-+91-9937148622 |

prerana_bgr@rediffmail.com |

  Thursday 9th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ   (09-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ   (09-Jul-2026)       ||      ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା   (09-Jul-2026)       ||      ୧୦ ଜୁଲାଇରୁ ସାମୁହିକ ଛୁଟିରେ ରହିବେ ଯୋଗାଣ ସହାୟକ .ନିଷ୍ଠା ଓ ପରିଶ୍ରମର ଫଳ ହେଲା ବିଫଳ .ଶୁଣିଲେନି ସରକାର . ଦାବି ଗୁଡ଼ିକର ହୋଇଛି ଅଣଦେଖା   (09-Jul-2026)       ||      ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   (09-Jul-2026)       ||      ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   (09-Jul-2026)       ||      ବିଶିଷ୍ଟ ବ୍ୟବସାୟୀ ଚନ୍ଦ୍ରଶେଖର ଅଗ୍ର୍‌ୱାଲଙ୍କ ପରଲୋକ   (09-Jul-2026)       ||      ବେଥାନୀ କନଭେଣ୍ଟ୍ ସ୍କୁଲ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (09-Jul-2026)       ||      ପାଣିମୋରା ଇଥାନଲ ଫ୍ୟାକ୍ଟ୍ରି ରେ ପୁଣି ଦୁର୍ଘଟଣା   (09-Jul-2026)       ||      *ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ l*   (09-Jul-2026)       ||      ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||      ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   (08-Jul-2026)       ||      ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    (08-Jul-2026)       ||      ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   (08-Jul-2026)       ||      କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (08-Jul-2026)       ||      ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ    (08-Jul-2026)       ||      ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ    (08-Jul-2026)       ||      ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   (08-Jul-2026)       ||     

HOME   ଜିଲ୍ଲା

କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ

09-Jul-2026



ଅନୁଦାନପ୍ରାପ୍ତ  ବିଦ୍ୟାଳୟ କର୍ମଚାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ

ଅତାବିରା(ଆକାଶ ମିଶ୍ର):କର୍ତ୍ତବ୍ୟର ବେଦୀରେ ନିଜକୁ ସମର୍ପି ଦେଇଥିବା ଜଣେ ନିଷ୍ଠାପର କର୍ମଚାରୀ ସୁଶୀଲ  ଭୂଏ (୪୮)ଙ୍କ ଅକାଳ ବିୟୋଗ ଘଟିଛି। ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ଉଚ୍ଚ ବିଦ୍ୟାଳୟର ଏହି ଦକ୍ଷ କର୍ମଚାରୀଙ୍କ ଗତ ବିଳମ୍ବିତ ରାତିରେ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ଆକ୍ରାନ୍ତ ଥିବା ବେଳେ ବିଭିନ୍ନ ପାରିବାରିକ ସମସ୍ୟା ଯୋଗୁଁ ମାନସିକ ଚିନ୍ତାଗ୍ରସ୍ତ ମଧ୍ୟ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର କିଛି ଦିନ ଛୁଟିରେ ରହି ଚିକିତ୍ସିତ ହେବାକୁ ପଡ଼ିଥିଲା।
ନିଷ୍ଠାପରତାର ଅନନ୍ୟ ଉଦାହରଣ ଥିଲେ ସୁଶୀଲ
୧୯୯୭ ମସିହାରୁ ବିଦ୍ୟାଳୟ ପ୍ରତିଷ୍ଠା ସମୟରୁ ହିଁ ସୁଶୀଲ ଏଠାରେ ନିଜର ସେବା ପ୍ରଦାନ କରି ଆସୁଥିଲେ। ବିଦ୍ୟାଳୟଟି ଏଡେଡ୍ (ଅନୁଦାନପ୍ରାପ୍ତ) ହୋଇଥିବାରୁ ଦୀର୍ଘ ବର୍ଷ ଧରି ସେ ବିନା ଦରମାରେ କେବଳ ଶିକ୍ଷାୟତନର ବିକାଶ ପାଇଁ ନିଜକୁ ଖଟାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ସରକାରୀ ଅନୁଦାନ ମିଳିବା ପରେ ସେ ଯେଉଁ ସ୍ୱଳ୍ପ ଦରମା ପାଉଥିଲେ, ସେଥିରେ ହିଁ ତାଙ୍କ ପରିବାର ପ୍ରତିପୋଷିତ ହେଉଥିଲା। ତାଙ୍କର କାର୍ଯ୍ୟଦକ୍ଷତା ଓ ନିଷ୍ଠା ଏଭଳି ଥିଲା ଯେ, ବିଶ୍ୱ ମହାମାରୀ କରୋନା ସମୟରେ ଯେତେବେଳେ ସଂକ୍ରମଣ ଭୟରେ କେହି ଆଗକୁ ଆସୁନଥିଲେ, ସେତେବେଳେ ତାଙ୍କୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଡେପୁଟେସନରେ ରଖାଯାଇ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ତାଙ୍କର ଆହୁରି ୧୨ ବର୍ଷ ଚାକିରି ରହିଥିଲା ।କିନ୍ତୁ ଅଧୁରା ସ୍ବପ୍ନ  ନେଇ ସେ ଚାଲିଗଲେ।
ଆଜି ସ୍ଥାନୀୟ ଗୋଡ଼ଭଗା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ପୁତ୍ର ସନ୍ତାନ ନଥିବାରୁ ତାଙ୍କର ବଡ଼ ଝିଅ ରୀନା (ଯୁକ୍ତ ଦୁଇ ପାସ୍) ପିତୃଭକ୍ତିର ପରିଚୟ ଦେଇ ବାପାଙ୍କୁ ମୁଖାଗ୍ନି ଦେଇଥିଲେ, ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିକୁ ଓଦା କରିଦେଇଥିଲା। ତାଙ୍କର ଶେଷ ଦର୍ଶନ ପାଇଁ ପୂର୍ବତନ ସରପଞ୍ଚ ଦିନେଶ ଗାଇଗରିଆ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ତାଙ୍କରି ବିୟୋଗରେ ଆଜି ଲରାସରା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ମନବୋଧ ମାଝୀଙ୍କ ତତ୍ତ୍ୱାବଧାନରେ ଏକ ଗଭୀର ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଓଷ୍ଟା ବ୍ଲକ ସମ୍ପାଦକ ପ୍ରସନ୍ନ ବେହେରା ସ୍ୱର୍ଗତ ବାଗଙ୍କ ସ୍ମୃତି ଚାରଣ କରି ତାଙ୍କର ସରଳ ଜୀବନ ଓ ଆନୁଗତ୍ୟର ଭୂୟସୀ ପ୍ରଶଂସା କରିଥିଲେ।
 
