-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
06-Aug-2026
(ରଂଜିତ ମହାନ୍ତି )
ଶ୍ରାବଣ ମାସ ପ୍ରତି ସୋମବାର ବରୀ ବ୍ଲକ କୃଷ୍ଣନଗର ଠାରେ ବହୁ ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ | ଦୂରଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଆସି ଏଠାରେ ରାତ୍ର ବିଶ୍ରାମ କରି ସକାଳୁ ବାବା ଅଷ୍ଟଶମ୍ଭୁ ଙ୍କୁ ଜଳ ଅର୍ପଣ କରି ପୁଣ୍ୟ ଅର୍ଜନ କରନ୍ତି | ଏଥିରେ ବୟସ୍କ, ବୃଦ୍ଧ ,ବୃଦ୍ଧା ,ଯୁବକ ଯୁବତୀ ଛୋଟ ପିଲାମାନେ ମଧ୍ୟ ବହୁ ଶ୍ରଦ୍ଧାର ସହିତ ପହଞ୍ଚି ବାବାଙ୍କୁ ଜଳାଭିଷେକ କରନ୍ତି | ଅନୁଷ୍ଠାନ ତରଫରୁ ସବୁ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ବ୍ୟବସ୍ଥା ମଧ୍ୟ ରହିଛି | ତେଣୁ ଅଧିକ ଶ୍ରଦ୍ଧାଳୁଙ୍କ ଯୋଗୁଁ ମନ୍ଦିର ପରିସର ଓ ଏହାର ଆଖପାଖ ଜାଗାରେ କୂଡା କୂଡାଅଳିଆ ,ବାସୀଫୁଲ ,କାଛିଆ ଧୂପ ଖୋଳ ,ପ୍ଲାଷ୍ଟିକ, ଦୀପ କଳସ ଆଦି ଜମାହୋଇ ମନ୍ଦିର ପରିସର ଅପରିଷ୍କାର ହବା ସ୍ୱାଭାବିକ | ତେଣୁ ଏହାର ସ୍ୱଚ୍ଛତା ରକ୍ଷା ନିମନ୍ତେ ସମାଜସେବୀ ଶ୍ରୀ ଉତ୍ତମ କୁମାର ମୁଦୁଲିଙ୍କ ନେତୃତ୍ୱରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା | ଏଥିରେ ସ୍ୱେଚ୍ଛାସେବୀ ଶ୍ରୀ ବିଭୁତି ଭୂଷଣ ଦାସ ,ଶ୍ରୀ ସ୍ମୁତିରଞ୍ଜନ ଜେନା ,ଶ୍ରୀ ଡଗିଲ ମହାଳିକ ଓ ଅନ୍ୟମାନେ ସେଠାରେ ପହଞ୍ଚି ପରିସରକୁ ସଫା ସୁତୁରା କରିଥିଲେ | ଅନୁଷ୍ଠାନ ତରଫରୁ ମଧ୍ୟ ପୁର୍ଣ ସହଯୋଗ ରହିଥିଲା |