-+91-9937148622 |
prerana_bgr@rediffmail.com |
Thursday 18th June 2026 |
R.N.I. Regd No. ODIODI/2010/46693
Breaking News
18-Jun-2026
ବରପାଲି (ସୁଦାମ ଦୀପ)
ଆଜି ଗୁରୁବାର ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଦିନ ସାରା ସହର ବିଭିନ୍ନ ଶୋଭା ଯାତ୍ରା ଓ ବୈବାହିକ କାର୍ଯ୍ୟ ପାଇଁ ଚଳ ଚଞ୍ଚଳ ଥିଲା ।ଆଜି ସକାଳେ ଭଣ୍ଡାର ଗୃହ ଠାରେ ଶିବ ପାର୍ବତୀ ଙ୍କୁ ଅମୃତ ମଣୋହି ଲାଗି ହେବା ପରେ ଶିବ ପାର୍ବତୀଙ୍କୁ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରି ଭୁଲିଆ ସମାଜ ର ପୂର୍ବ ବର୍ଷ ର କନ୍ୟା ପିତା ସଞ୍ଜୟ ମେହେର ଙ୍କ ଦ୍ଵାରା ଗଣ୍ଠି ଆଳ ଫିଟା କାର୍ଯ୍ୟକ୍ରମ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିଲା ।ଏଠାରେ ଶିବ ପାର୍ବତୀ ଙ୍କୁ ମାତ୍ର ୨୪ ଘଣ୍ଟା ପାଇଁ ଅଲଗା କରାଯାଏ । କପିଳେଶ୍ୱର ବାବା ଭଣ୍ଡାର ଗୃହ କୁ ଆସୁଥିବା ବେଳେ ମାତା ପାର୍ବତୀ ହୀମଦ୍ରି ନଗର ଯାଇଥିଲେ । ହୀମଦ୍ରୀ ନଗର ବାସୀ ମଧ୍ୟ ଏକ ଭବ୍ୟ ଶୋଭାଯାତ୍ରା ରେ ମାତା ଙ୍କୁ ନେଇ ଯାଇଥିଲେ । ଏହା ପରେ ଉଭୟ ଭଣ୍ଡାର ଗୃହ ଓ ହିମାଦ୍ରୀ ନଗର ରେ ବିବାହ ର ପ୍ରଥମ ମାଙ୍ଗଳିକ କୃତ୍ୟ ତୈଳ ଭିଷେକ୍ କରାଯାଇଥିଲା । ବହୁ ଭକ୍ତ ଆନନ୍ଦ ରେ ବହୁ ଭକ୍ତ ହଳଦୀ ଲଗା ଲାଗି ହୋଇଥିଲେ । ସନ୍ଧ୍ୟା ରେ ଭଣ୍ଡାର ଗୃହ ରୁ ପ୍ରଥମ ଅଳଙ୍କାର ଧାରଣ ବା ପାଟ ମୁଦି ପାଇଁ ହିମାଦ୍ରୀ ନଗର ଯାଇ ଥିଲେ। ରାତି ୧୧ ଟା ରେ କପିଳେଶ୍ୱର ବାବା ଙ୍କୁ ଶତ ଆରତୀ ପରେ ବାବା ଙ୍କ ବିରାଟ ବାରାନୁଗମନ ଶୋଭାଯାତ୍ରା ଭଣ୍ଡାର ଗୃହ ରୁ ବାହାରି ସକାଳ ୫ ଟା ରେ ନୁଆଁପଡା ହିମାଦ୍ରୀ ନଗର ରେ ପହଞ୍ଚିବା ପରେ ଚଳିତ ବର୍ଷ ର କନ୍ୟା ପିତା ମାତା ଶିବଶଙ୍କର ଆଗ୍ରୱାଲ ଓ ଗାୟତ୍ରୀ ଦେବି ଆଗ୍ରୱାଲ ଙ୍କ ଦ୍ଵାରା ବାଟ ବରଣ ପରେ ବୈଦିକ ରୀତିରେ ଦେବ ଦମ୍ପତ୍ତି ଙ୍କ ବୈବାହିକ କାର୍ଯ୍ୟ ଆରମ୍ଭ ହୋଇ ଶୁଭ ଲଗ୍ନ ରେ ହସ୍ତ ଗଣ୍ଠି ପଡ଼ିବ ।ବରାନୁଗମନ ଶୋଭାଯାତ୍ରା ରେ ଦୂଳଦୁଲି ବାଜା, ଘଣ୍ଟ ବାଦ୍ୟ, କିନ୍ନର ନୃତ୍ୟ, ଵିହୁ ନୃତ୍ୟ , ସମ୍ବଲପୁରୀ ନୃତ୍ୟ, କୃଷ୍ଣ ଗୁରୁ ଆଦି ଦଳ ସାମିଲ ହୋଇଥିଲେ । ଏହା ସହିତ ସହର ର ମୁଖ୍ୟ ଛକ ରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଧ୍ୟ ରାତ୍ର ରେ ନୀଳକଣ୍ଠେଶ୍ଵର ମନ୍ଦିର ରେ ମହାଦୀପ ସଂସ୍ଥାପନ ହୋଇଥିଲା ।