-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ବିଜେପିର ୨ ବର୍ଷର ପୂର୍ତ୍ତି ଉପଲକ୍ଷେ ପ୍ରମୋଦ ମିଶ୍ରଙ୍କ ଆହ୍ୱାନ - ଶୀଘ୍ର କୋସଲ ରାଜ୍ୟ ଗଠନ କର ନଚେତ ଉଲଗୁଲାନ ପାଇଁ ପ୍ରସ୍ତୁତ ରୁହ

12-Jun-2026



ବଲାଙ୍ଗିର(ପ୍ରେରଣା ଖବର)- ଓଡିଶା ଶାସନକୁ ୨ ବର୍ଷ ପୁରିଗଲା । ଏଥି ପାଇଁ ବିଜେପି ଦଳକୁ ଅଭିନନ୍ଦନ । ଦୀର୍ଘ ଦିନର ପ୍ରୟାସ ପରେ ଗତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓଡିଶାରେ ୨୪ ବର୍ଷର ବିଜେଡି ସରକାରକୁ ପଦଚ୍ୟୁତ କରିବାରେ ସକ୍ଷମ ହେଲା । ଏଭଳିକି ଓଡିଶାର ସମସ୍ତ ଲୋକସଭା ଆସନ ମଧ୍ୟ ହାତେଇବାରେ ବିଜେପି ସକ୍ଷମ ହେଲା । ବିଜେପି ର ଏଭଳ ମେଗା ସଫଳତାରେ ବିଗତ ଦଶନ୍ଧି ଧରି ଯେଉଁମାନେ ଗଣତାନ୍ତ୍ରିକ ରୂପେ ବିଭିନ୍ନ ସମସ୍ୟାକୁ ନେଇ ଲଢେଇ କରୁଥିଲେ ସମସ୍ତଙ୍କର ଭୂମିକା ଥିଲା । ବିଶେଷ କରି କୋଶଳାଂଚଳରେ ବିଜେପି ଯେଉଁ ଅଦ୍ଭୁତପୂର୍ବ ସଫଳତା ହାସଲ କଲା ସେଥିରେ ୧୯୯୮ ମସିହାରୁ ଆରମ୍ଭ ହୋଇଥିବା “କୋଶଲ ମୁକ୍ତି ଆନ୍ଦୋଳନ” ର ପରୋକ୍ଷ ଭାବରେ ବହୁତ ବଡ ଭୂମିକା ଥିଲା । ଯେଉଁ ଭଳି ଭାବରେ କୋସଳ ରାଜ୍ୟ ଗଠନର ଦାବି ଏ ଅଂଚଳର ଭାଷାର ମାନ୍ୟତା ର ଦାବି, ହାଇକୋର୍ଟ ବେଂଚ ସ୍ଥାପନର ଦାବି କିମ୍ବା ଅନ୍ୟାନ୍ୟ ଦାବିକୁ ତତ୍‌କାଳିନ ସରକାର ନଜରଅନ୍ଦାଜ କରିଥିଲା । କୋସଳାଂଚଳ ଜନସାଧାରଣ ସେଥି ପାଇଁ ତତ୍‌କାଳୀନ ସରକାର ଉପରେ କ୍ଷୁବ୍ଧ ଥିଲେ । ବିଶେଷ କରି କୋଭିଡ୍ ମହାମାରୀ ସମୟରେ ଯେଭଳି ଭାବରେ “ଅସାଂବିଧାନିକ” ରୂପେ ବନ୍ଦେ ଉତ୍କଳ ଜନନୀକୁ ଜବରଦସ୍ତ ରାଜ୍ୟ ସଂଗୀତକୁ ମର୍ଯ୍ୟାଦା ଦିଆଗଲା ତାହା ମଧ୍ୟ କୋଶଳାଂଚଳ ର ୨ କୋଟି ଲୋକଙ୍କ ସ୍ୱାଭିମାନକୁ ଆଘାତ ଦେଇଥିଲା । ତେଣୁ ଏ ଅଂଚଳର ଲୋକେ ୨୦୨୪ ର ରାଜନୈତିକ ପରିବର୍ତ୍ତନରେ ବଡ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ବିଗତ ୨ ବର୍ଷର ବିଜେପି ସରକାର ଙ୍କ କାର୍ଯ୍ୟଶୈଳୀ ଓ ପ୍ରଦର୍ଶନକୁ ଦେଖି କୋଶଳବାସୀ ସଂପୂର୍ଣ୍ଣ ରୂପେ ହତାଶ ହୋଇପଡିଛନ୍ତି । ବିଶେଷ କରି ସଂବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ, କୋଶଲୀ (ସମ୍ବଲପୁରୀ) ଭାଷାର ମର୍ଯ୍ୟାଦା, ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ, ଗନ୍ଧମାର୍ଦ୍ଦନ କୁ ଜାତୀୟ ସମ୍ପତ୍ତି