍ତି। ଅତି କମ୍ ସମୟ ମଧ୍ୟରେ ଏହି କ୍ୟାମ୍ପସକୁ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଏବଂ ଆଜି

ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ  ଗସ୍ତ କରିବା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ। ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (STEM) ଶିକ୍ଷାରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି ପାଉଥିବା ବିଷୟରେ ସୂଚନା ଦେଇ ନାଇଜର ଭୁବନେଶ୍ୱରରେ ଏହି ହାର ୪୦ ପ୍ରତିଶତ ଛୁଇଁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଦେଶର ଉପରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପ୍ରମାଣପତ୍ର ଗ୍ରହଣ କରିବା ପ୍ରତ୍ୟେକ ସ୍ନାତକଙ୍କ ପାଇଁ ଏକ ଚିରସ୍ମରଣୀୟ ମୁହୂର୍ତ୍ତ। ଏହା କେବଳ ପ୍ରମାଣପତ୍ର ବାଣ୍ଟିବାର ଦିବସ ନୁହେଁ, ବରଂ ଏକ ଗୌରବମୟ ସେବା ଓ ପରମ୍ପରାକୁ ଆଗାମୀ ପିଢ଼ିର ହାତରେ ସମର୍ପଣ କରିବାର ଏକ ପବିତ୍ର ଅବସର। 

ଏହି  ଉତ୍ସବରେ ପରମାଣୁ ଶକ୍ତି ବିଭାଗର ସଚିବ ଡ. ଅଜିତ କୁମାର ମହାନ୍ତି, ନାଇଜରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ ଏବଂ ଅନୁଷ୍ଠାନର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   06-Sep-2026
  ଜିଲ୍ଲା  
ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   06-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   06-Sep-2026
  ଜିଲ୍ଲା  
ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   06-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026

You Might Also Like