-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା)-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ରିକେଟ ଏସୋସିଏସନ ପକ୍ଷରୁ ଆୟୋଜିତ ହେଉଥିବା ୨୮ ତମ ରାଜ୍ୟ ସ୍ତରୀୟ ଉଲୁଣ୍ଡା କପ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲରେ ଖେଳରେ ଏବି ବ୍ରଦର୍ସ ଉଲୁଣ୍ଡା ଦଳ ଏମଏମସିସି ସମ୍ବଲପୁର ଦଳକୁ ହରାଇ ଚାମ୍ପିଅନ ହୋଇଛି । ସ୍ଥାନୀୟ ଖେଲପଡିଆରେ ହୋଇଥିବା ପ୍ରଥମ ଫର୍ମାଟରେଉଲୁଣ୍ଡା ଦଳ ବ୍ୟାଟିଂ କରି ୧୬ ଓଭରରେ ୧୨୭ ରନ କରିଥିଲା ଏହାର ଜବାବରେ ସମ୍ବଲପୁର ଦଳ ୯୩ ରନ କରି ପରାଜୟ ହୋଇଥିଲା । ଦ୍ୱିତୀୟ ଫର୍ମାଟରେ ସମ୍ବଲପୁରକୁ ୪୭ ରନରେ ହରାଇ ଉଲୁଣ୍ଡା ଦଳ ଚାମ୍ପିଅନ ହୋଇଥିଲା । ଖେଳକୁ ଶ୍ରୀବନ୍ତ ନାଏକ ଓ ସୁଶାନ୍ତ ସେଠୀ ପରିଚାଲନା କରିଥିଲେ । ବନମାଲୀ ପଧାନ ସ୍କୋରର ଦାଇତ୍ୱ ତୁଲାଇଥିବା ବେଳେ ପାର୍ଥ ସାରଥି ଦାସ ଧାରାବୀବରଣୀ ପ୍ରଦାନ କରିଥିଲେ । ମନଜୀତ ଆଚାର୍ଯ୍ୟଙ୍କ ସଂଯୋଜନାରେ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ବ୍ଲକ ଉପାଧ୍ୟକ୍ଷ ଅଶୋକ ପଣ୍ଡା, ଜିଲ୍ଲା ସରପଂଚ ସଂଘର ସମ୍ପାଦକ ଅରବିନ୍ଦ ବାରିକ, ନାରାୟଣ ଲୁହା, ଶୈଲରଂଜନ ବାଦୀ, ଝସକେତନ ବଘାର, ସନ୍ତୋଷିନୀ ଭୋଇ, ପିଙ୍କି ବିଶି, ଶିବାନୀ ମହାକୁର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫିସହ ପୁରସ୍କାର ପ୍ରଦାନ କରିଥିଲେ । ମ୍ୟାନଅଫଦ ମ୍ୟାଚ ଓ ସିରିଜ ଭାବରେ ବିଶାଲ ତରିଆ, ଶ୍ରେଷ୍ଠ ବୋଲର ଭାବରେ ଗଣେଷ ବଢେଇ, ବେଷ୍ଟ ବ୍ୟାଟସମ୍ୟାନ ଭାବରେ ପ୍ରଶାନ୍ତ ବିଶି, ଉଇକେଟ କିପର ଭାବରେ ଅଭିଲାଷ ନାଏକଙ୍କୁ ପୁରସ୍କୃତ କରାଯାଇଥିଲା ।