-+91-9937148622 |

prerana_bgr@rediffmail.com |

  Thursday 9th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ   (09-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ   (09-Jul-2026)       ||      ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା   (09-Jul-2026)       ||      ୧୦ ଜୁଲାଇରୁ ସାମୁହିକ ଛୁଟିରେ ରହିବେ ଯୋଗାଣ ସହାୟକ .ନିଷ୍ଠା ଓ ପରିଶ୍ରମର ଫଳ ହେଲା ବିଫଳ .ଶୁଣିଲେନି ସରକାର . ଦାବି ଗୁଡ଼ିକର ହୋଇଛି ଅଣଦେଖା   (09-Jul-2026)       ||      ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   (09-Jul-2026)       ||      ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   (09-Jul-2026)       ||      ବିଶିଷ୍ଟ ବ୍ୟବସାୟୀ ଚନ୍ଦ୍ରଶେଖର ଅଗ୍ର୍‌ୱାଲଙ୍କ ପରଲୋକ   (09-Jul-2026)       ||      ବେଥାନୀ କନଭେଣ୍ଟ୍ ସ୍କୁଲ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (09-Jul-2026)       ||      ପାଣିମୋରା ଇଥାନଲ ଫ୍ୟାକ୍ଟ୍ରି ରେ ପୁଣି ଦୁର୍ଘଟଣା   (09-Jul-2026)       ||      *ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ l*   (09-Jul-2026)       ||      ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||      ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   (08-Jul-2026)       ||      ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    (08-Jul-2026)       ||      ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   (08-Jul-2026)       ||      କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (08-Jul-2026)       ||      ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ    (08-Jul-2026)       ||      ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ    (08-Jul-2026)       ||      ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   (08-Jul-2026)       ||     

HOME   ଜିଲ୍ଲା

ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ

09-Jul-2026



ବରଗଡ(ପ୍ରେରଣା ଖବର): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ଦୀର୍ଘ ବର୍ଷ ଧରି ବିଜୁ ଜନତାଦଳ ହାତରେ ବନ୍ଦା ପକେଇ ଦେଇଥିବାରୁ ପ୍ରଥମେ ଏହି ସଂଘକୁ ମୁକୁଲାଇ ବାକୁ ପଡିବ ବୋଲି ବରଗଡ ର ଲୋକ ସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଆଜି ନୃସିଂହନାଥ ସ୍ଥିତ ଆଇଓସିଏଲ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସଭାରେ କେନ୍ଦୁପତ୍ର  ସଂଘର ସଦସ୍ୟ ମାନଙ୍କୁ ଆହ୍ଵାନ ଦେଇଛନ୍ତି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଖରିଆର କେନ୍ଦୁପତ୍ର ଡିଭିଜନ ସଂପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରେଢ଼ାଖୋଲ, ବଲାଙ୍ଗୀର,ପାଟଣାଗଡ,ଟିଟିଲାଗଡ଼,ଅନୁଗୁଳ,ଭବାନିପାଟଣା,ଖରିଆର ଓ ପଦ୍ମପୁର କେନ୍ଦୁପତ୍ର ଡିଭିଜନ ବହୁ ସଂଖ୍ୟାରେ ଶ୍ରମିକ ନେତା ମାନେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ କେନ୍ଦୁପତ୍ର କର୍ମଚାରୀ ସଂଘର  ପ୍ରତିଷ୍ଠାତା ସ୍ଵର୍ଗତ ବିଶ୍ବନାଥ ପଣ୍ଡିତଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ କେନ୍ଦୁପତ୍ର ସଂଘର ସଦସ୍ୟ ଥିବା ଶ୍ରୀ ପ୍ରଦୀପ ପୁରୋହିତ ବରଗଡ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଓଡ଼ିଶା ରାଜକୋଷ ରୁ ୫୦ କୋଟି ଟଙ୍କା କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୦ ଲକ୍ଷ କେନ୍ଦୁପତ୍ର ତୋଲାଲି,ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକ,ୱାଚର ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗେଇ ଦେଇଥିବାରୁ ତାଙ୍କୁ ସଭାରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା ଏବଂ କେନ୍ଦୁଲିଫ ଉନ୍ନୟନ ପରିଷଦ କୁ ପୁନଃଗଠନ କରି ଏଥିରେ ଯୋଗ୍ୟ ଲୋକ ମାନଙ୍କୁ ସାମିଲ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସଭା ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳି ମାନଙ୍କର ପତ୍ରଦର ବର୍ଦ୍ଧିତ କରିବା ସିଜିନାଲ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି,ସିଜି ୱାଚର ମାନଙ୍କ ବକେୟା ଥିବା ଦରମା ପ୍ରଦାନ,ଖାଲିଥିବା ପଦ ପଦବୀ ପୂରଣ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ବୟସ ସୀମା  ୬୨ ବର୍ଷ ରୁ ୬୫ ବର୍ଷ କରିବା ଆଦି ଦାବି ଉପରେ ବୈଠକରେ ବ୍ୟାପକ ଆଲୋଚନା ଚର୍ଚ୍ଚା ହୋଇଥିଲା । ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ କେତେ ଜଣ ନେତୃତ୍ବ ବିଜୁ ଜନତା ଦଳ ହାତରେ ବନ୍ଦା ପକେଇ ଦେଇ ଥିବାରୁ ସର୍ବ ପ୍ରଥମେ ବିଜେଡି ହାତରୁ ସଂଘକୁ ମୁକ୍ତି କରିବା ପାଇଁ ସାଂସଦ ଶ୍ରୀ ପୁରୋହିତ ବୈଠକରେ ଉପସ୍ଥିତ ସମସ୍ତ ନେତା ମାନଙ୍କୁ ଆହ୍ଵାନ ଦେଇଥିଲେ । ଏବଂ ଆଗାମୀ ସପ୍ତାହରେ କେନ୍ଦୁପତ୍ର ଶ୍ରମିକ ମାନଙ୍କ ସମସ୍ୟା ମାନଙ୍କୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଏକ ଖୋଲା ଆଲୋଚନା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ସଭାକାର୍ଯ୍ୟ ରେ   ରେଢ଼ାଖୋଲ ସଂଘର ବରିଷ୍ଠ ନେତା ଶ୍ରୀ ଅନାଦି ସାହୁ,ରେଢ଼ାଖୋଲ ଡିଭିଜନ ସହ ସମ୍ପାଦକ ବିଦ୍ୟୁତ ତ୍ରିପାଠୀ,ବୌଦ୍ଧ ଡିଭିଜନ ସହ ସମ୍ପାଦକ ଶ୍ରୀକାନ୍ତ ମିଶ୍ର,ଗନ୍ଧମାର୍ଦ୍ଦନ ଯୁବ ପରିଷଦର ଆବାହକ ଶ୍ରୀ ଦୁର୍ଯ୍ୟୋଧନ ପୁଟା,ପଦ୍ମପୁର ଡିଭିଜନ ସହ ସମ୍ପାଦକ ଶ୍ରୀ କୋକିଳ ସାହୁ,ବିନୋଦ ଜେନା,ସୁରେଶ ସାମଲ,ପ୍ରସନ୍ନ ସାହାଣୀ, ଅବଦୁତ ରସିଦ,ସୁରେଶ ବେହେରା,ମଙ୍ଗଳ ସାଏ ବଗର୍ତ୍ତି, ଡୋଲେଶ୍ବର ପଟେଲ,ଗଣେଶ ପ୍ରଧାନ,ଧନୀରାମ ପାଣ୍ତେ,ଇଶ୍ଵର ଶବର,ସୁରେଶ ପଣ୍ତା,ରୁସୁଭ ପ୍ରଧାନ,ବଙ୍କମଣି ହୋତା,ଗୋବିନ୍ଦ ପାଣିଗ୍ରାହୀ,କରୁଣ ବାଗ,ବସନ୍ତ ବଗର୍ତ୍ତି,ରେଣୁଧର ବାଙ୍କ ଙ୍କ  ବ୍ୟତୀତ ବହୁ ସଂଖ୍ୟାରେ ସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ   09-Jul-2026
  ଜିଲ୍ଲା  
କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ   09-Jul-2026
  ଜିଲ୍ଲା  
ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା   09-Jul-2026
  ଜିଲ୍ଲା  
୧୦ ଜୁଲାଇରୁ ସାମୁହିକ ଛୁଟିରେ ରହିବେ ଯୋଗାଣ ସହାୟକ .ନିଷ୍ଠା ଓ ପରିଶ୍ରମର ଫଳ ହେଲା ବିଫଳ .ଶୁଣିଲେନି ସରକାର . ଦାବି ଗୁଡ଼ିକର ହୋଇଛି ଅଣଦେଖା   09-Jul-2026
  ଜିଲ୍ଲା  
ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   09-Jul-2026
  ଜିଲ୍ଲା  
ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   09-Jul-2026
  ଜିଲ୍ଲା  
ବିଶିଷ୍ଟ ବ୍ୟବସାୟୀ ଚନ୍ଦ୍ରଶେଖର ଅଗ୍ର୍‌ୱାଲଙ୍କ ପରଲୋକ   09-Jul-2026
  ଜିଲ୍ଲା  
ବେଥାନୀ କନଭେଣ୍ଟ୍ ସ୍କୁଲ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   09-Jul-2026
  ଜିଲ୍ଲା  
ପାଣିମୋରା ଇଥାନଲ ଫ୍ୟାକ୍ଟ୍ରି ରେ ପୁଣି ଦୁର୍ଘଟଣା   09-Jul-2026
  ଜିଲ୍ଲା  
*ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ l*   09-Jul-2026
  ଜିଲ୍ଲା  
ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   08-Jul-2026
  ଜିଲ୍ଲା  
ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   08-Jul-2026

You Might Also Like