ରୂପେ ଘୋଷଣା ପ୍ରଭୃତି ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ପୁର୍ଣ୍ଣ ରୂପେ ନିରବ । ଏହାଛଡା ଚାଷୀ ଆତ୍ମହତ୍ୟ, ମଣ୍ଡି ସମସ୍ୟା, ଅଭାବୀ ବିକ୍ରି ସମସ୍ୟା, ଦାଦନ ଶ୍ରମିକ ସମସ୍ୟା, ବେକାରୀ ସମସ୍ୟା, ସ୍ଥାନୀୟ ନିଯୁକ୍ତି ସମସ୍ୟା, ମାତୃ ଓ ଶିଶୁ ମୃତ୍ୟୁହାର ବୃଦ୍ଧି ସମସ୍ୟା ଆଦି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ଆହୁରି ହତାଶା ଓ କ୍ଷୋଭ ସୃଷ୍ଟି କରିଛି । ଏଥି ସହିତ ଦୁର୍ନୀତି ଓ ଅପରାଧରେ ବୃଦ୍ଧି ଓ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସେଥିରେ ସଂପୃକ୍ତି ବହୁ ମାତ୍ରାରେ ବଢି ଚାଲିଛି । ନିକଟ ଅତିତରେ ଟାଟା ପାୱାର ର ପାୱାର କଟ ଓ ଅତ୍ୟାଚାରକୁ ଦମନ କରିବାରେ ସରକାରୀ ବିଫଳତା, ବଲାଙ୍ଗିର କିମ୍ବା କେବିକେ ଅଂଚଳରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ଦିଗରେ ସରକାରଙ୍କ ସ୍ଥାଣୁତା, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଆଦି ଦିଗରେ ସରକାରୀ ବିଫଳତା, ବନ୍ଦ ଶିଳ୍ପ ଚାଲୁ କରିବାରେ  ତଥା ଜଳ, ଜମି ଓ ଜଙ୍ଗଲ ର ସୁରକ୍ଷା ଦିଗରେ ସରକାରଙ୍କ ବିଫଳତା ଲୋକଙ୍କ ଭିତରେ ବହୁ ପ୍ରତିକ୍ରିୟା ସୃଷ୍ଟି କରିଛି । ନେତା, ମନ୍ତ୍ରୀମାନେ ଖାଲି ବାହାସ୍ପୋଟ ଓ ରାଜକୀୟ ବ୍ୟବହାର କରୁଥିବାରୁ ଓ ଅବାସ୍ତବ କଥା କହି ବିବାଦ ସୃଷ୍ଟି କରୁଥିବାରୁ ତଥା ରାଜନୈତିକ ଚାନ୍ଦା ଆଦାୟ ଭଳି ସମସ୍ୟା ପାଇଁ ସରକାର ପ୍ରତି ଲୋକେ ଅଙ୍ଗୁଳି ପ୍ରଦର୍ଶନ କଲେଣି । 

ତେଣୁ ବିଜେପିକୁ ସରକାରଙ୍କ ଦ୍ୱିତୀୟ ବର୍ଷ ପୁର୍ତ୍ତି ଉପଲକ୍ଷେ ସ୍ୱାଗତ ଜଣାଇବା ସଙ୍ଗେ ସରକାର ତୁରନ୍ତ ଆତ୍ମ ମନ୍ଥନ କରି ଏହି ସବୁ ସମସ୍ୟାର ସ୍ଥାୟୀ ଓ ତୁରନ୍ତ ସମାଧାନ କରନ୍ତୁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବି କରିଛନ୍ତି । ସେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଓ ବିଜେପି ଅଧ୍ୟକ୍ଷ ତଥା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ନେତୃତ୍ୱଙ୍କୁ ଶିଘ୍ର ଏ ମାମଲାରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିବା ସହ ଅନ୍ୟଥା ଆଗାମୀ ଦିନରେ ବିଶାଳ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk