-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ଥୁଆପାଲି (ପ୍ରେରଣା ଖବର) : ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ଧାତୁକପାଲି-ଗର୍ଭଣା ରାସ୍ତା ମଧ୍ୟରେ ଦୁର୍ଘଟଣାରେ ଧାତୁକପାଲି ଗ୍ରାମର ଯୁବ ଚାଷୀ ଅଶ୍ବିନୀ ମହାପାତ୍ର(୩୫)ଙ୍କ ଶନିବାର ରାତ୍ର ୯ଟାରେ ମୃତ୍ୟୁ ଘଟିଛି। ଗର୍ଭଣା ଛକରେ ଦୋକାନ ଦେଇଥିବା କିଛି ବ୍ୟବସାୟୀ ଦୋକାନ ବନ୍ଦ କରି ଫେରିବା ସମୟରେ ରାସ୍ତା ମଝିରେ ଥିବା ପାଇପ୍ ଲାଇନ ସମ୍ମୁଖରେ ଏକ ବାଇକ୍ ପଡିଥିବା ଦେଖିବାକୁ ପାଇଥିଲେ। ଦୁର୍ଘଟଣା ହୋଇଥିବା ସନ୍ଦେହ କରି ଖୋଜାଖୋଜି କଲା ପରେ କେନାଲ ଭିତରୁ ଅଶ୍ବିନୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଚାରିଚକିଆ ଗାଡ଼ିର କିଛି ପାର୍ଟସ୍ ଭାଙ୍ଗି ପଡିଥିବା ଦେଖିବାକୁ ପାଇଥିଲେ। ତେଣୁ କୌଣସି ଅଜଣା ଗାଡି ଧକ୍କା ଦେବାରୁ ଅଶ୍ବିନୀଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ମୃତ ଅଶ୍ବିନୀ ଅଞ୍ଚଳର ଜଣେ ଜଣାଶୁଣା ଚାଷୀ ଥିଲେ। ସେ ୨୦ ଏକରରୁ ଊର୍ଦ୍ଧ୍ବ ଜମି ଚାଷ କରିଥିଲେ। ଏଥିସହ ସେ ଜଣେ ସ୍ବେଛାସେବୀ ଓ ବିଜେପିର ବରିଷ୍ଠ କର୍ମୀ ଥିଲେ। ମୃତ ଅଶ୍ବିନୀଙ୍କ ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁଟିଏ ଅଛି। ବୁର୍ଲାରେ ଶବ ବ୍ୟବଚ୍ଛେଦ ହେଲା ପରେ ରବିବାର ଦିନ ୧୨ଟାରେ ଅନ୍ତିମସଂସ୍କାର କରାଯାଇଥିଲା।