ସୁଶୀଲ ହିଁ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି। ବଡ଼ ଝିଅ ରୀନାଙ୍କ ଆଗକୁ ପଢ଼ାପଢ଼ି ଏବଂ ଅଷ୍ଟମ ଶ୍ରେଣୀରେ ପଢୁଥିବା ସାନ ଝିଅ ଶିଖାର ଭବିଷ୍ୟତ ଏବେ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଇଛି। ଏହା ସହିତ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଶାଶୁ-ଶ୍ୱଶୁରଙ୍କ ଚିକିତ୍ସା ଓ ଔଷଧ ଖର୍ଚ୍ଚ କେମିତି ଚଳିବ, ସେ ନେଇ ସୁଶୀଲଙ୍କ ପତ୍ନୀ ଗୁଲାପି ଓ ପରିବାର ଭାଙ୍ଗି ପଡ଼ିଛନ୍ତି।
 ଯଦି ଏହା ସମ୍ପୂର୍ଣ୍ଣ ସରକାରୀ ବିଦ୍ୟାଳୟ ହୋଇଥାନ୍ତା, ତେବେ ଅନୁକମ୍ପାମୂଳକ ନିଯୁକ୍ତି  ଅଧୀନରେ ପରିବାରର ଜଣକୁ ଚାକିରି କିମ୍ବା ପେନସନ ମିଳିପାରିଥାନ୍ତା। କିନ୍ତୁ ଅନୁଦାନପ୍ରାପ୍ତ (Aided) ସ୍କୁଲ ହୋଇଥିବାରୁ ଏଭଳି କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ।
ଏହି ଘଟଣା ଆଜି ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ହଜାର ହଜାର କର୍ମଚାରୀଙ୍କ ସାମାଜିକ ଓ ଆର୍ଥିକ ଅସୁରକ୍ଷିତତାକୁ ପଦାରେ ପକାଇଛି। ଏହି ଅସହାୟ ପରିବାରର ଦୁର୍ଦ୍ଦଶା ପ୍ରତି ଦୃଷ୍ଟି ଦେଇ ସରକାର ତୁରନ୍ତ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଂଗଠନ ପକ୍ଷରୁ ଦୃଢ଼ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ   09-Jul-2026
  ଜିଲ୍ଲା  
କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ   09-Jul-2026
  ଜିଲ୍ଲା  
ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା   09-Jul-2026
  ଜିଲ୍ଲା  
୧୦ ଜୁଲାଇରୁ ସାମୁହିକ ଛୁଟିରେ ରହିବେ ଯୋଗାଣ ସହାୟକ .ନିଷ୍ଠା ଓ ପରିଶ୍ରମର ଫଳ ହେଲା ବିଫଳ .ଶୁଣିଲେନି ସରକାର . ଦାବି ଗୁଡ଼ିକର ହୋଇଛି ଅଣଦେଖା   09-Jul-2026
  ଜିଲ୍ଲା  
ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   09-Jul-2026
  ଜିଲ୍ଲା  
ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   09-Jul-2026
  ଜିଲ୍ଲା  
ବିଶିଷ୍ଟ ବ୍ୟବସାୟୀ ଚନ୍ଦ୍ରଶେଖର ଅଗ୍ର୍‌ୱାଲଙ୍କ ପରଲୋକ   09-Jul-2026
  ଜିଲ୍ଲା  
ବେଥାନୀ କନଭେଣ୍ଟ୍ ସ୍କୁଲ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   09-Jul-2026
  ଜିଲ୍ଲା  
ପାଣିମୋରା ଇଥାନଲ ଫ୍ୟାକ୍ଟ୍ରି ରେ ପୁଣି ଦୁର୍ଘଟଣା   09-Jul-2026
  ଜିଲ୍ଲା  
*ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ l*   09-Jul-2026
  ଜିଲ୍ଲା  
ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   08-Jul-2026
  ଜିଲ୍ଲା  
ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   08-Jul-2026

You Might Also Like