-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
10-Jun-2026
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଧାନ ଅଧିଗ୍ରହଣ କାର୍ଯ୍ୟ ଜୋରଦାର ଭାବେ ଜାରି ରହିଛି। ଆଜି ଜିଲ୍ଲାର ୩୭ଟି ଧାନ କ୍ରୟ କେନ୍ଦ୍ର (ପିପିସି) କାର୍ଯ୍ୟକ୍ଷମ ରହିଥିବାବେଳେ ୪୧୮ ଜଣ ଚାଷୀଙ୍କଠାରୁ ମୋଟ ୨୧,୨୦୧.୦୮ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି।ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୦ଟି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ ୨,୫୭୭ ଜଣ ଚାଷୀଙ୍କଠାରୁ ସମୁଦାୟ ୧,୩୩,୧୪୫.୭୬ କ୍ୱିଣ୍ଟାଲ ଧାନ ଅଧିଗ୍ରହଣ କରାଯାଇଛି। ଚାଷୀମାନଙ୍କୁ ସୁବିଧାଜନକ ପରିବେଶରେ ଧାନ ବିକ୍ରୟର ସୁଯୋଗ ଯୋଗାଇବା, ସ୍ୱଚ୍ଛ ଓ ଶୃଙ୍ଖଳିତ କ୍ରୟ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଜିଲ୍ଲା ପ୍ରଶାସନ ବିଶେଷ ଗୁରୁତ୍ୱ ଦେଉଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ, ସମବାୟ, କୃଷି ଓ ମଣ୍ଡି ସମ୍ପର୍କିତ ବିଭାଗଗୁଡ଼ିକ ମଧ୍ୟରେ ନିରନ୍ତର ସମନ୍ୱୟ ରକ୍ଷା କରାଯାଉଥିବାବେଳେ ଧାନ କ୍ରୟ କାର୍ଯ୍ୟର ନିୟମିତ ତଦାରଖ ମଧ୍ୟ କରାଯାଉଛି। ଚାଷୀମାନଙ୍କୁ ସରକାରଙ୍କ ନିର୍ଦ୍ଧାରିତ ସହାୟକ ମୂଲ୍ୟର ସୁବିଧା ପ୍ରଦାନ ସହ ସେମାନଙ୍କ ଉତ୍ପାଦିତ ଧାନର ଠିକ୍ ସମୟରେ କ୍ରୟ ସୁନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।