-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ନୂଆଦିଲ୍ଲୀ,(ପ୍ରେରଣା ଖବର) ହରିୟାଣାର ହିସାରରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି । ହିସାରର ଏକ ଗ୍ରାମରେ ଜମେ ନବମ ଶ୍ରେଣୀ ଛାତ୍ରଙ୍କୁ ୨ ଜଣ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମାମଲା ବାବଦରେ ସେତେବେଳେ ଜଣା ପଡିଥିଲା ଯେତେବେଳେ ଦୁଷ୍କର୍ମର ଭିଡିଓ ସଂପୃକ୍ତ ଛାତ୍ରଙ୍କ ପିତାଙ୍କ ପାଖରେ ପହଁଚଥିଲା ।
କେହିଜଣେ ଅଜଣା ବ୍ୟକ୍ତି ଛାତ୍ରଙ୍କ ପିତାଙ୍କୁ ଦୁଷ୍କର୍ମ ଭିଡିଓ ପଠାଇଥିଲେ । ଏହାପରେ ପିତା ସଦର ପୋଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଥିଲେ । ଏପରିକି ତାଙ୍କର ୧୬ ବର୍ଷୀୟ ପୁତ୍ରକୁ ୨ଜଣ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ ।
ପୀଡିତଙ୍କ ପିତା କହିଛନ୍ତି ଯେ, ଫେବ୍ରୁଆରୀ ୬ ତାରିଖ ରାତି ୯ଟାରେ ତାଙ୍କ ମୋବାଇଲକୁ କେହି ଜଣେ ହ୍ୱାଟସଆପରେ ଭିଡିଓ ପଠାଇଥିଲେ । ଏଥିରେ ତାଙ୍କ ପୁଅକୁ ୨ଜଣ ନାବାଳକ ଦୁଷ୍କର୍ମ କରୁଥିବା ସେଦେଖିଥିଲେ । ଏହାସହ ଆଉ ଜଣେ ନାବାଳକ ଭିଡିଓ ଉତ୍ତୋଳନ କରୁଥିଲା ।ଏନେଇ ସେ ପୁଅଙ୍କୁ ପଚାରିଥିଲେ । ପୁଅ କହିଥିଲା ଯେ, ଜାନୁଆରୀ ୨୩ ତାରିଖରେ ୩ଜଣ ନାବାଳକ ତାକୁ ଲୋଭ ଦେଖାଇ ପୋଖରୀ ପାଖକୁ ନେଇ ଯାଇଥିଲେ ।ସେଠାରେ ହିଁ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହାସହ ଘଟଣା ବାବଦରେ କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।