-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର): ବଲାଙ୍ଗୀର ଜିଲ୍ଲାରୁ କଳା ପଦର୍ଶିତ କରି ଏବେ ଓ୍ବାର୍ଲ୍ଡ ରେକର୍ଡରେ ନିଜ ନାମକୁ ସ୍ଥାନ ଦେଇଛନ୍ତି ବାଳୁକା ଶିଳ୍ପୀ। ଏବେ ବଲାଙ୍ଗୀର ଜିଲ୍ଲା ନୁହେଁ ଏବେ ସାରା ଓଡିଶା ପାଇଁ ଆଣି ଦେଇଛନ୍ତି ଗର୍ବ ଗୌରବ। ବଲାଙ୍ଗୀର ଜିଲ୍ଲାର ବାଳୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବିଭିନ୍ନ ସମୟରେ ନିଜ ବାଳୁକା କଳା ପାଇଁ ବେଶ ପରିଚିତ। ଓମପ୍ରକାଶ ଗତ ବର୍ଷ ଜାନୁୟାରୀ ମାସରେ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ ଓ ଫୁଲବାଣୀ ଜିଲ୍ଲାର ମଧ୍ୟମ ସ୍ଥଳ ଐତିହାସିକ ପୀଠ ଐରଖାରବେଳ ଗଡ ନିକଟସ୍ଥ ତେଲନଦୀର ପେନ୍ଦିମୁଣ୍ଡା, ଆଟଗାଁ ଘାଟରେ ୨୬ ଫୁଟ ଉଚ୍ଚତାର ଭାରତୀୟ ଐତିହକୁ ନେଇ ବାଲୁକାକଳା ନିର୍ମାଣ କରିଥିଲେ। ଏଥିରେ ଜାତୀୟ ପତକା, ଲାଲକିଲ୍ଲାର ଅଂଶବିଶେଷ, କୁତବମିନାର, ତାଜମହଲ, ଗେଟ ୱେ ଅଫ ଇଣ୍ଡିଆ, ଲୋଟସ ଟେମ୍ପୁଲ, କୋଣାର୍କ, ଶ୍ରୀମନ୍ଦିର, ରାଣୀପୁର ଝରିଆଲର ୬୪ଯୋଗିନୀ ପୀଠ, ଲୋକବାଦ୍ୟ ‘ନିଶାନ’ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପ୍ରତିକୃତି ନିର୍ମାଣ ହୋଇଥିଲା । ଯାହା ପାଇଁ ଆଜି ତାଙ୍କୁ ମିଳିଛି ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ।
ଯୁବ ବାଲୁକାଶିଳ୍ପୀ ଶ୍ରୀ ସାହୁ କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଞ୍ଚାୟତର ଡଙ୍ଗରମୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଗାଁରେ ପ୍ରାଥମିକ ଶିକ୍ଷା ଶେଷ ପରେ ରିଷିଡା ବାପୁଜୀ ହାଇସ୍କୁଲରୁ ମାଧ୍ୟମିକ ଶିକ୍ଷା ଓ ଜୟପୁର ଶ୍ରୀ ବିକ୍ରମଦେବ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ଯୁକ୍ତ ଦୁଇ, ଖଲ୍ଳିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ସ୍ନାତକ ତଥା ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଭୂବନେଶ୍ୱରରେ ଚାରୁକଳାରେ ସ୍ନାତକୋତର ଶିକ୍ଷା ଗ୍ରହଣ ପରେ ବି.ଇ.ଡି ତାଲିମ ନେଇଥିଲେ। ସଂପ୍ରତି ସେ ବଲାଙ୍ଗୀର ଜିଲ୍ଲା ପ୍ରତାପପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ତାଙ୍କର ଏହି ରେକର୍ଡ ପାଇଁ କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।