-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
06-Aug-2026
ବଲାଙ୍ଗୀର(ପ୍ରେରଣା ଖବର):ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ରେ ୮ଠତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ । ଏହି ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗତ ୫ ଓ ୬ ତାରିଖ ଦୁଇ ଦିନ ଧରି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ତଥା ସାପ୍ତାହିକ ଖବରକାଗଜ ‘ପ୍ରେରଣା’ର ସହଯୋଗରେ ସ୍ଥାନୀୟ ପତିତପାବନ ଏକାଡେମୀ ଓ କିସ ଆବାସିକ ବିଦ୍ୟାଳୟ ଠାରେ ଠାରେ ଏକ ସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ଓ
ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗୀର ସହରର ବିଭିନ୍ନ ସ୍କୁଲ ଓ କଲେଜରୁ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ, ନବମ ଓ ଦଶମ ଶ୍ରେଣୀ ଏବଂ କଲେଜସ୍ତରୀୟ, ଏପରି ତିନୋଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବରେ ପ୍ରଫେସର ପ୍ରେମଚାନ୍ଦ ମହାନ୍ତି, ସାହାଜବାହଲ କଲେଜର ଅର୍ଥନୀତି ଅଧ୍ୟାପକ ଡ. କବିରାଜ ଭୋଇ, ସରକାରୀ ମହିଳା ମାହାବିଦ୍ୟାଳୟର ଇତିହାସ ବିଭାଗର ଏସିଷ୍ଟାଣ୍ଟ ପ୍ରଫେସର ଡ. ମିନତୀ ଦେବତା, କିସ୍ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ
ଆକାଶ ମିଶ୍ର, ମୋଣ୍ଟେସରୀ ସ୍କୁଲର ଇଂରାଜୀ ଶିକ୍ଷକ ରୋହିତ ବକୁଲ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ଆଶାଲତା ସେଠୀ ଯୋଗ ଦେଇ ଆଲୋଚ୍ୟ ବିଷୟଵସ୍ତୁର ବିଭିନ୍ନ ଦିଗକୁ ଆଧାର କରି ପ୍ରତ୍ୟେକ ବିଭାଗର କୃତୀ ପ୍ରତିଯୋଗୀ ମାନଙ୍କ ନାମ ଘୋଷଣା କରିଥିଲେ । ପ୍ରେରଣାର ସଂପାଦକ ରଘୁ ନନ୍ଦନ ସିଂହ ଙ୍କ ପରିଚାଳନାରେ ଆୟୋଜିତ ସମସ୍ତ କୃତୀ ପ୍ରତିଯୋଗୀ ମାନେ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ଥାନୀୟ ମନୋହରପୁର ପଡିଆ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଦିବସର ମୁଖ୍ୟଅତିଥିଙ୍କ ଠାରୁ ପୁରସ୍କୃତ ହେବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।