-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
19-Jun-2026
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଙ୍କ ତତ୍ୱାବଧାନ ରେ ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମଂଚାସୀନ ଅତିଥି ଭାବେ ଅତିରିକ୍ତ ତହସିଲଦାର ଲୋଇସିଂହା ଅଭିନ୍ନା ପ୍ରଧାନ, ଏବିଡିଓ ଶ୍ରୀ କିଶୋରଚନ୍ଦ୍ର ମାନସିଂହ, ବିଏସଏସଓ ଶ୍ରୀ ଭବେଶ ସାହୁ, ଜିପିଡିଓ ସଞ୍ଜୟ କୁମାର ମାଝୀ, ଏ.ଇ. ଇ ଶ୍ରୀ ସିଦ୍ଧାର୍ଥ ପାଢ଼ୀ, ବିଧାୟକ ଙ୍କ ଲୋଇସିଂହା ପ୍ରତିନିଧି ଶ୍ରୀ ଗୌରାଙ୍ଗ ନାଏକ, ସରପଞ୍ଚ ନବକିଶୋର ନାଏକ, ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ପ୍ରମୁଖ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ l
ଆଜି ର କାର୍ଯ୍ୟକ୍ରମ ହେଉଛି ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ ଏବଂ ବ୍ଲକ ସ୍ତରୀୟ ବିଭିନ୍ନ ସରକାରୀ ଯୋଜନା ପ୍ରଦର୍ଶନୀ l ଅତିଥି ମାନେ ହିତାଧିକାରୀ ଙ୍କୁ ନୂତନ ଭତ୍ତା 52, ଆବାସ ଗୃହ 22 ସମେତ ରାସନ କାର୍ଡ ବଣ୍ଟନ କରିଥିଲେ l ଆଜିର କାର୍ଯ୍ୟକ୍ରମ ସି. ପି. ଦେବବ୍ରତ ଶର୍ମା ମଞ୍ଚପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l