-+91-9937148622 |

prerana_bgr@rediffmail.com |

  Saturday 20th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||     

HOME   ରାଜ୍ୟ

ଚେନ୍ନାଇ ଟେଷ୍ଟ୍ : ଇଂଲଣ୍ଡଠୁ ୨୨୭ ରନ୍‌ରେ ଭାରତ ପରାସ୍ତ, ୪ ବର୍ଷ ପରେ ନିଜ ଘରେ ହାରିଲା ଟିମ୍ ଇଣ୍ଡିଆ

09-Feb-2021



ଚେନ୍ନାଇ(ପ୍ରେରଣା ଖବର)  ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ପରାସ୍ତ ହୋଇଛି । ୨୨୭ ରନରେ ଭାରତ ଇଂଲଣ୍ଡଟାରୁ ପରାଜୟବରଣ କରିଛି । ଏହି ବିଜୟ ସହ ଇଂଲଣ୍ଡ ୪ ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି ।ଭାରତକୁ ୪୨୦ ରନ୍‌ର ଟାର୍ଗେଟ ମିଳିଥିଲା । କିନ୍ତୁ ଏହାକୁ ପୂରଣ କରିବାକୁ ଯାଇ ଭାରତ ୧୯୨ ରନରେ ହିଁ ଅଲଆଉଟ୍ ହୋଇଯାଇଥିଲା ।ଏହାସହ ଭାରତ ୪ ବର୍ଷ ପରେ ନିଜ ମାଟିରେ ହିଁ ପରାଜୟର ସ୍ୱାଦ ଚାଖିଛି ।ଭାରତ ଚତୁର୍ଥ ଦିନର ଅସମାପ୍ତ ଖେଳ ୬/୨୫୭ରୁ ଚତୁର୍ଥ ଦିନର ଖେଳ ଆରମ୍ଭ କରିଥିଲା। କ୍ରିଜରେ ଓ୍ଵାଶିଂଟନ ସୁନ୍ଦର ୩୩ ଓ ଅଶ୍ଵିନ ୮ ରନ କରି ବ୍ୟାଟିଂ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଦଳର ଇନିଂସକୁ ଆଗକୁ ବଢାଇଥିଲେ। ହେଲେ ୩୦୫ ରନ ସ୍କୋରରେ  ଭାରତକୁ ଚତୁର୍ଥ ଦିନରେ ଅଶ୍ଵିନଙ୍କ ରୂପେ ଷଷ୍ଠ ଝଟକା ଲାଗିଥିଲା। କ୍ରିଜ୍‌ରେ ସେଟ୍ ଥିବା  ଅଶ୍ଵିନ ୩୧ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଓ୍ଵାଶିଂଟନ ସୁନ୍ଦର ଟେଷ୍ଟ କ୍ୟାରିୟରରେ ଦ୍ଵିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ସୁନ୍ଦର ଓ ଅଶ୍ଵିନ ସପ୍ତମ ଓ୍ଵିକେଟ୍ ପାଇଁ ୮୦ ରନ ଯୋଡିଥିଲେ। ଏହି ଯୋଡି ଭାଙ୍ଗିବା ପରେ ଭାରତ ନିମ୍ନ ଅର୍ଡର ଭୁଶୁଡି ପଡିଥିଲା। ଗୋଟିଏ ପଟେ ଓ୍ଵାଶିଂଟନ ସୁନ୍ଦର କ୍ରିଜର ଗୋଟିଏ ପାର୍ଶ୍ଵରେ ଛିଡା ହୋଇଥିବା ବେଳେ ଅନ୍ୟପଟେ ଭାରତ ଓ୍ଵିକେଟ୍ ହରାଇ ଚାଲିଥିଲା। ଭାରତ ୩୩୭ ରନରେ ଅଲଆଉଟ୍ ହୋଇ ଫଲୋଅନ ଏଡାଇପାରିନଥିଲା। ସୁନ୍ଦର ଅପରାଜିତ ୮୫ ରନର ଦମଦାର ଇନିଂସ ଖେଳିଥିଲେ। ଭାରତ ୨୪୧ ରନରେ ପଛୁଆ ରହି ଫଲୋଅନ ଏଡାଇ ପାରିନଥିଲା।ଭାରତକୁ ଫଲୋଅନ ନଦେଇ ଇଂଲଣ୍ଡ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା। ଦଳ ଆରମ୍ଭରୁ ଓ୍ଵିକେଟ୍ ହରାଇଥିଲା।  