-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
10-Jun-2026
ବଲାଙ୍ଗୀର(ପ୍ରେରଣା ଖବର): ଆଜି ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି ପକ୍ଷରୁ ବଲାଙ୍ଗୀର ଜାତୀୟ ରାଜପଥ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଆଶିଷ କୁମାର ନାୟକଙ୍କୁ ସାକ୍ଷାତ କରି ବଲାଙ୍ଗୀର ସହରରରେ କ୍ରମବଦ୍ଧିଷ୍ଣୁ ରାସ୍ତା ଦୁର୍ଘଟଣା ଓ ତାର ନିରକାରଣ ସଂପର୍କିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ସିଭିଲ ସୋଇସାଇଟିର ଆବାହକ ଇଂ. ବେଲାରସିଂ ଭୋଇ ଓ ସଂଯୋଜକ ମନୋରଂଜନ ସାହୁଙ୍କ ନେତୃତ୍ୱରେ ଅନ୍ୟ ମାନଙ୍କ ମଧ୍ୟରେ ମନୋରଂଜନ ମିଶ୍ର, ରଘୁ ନନ୍ଦନ ସିଂହ, ଆନନ୍ଦ ମିଶ୍ର, ଅରୁଣ କୁମାର ନାଥ, ଜ୍ଞାନରଂଜନ ପଟ୍ଟନାୟକ ପ୍ରମୁଖ ଅଧୀକ୍ଷଣ ଯନ୍ତ୍ରୀ ଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏନ୍.ଏଚ୍ ୨୬ ରେ ଦୁର୍ଘଟଣାଜନିତ ସମସ୍ୟା କୁ ରୋକିବା ପାଇଁ ସଂପୃକ୍ତ ବିଭାଗ ସହ ସଂପର୍କ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ ପ୍ରତିଶୃତି ଦେଇଛନ୍ତି । ଏ ସଂପର୍କରେ ବଲାଙ୍ଗୀର ସିଭିଲ ସୋସାଇଟି ତରଫରୁ ବଲାଙ୍ଗୀର ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଓ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ସିଭିଲ ସୋସଇଟିର ସଂଯୋଜକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।