-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||      ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା    (06-Sep-2026)       ||      ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   (06-Sep-2026)       ||      ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   (06-Sep-2026)       ||      ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||      ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   (06-Sep-2026)       ||      ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   (06-Sep-2026)       ||      ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   (06-Sep-2026)       ||      ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   (06-Sep-2026)       ||      ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||      ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||     

HOME   ଜିଲ୍ଲା

କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

08-Jul-2026



କଟକ(ତପନ ମହାନ୍ତି )– ଚଳିତ ବର୍ଷ କଟକରେ ରଥଯାତ୍ରା ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟଳୟ ଦ୍ଵାରା ଆୟୋଜିତ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ( ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରାକୁ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସହ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ଶ୍ରୀ କମଳଜିତ ଦାସ ରଥର ସୁରକ୍ଷା ପାଇଁ ରଥ ଗତି କରୁଥିବା ପଥଗୁଡିକରୁ ବିଦ୍ୟୁତ ତାର, ଟିଭି କେବୁଲ ତାର ସହ ଅନ୍ୟାନ୍ୟ ସଂସ୍ଥା ଦ୍ଵାରା ବିଛା ଯାଇଥିବା କେବୁଲ ତାର ଅପସାରଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ସମ୍ପର୍କରେ ଆଲୋଚନା କରିବା ସହ ରଥ ରହଣିସ୍ଥଳ ମାନଙ୍କରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଆଶୁ ଚିକିତ୍ସା , ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଆଦି ସମ୍ବନ୍ଧରେ ଆଲୋଚନା କରିଥିଲେ । ଦେଖାଦେଉଥିବା କେବୁଲ ତାର ଅପସାରଣ ର ସମସ୍ୟା ନିମନ୍ତେ ସଦର ଉପ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ନିରିକ୍ଷକ ଦଳ ରଥଯାତ୍ରା ଅନୁଷ୍ଠିତ ହେଉଥିବା ସ୍ଥାନ ଗୁଡିକ ପରିଦର୍ଶନ କରି ପଦକ୍ଷେପ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରଯାଇଥିଲା ।  ସହରରେ ହରିପୁର-ଦୋଳମୁଣ୍ଡାଇ ଏବଂ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର, ରାଣୀହାଟସ୍ଥିତ ବଳଦେବଜୀଉ ମନ୍ଦିର, ତୁଳସୀପୁର, ପିଠାପୁର, ଯୋବ୍ରା ସହ ଚଳିତ ବର୍ଷ ନୂତନ ଭାବେ ଅନୁଷ୍ଠିତ ହେବାକୁ ଥିବା ସିଡିଏ ସେକ୍ଟର- ୬ ସ୍ଥିତ ଜଗନ୍ନାଥ ମନ୍ଦିର ଆଦି ସ୍ଥାନମାନଙ୍କରେ ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରାରେ ଧାର୍ମିକ ମନୋଭାବ ସହ କର୍ତ୍ତବ୍ୟ ପରାୟଣ ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜର କାର୍ଯ୍ୟ ସଂପାଦନ କରି ଚଳିତ ବର୍ଷ ରଥଯାତ୍ରାକୁ ସରସ ,ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ବୈଠକରେ ଆଲୋଚନା କରଯାଇଥିଲା । ରଥ ନିର୍ମାଣ, ନୀତି ନିର୍ଘଣ୍ଟ, ପ୍ରସ୍ତୁତି ତଥା ଆବଶ୍ୟକୀୟ ପ୍ରଶାସନିକ ବ୍ୟବସ୍ଥା ସଂପର୍କରେ ବିଭିନ୍ନ ରଥଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତାମାନେ ଉପସ୍ଥାପନା କରିଥିବା ବେଳେ ,ରାସ୍ତାଘାଟର ମରାମତି, ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଣ, ନୀରବଚ୍ଛିନ୍ନ ବିଦ୍ୟୁତସେବା, ଜଳସିଞ୍ଚନ, ଆଶୁ ଚିକିତ୍ସା, କେବୁଲ ତାର ଅପସାରଣ, ରଥଯାତ୍ରା ସମୟରେ ସହରରେ ଦିବାରାତ୍ର ପରିମଳ ବ୍ୟବସ୍ଥା, ନାଳନର୍ଦମା ଗୁଡିକର ସଫେଇ ଓ ଜଳନିଷ୍କାସନ ,ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ବ୍ୟବସ୍ଥା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ସ୍ଵାଗତିକା ବେହେରା ଚଳିତ ବର୍ଷ ରଥଯାତ୍ରା ସହରରେ ଅନୁଷ୍ଠିତ ହେଉଥିବାରୁ ସମସ୍ତ ପ୍ରାକ ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିବା ସହ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ବୈଠକରେ ଅତିରିକ୍ତ ପୁଲିସ ଉପ ଆୟୁକ୍ତ ରଞ୍ଜନ ପୃଷ୍ଟିଙ୍କ ସମେତ ସ୍ୱାସ୍ଥ୍ୟ, ଜନସ୍ୱାସ୍ଥ୍ୟ, ଅଗ୍ନିଶମ, ଟିପିସିଓଡ଼ିଏଲ, କଟକ ମହାନଗର ନିଗମ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ର ନାଥ ସାହୁ, ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ରଥଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି, ଶ୍ରୀ ଭିକାରି ଦାସ, ରାଣିହାଟ ବଳଦେବଜୀଉ ରଥଯାତ୍ରା କମିଟି ସଭାପତି, ଶ୍ରୀ ବିଜୟ କୁମାର ସାହୁ, ହରିପୁର ଦଳମୁଣ୍ଡାଇ ରଥଯାତ୍ରା କମିଟି ପକ୍ଷରୁ ଶ୍ରୀ ହରେକୃଷ୍ଣ ପ୍ରଧାନ, ତୁଳସୀପୁର ମଠସାହି ରଥଯାତ୍ରା କମିଟି, ପିଠାପୁର ରଥଯାତ୍ରା କମିଟିର, ଯୋବ୍ରା ଓ.ସି.ଡି.ଏ ଶ୍ରୀ ଜଗନ୍ନାଥ ମନ୍ଦିର ରଥଯାତ୍ରା କମିଟି ର ସଦସ୍ୟ ତଥା ଉପସ୍ଥିତ ରହି ମତାମତ ପ୍ରକାଶ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   06-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   06-Sep-2026
  ଜିଲ୍ଲା  
ସାମ୍ବାଦିକଙ୍କ ମାତୃ ବିୟୋଗ   06-Sep-2026
  ଜିଲ୍ଲା  
ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   06-Sep-2026
  ଜିଲ୍ଲା  
ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା   06-Sep-2026
  ଜିଲ୍ଲା  
ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   06-Sep-2026
  ଜିଲ୍ଲା  
ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   06-Sep-2026
  ଜିଲ୍ଲା  
ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   06-Sep-2026
  ଜିଲ୍ଲା  
ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   06-Sep-2026
  ଜିଲ୍ଲା  
ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   06-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   06-Sep-2026
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   06-Sep-2026

You Might Also Like