-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
20-May-2026
ସାଲେଭଟା(ପ୍ରେରଣା ଖବର): ସାଲେଭଟାରେ ଏକ ସ୍କର୍ପିଓ ଦୁର୍ଘଟଣା ଘଟି ୨ଗୁରୁତର ହୋଇଛନ୍ତି। ସ୍କର୍ପିଓ ଗାଡିଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି I ଉକ୍ତ ଗାଡି ଟି ସୁବର୍ଣ୍ଣପୁର ଜିଲ୍ଳା ତରଭା ବ୍ଳକ ଅଧ୍ୟକ୍ଷଙ୍କ ବୋଲି କୁହାଯାଇଛି। ଏଥିରେ ବ୍ଳକ ଅଧ୍ୟକ୍ଷ ଓ ତାଙ୍କର ଡ୍ରାଇଭର ଗୁରୁତର ହୋଇଛନ୍ତି।ତୁରନ୍ତ ଉଦ୍ଧାର କରି ଵଲାଙ୍ଗିର ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ବରଗଡର ଏକ ଘରୋଇ ହସପିଟଲାକୁ ସ୍ଥାନାନ୍ତର କରାଯାଇଛି। ସୂବର୍ଣ୍ଣପୁର ଵିଜେଡି ସଭାପତି ତଥା ତରଭା ବ୍ଳକ ଅଧ୍ୟକ୍ଷ ସରୋଜ କମ୍ପ ଓ ତାଙ୍କ ଡ୍ରାଇଭର ଧନଞ୍ଜୟ କଲତା ଭୁଵନେଶ୍ବରରୁ ସମ୍ବଲପୁର ଦେଇ ମେଣ୍ଡା ଦେଉଲପଦର ଫେରୁଥିବା ବେଳେ ବଲାଙ୍ଗୀର ଜିଲ୍ଲା ସେଲେଭଟା ଠାରେ ଏକ ଟ୍ରଲରକୁ ଧକ୍କା ହେଇ ଦୁର୍ଘଟଣା ଘଟିଥିଲା।