-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ଟିଟିଲାଗଡ଼(ପ୍ରେରଣା ଖବର): ଟିଟିଲାଗଡରେ ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟା ଲାଗିରହି ଥିବା ବେଳେ ସାଧାରଣ ବେଶ ହଟହଟା ହେବା ସହ ଧନ ଜୀବନ ନଷ୍ଟ ହୋଇଚାଲିଛି । ସେହିପରି ଆଜି ଦିନ ପ୍ରାୟ ୩ ଘଣ୍ଟା ସମୟରେ ଏକ ମିନି ଟ୍ରକ୍ କଣ୍ଟାବାଞ୍ଜି ରୁ ଆସୁଥିବା ବେଳେ ଟିଟିଲାଗଡ ଥାନାର ଗେଟ କୁ ଧକ୍କା ଦେଇ ଓଲଟି ପଡିଥିଲା । ଡ୍ରାଇଭର୍ ଙ୍କ ବେପରୁଆ ଗାଡି ଚାଲଣ ଯୋଗୁଁ ଉକ୍ତ ରାସ୍ତା କଡରେ ପନିପରିବା ଦୋକାନ କରି ଥିବା ଜଣେ ମହିଳାଙ୍କ ର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା l ଗୁରୁତର ଦୁଇ ଜଣଙ୍କୁ ଟିଟିଲାଗଡ ଡାକ୍ତରଖାନାରୁ ବଲାଙ୍ଗୀର ମ୍ୟାଡ଼ିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଚାରି ଜଣ ଗୁରୁତର ଆହତ ଅବସ୍ଥାରେ ଟିଟିଲାଗଡ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପl ଉତ୍ତେଜନା ପ୍ରକାଶ ପାଇଛି l