ଦ୍ଵିତୀୟ ଇନିଂସର ପ୍ରଥମ ବଲ୍‌ରେ ହିଁ ଅଶ୍ଵିନ ରରି ବର୍ନସ(୦)ଙ୍କୁ ଆଉଟ୍ କରିଥିଲେ। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଡି ସିବଲି(୧୬) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ଅଶ୍ଵିନଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଡାନିଏଲ ଲରେନ୍ଦସ ୧୮ ରନ କରି ଇଶାନ୍ତ ଶର୍ମାଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ବେନ ଷ୍ଟୋକ୍ସ(୭) ଅଶ୍ଵିନଙ୍କ ତୃତୀୟ ଶିକାର ହୋଇଥିଲେ। ରୁଟ୍ ଦଳ ପକ୍ଷରୁ ସର୍ବାଧିକ ୪୦ ରନ କରି ବୁମରାଙ୍କ ଶିକାର ହୋଇଥିଲେ। ଓଲି ପପ(୨୮ ରନ) ଶାହବାଜ ନଦୀମଙ୍କ ବଲରେ ଆଉଟ୍ ହୋଇଥିଲେ। ଜସ୍ ବଟଲର ୨୪ ରନ କରି ନଦୀମଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଏହା ପରେ ଡମ୍ ବେସ୍(୨୫), ଜୋଫ୍ରା ଆର୍ଚର(୫ ରନ) ଓ ଜେମ୍ସ ଆଣ୍ଡରସନ(୦)ଙ୍କୁ ଆଉଟ୍ କରି ଅଶ୍ଵିନ ଇଂଲଣ୍ଡ ଇନିଂସକୁ ୧୭୮ ରନରେ ସୀମିତ କରିଥିଲେ। ଅଶ୍ଵିନ ୬୧ ରନ ଦେଇ ୬ ଓ୍ଵିକେଟ୍ ନେଇଥିଲେ।  
୪୨୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଦ୍ୱିତୀୟ ଇନିଂସରେ ସଅଳ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ଓ୍ୱିକେଟ୍ ହରାଇଥିଲା । ରୋହିତ ୧୨ ଓ ପୂଜାରା ୧୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ପରେ ପଞ୍ଚମ ଦିନରେ ଶୁଭମନ୍ ଗିଲ୍ ୫୦ ରନ୍ କରି ପ୍ୟାଭିଲିୟନ ଫେରିଥିଲା । ଏହାପରେ ଆଜିଙ୍କ୍ୟ ରାହାଣେ ମଧ୍ୟ ବିନା କୌଣସି ରନରେ ଆଉଟ୍ ହୋଇଥିଲେ l  ଅନ୍ୟାମାନଙ୍କ ମଧ୍ୟରେ ଋଷଭ ପନ୍ତ ୧୧, ଓ୍ୱାଶିଂଟନ ସୁନ୍ଦର ୦, ଆର ଅଶ୍ୱିନ ୯, ସେହବାଜ ନଦିମ ୦ ଓ ଜସପ୍ରିତ ବୁମରାହ ୪ ରନ୍ କରି ଆଉଟ୍   ହୋଇଥିଲେ ।କେବଳ ଅଧିନାୟକ କୋହଲି ସଂଙ୍ଘର୍ଷ କରିଥିଲେ । ସେ ୭୨ ରନ୍ କରି ଆଉଟ୍ ହୋଇଥିଲେ ।ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ ଲେଚ୍ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଜେମ୍ସ ଆଣ୍ଡରସନ୍ ତିନୋଟି, ଜୋଫ୍ରା ଆର୍ଚର, ଡମ୍ ବେସ୍ ଓ ବେନ୍ ଷ୍ଟୋକସ୍ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026

You Might Also Like