-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ରାଜ୍ୟ

ଓପିଜିସି ୟୁନିଟ୍ ୧ ଓ ୨ ଅଚଳ, ଉତ୍ପାଦନ ଠପ୍

08-Feb-2021



ଇବ୍‌ଥର୍ମାଲ (ପ୍ରେରଣା ଖବର) : ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ତାପଜ ବିଦ୍ୟୁତ୍ କେନ୍ଦ୍ର ୟୁନିଟ୍‌ ୧ ଶନିବାର ଅଚଳ ହୋଇଯିବାପରେ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ହୋଇଯାଇଛି। ବଏଲର୍ ଟ୍ୟୁବ୍‌ ଲିକ୍‌ ହେବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଇଛି। ସେପଟେ ୟୁନିଟ୍‌ ୨କୁ ବାର୍ଷିକ ମରାମତି ସକାଶେ ଜାନୁଆରି ୧୪ରୁ ବନ୍ଦ କରାଯାଇଛି। ଯଦିଓ ସେତେବେଳେ ଏହା ୨୦ ଦିନରେ କାର୍ଯ୍ୟକ୍ଷମ ହୋଇଯିବ ବୋଲି କୁହାଯାଇଥିଲା। ୟୁନିଟ୍‌ ୨କୁ କାର୍ଯ୍ୟକ୍ଷମ କରାଇବାକୁ ଆହୁରି ୧୦ ଦିନ ସମୟ ଅଧିକ ମଗାଯାଇ କାମ ଚାଲିଛି। ଫଳରେ ୪୨୦ ମେଗାଓ୍ବାଟ୍ ସଂପନ୍ନ ଉଭୟ ୟୁନିଟ୍‌ ଅଚଳ ହୋଇପଡିବାରୁ ବିଦ୍ୟୁତ୍ ଉତ୍ପାଦନ ଠପ୍ ହୋଇ ପଡ଼ିଛି। ୟୁନିଟଗୁଡ଼ିକ ବର୍ଷକରେ ଏକାଧିକ ଥର ଅଚଳ ହୋଇପଡିବାରୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଯୋଗ୍ୟ ଯେ ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ସମାନ ଅବସ୍ଥା ଦେଖା ଦେଇଥିଲା। ୟୁନିଟ ୧ ଅଚଳ ହୋଇ ପଡିଥିଲା ଓ ୟୁନିଟ ୨କୁ ବାର୍ଷିକ ମରାମତି ସକାଶେ ୨୧ ଦିନ ପାଇଁ ବନ୍ଦ କରାଯାଇଥିଲା। ଏବେ ଚାରି ମାସ ନପୂରୁଣୁ ୟୁନିଟ ୨କୁ ପୁଣି ବାର୍ଷିକ ମରାମତି ପାଇଁ ବନ୍ଦ କରାଯାଇଛି। ସମାନ ଭାବେ ଯଦି ଓପିଜିସି କର୍ତୃପକ୍ଷ ବଏଲର, ଟର୍ବାଇନ୍, ଜେନେରେଟର୍, ଟ୍ରାନ୍‌ସସଫର୍ମର୍ ତଥା ଅନ୍ୟାନ୍ୟ ଯନ୍ତ୍ରାଂଶର କାମ କରିଥିଲେ, ତା ହେଲେ ୟୁନିଟ ୨ର ବାର୍ଷିକ ମରାମତି ପୁଣି ଆବଶ୍ୟକ କାହିଁକି ପଡ଼ିଲା ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବାର୍ଷିକ ମରାମତି ବର୍ଷକ ପରେ ହେବା କଥା ୪/୫ ମାସରେ ନୁହଁ ବୋଲି ମତ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ ଗତ ବର୍ଷ ୟୁନିଟ ୧ ତିନି ଥର ଓ ୨ ମଧ୍ୟ ତିନି ଥର ଅଚଳ ହୋଇଥିଲା। ସେତେବେଳେ କାରଣ ପଚାରିବାରୁ ପ୍ଲାଣ୍ଟ ପୁରୁଣା ହୋଇଗଲାଣି ବୋଲି କର୍ତୃପକ୍ଷ ଆଳ ଦେଖାଇ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ଗୋଟିଏ ବର୍ଷର କଥା ନୁହେଁ ପ୍ରାୟ ବର୍ଷମାନଙ୍କରେ ୟୁନିଟ୍‌ଗୁଡ଼ିକ ଅନେକଥର ଅଚଳ ହେବା ଓ ଅଚଳର କାରଣ ପ୍ରାୟତଃ ବଏଲର ଟ୍ୟୁବ୍‌ରେ ଲିକେଜ୍ ହେବା ସାଧାରଣରେ ସନ୍ଦେହକୁ ଘନିଭୂତ କରୁଛି। ଉଚିତ ରକ୍ଷଣାବେକ୍ଷଣ କରାଗଲେ ହୁଏତ ପ୍ଲାଣ୍ଟ ଠିକ୍ ଚାଲିବା ସହ ସରକାରଙ୍କୁ ରାଜସ୍ବ କ୍ଷତି ସହିବାକୁ ପଡ଼ନ୍ତା ନାହିଁ ବୋଲି ମତ ପ୍ରକାଶ ପାଇଛି। ୟୁନିଟ୧କୁ ସଚଳ କରିବାକୁ କାମ ଲିଛି ଓ ଏହା ୭୨ ଘଣ୍ଟାରେ ଠିକ୍ ହୋଇଯିବ ବୋଲି ଆଶା ରଖାଯାଇଛି। ବିଦ୍ୟୁତ ଉତ୍ପାଦନ ୧ଓ୨ ୟୁନିଟ୍‌ରେ ବାଧାପ୍ରାପ୍ତ ହୋଇଥିଲେ ବି ଏବେ ୟୁନିଟ୍ ୪ ଭଲ ଚାଲିଛି। ପ୍ରାୟ ୬୦୦ ମେଗାଓ୍ବାଟ୍ ଉପରେ ଉତ୍ପାଦନ ହେଉଥିବାବେଳେ ୟୁନିଟ ୩ ରେ ମଧ୍ୟ ୪୦୦ ମେଗାଓ୍ବାଟ ଉତ୍ପାଦନ ହେଉଛି। ଏଣୁ ପୁରୁଣା ୟୁନିଟ ଦ୍ବୟ ଏବେ ପାଇଁ ଅଚଳ ଥିଲେ ହେଁ ୩ୟ ଓ୪ର୍ଥ ୟୁନିଟରୁ ହାରାହାରି ୧ହଜାର ୟୁନିଟ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ଓ ବିତରଣରେ ଅସୁବିଧା ନଥିବା ଓପିଜିସି ଜନ ସଂପର୍କ ଅଧିକାରୀ ହିମାଂଶୁ ବେହେରାଙ୍କଠାରୁ ପ୍ରକାଶ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like