-+91-9937148622 |

prerana_bgr@rediffmail.com |

  Wednesday 11th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   (11-Nov-2026)       ||      ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ    (11-Nov-2026)       ||      ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   (11-Nov-2026)       ||      ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ    (10-Nov-2026)       ||      ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   (10-Nov-2026)       ||      ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   (10-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ   (10-Nov-2026)       ||      କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ   (10-Nov-2026)       ||      ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ   (10-Nov-2026)       ||      ଝରିଗାଁ କୋର୍ଟ ପରିସରରେ ଆଇନଜୀବି ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କଲେ ଡାବୁଗାଁ ଆଇନଜୀବୀମାନେ   (10-Nov-2026)       ||      ବିନିକା କଂସାରୀପଡ଼ାରେ ମହା ଆଡ଼ମ୍ବରରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା,ବିରାଟ ଶୋଭାଯାତ୍ରାରେ କମ୍ପିଲା ସହର   (10-Nov-2026)       ||      ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   (10-Nov-2026)       ||      *ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭେଟିଲେ ବୁଟିଆଗୁଡାର ଅଲେଖ ଭକ୍ତ, ମହିମା ମନ୍ଦିରର ଉନ୍ନତି ନେଇ ଆଲୋଚନା*   (10-Nov-2026)       ||      ମୁଡ଼ଶୁଣ୍ଢୀ ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (10-Nov-2026)       ||      ସ୍ବାଧିନତା ସଂଗ୍ରାମୀ ଭାଗୀରଥୀ ପଟ୍ଟନାୟକ ଓ ଜମ୍ବୁବତୀ ଦେବୀଙ୍କ ଜନ୍ମ ଜୟନ୍ତୀ   (10-Nov-2026)       ||      କଂସଦରବାର,ସାଂସସ୍କୃତିକବିଚିତ୍ରାରେ ଦୁଲୁକିଲା ଭୀମପାହାଡ ମହୋତ୍ସବ   (10-Nov-2026)       ||      ଦିବ୍ୟାଙ୍ଗଙ୍କ ସହିତ ଦୀପାବଳି ପାଳନ କଲା ଟିଟିଲାଗଡ ବିକାଶ ସେନା   (09-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ    (09-Nov-2026)       ||      ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଓ ଦକ୍ଷତା ଵୃଦ୍ଧି ପାଇଁ ଏକ ଅଭିନଵ କାର୍ଯ୍ୟକ୍ରମ - ମଡେଲ ପାର୍ଲାମେଣ୍ଟ    (09-Nov-2026)       ||      ପାଟଣେଶ୍ୱରୀ ମନ୍ଦିର ପାରଂପାରିକ ରୀତିନୀତିରେ ସମ୍ପୁର୍ଣ୍ଣ ହେଲା କାଲିପୂଜା   (09-Nov-2026)       ||     

HOME   ଜିଲ୍ଲା

ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ

27-Sep-2026



ଭୁବନେଶ୍ୱର(ମୁରଲୀଧର ମିଶ୍ର):ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ନେତା ଦୀପକ ଦାସଙ୍କ ଅପମୃତ୍ୟୁକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଡ଼ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଓ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି ଯୋଗ ଦେଇଥିଲେ l
ସାମ୍ବାଦିକଙ୍କୁ ଡ଼.ପଟ୍ଟନାୟକ କହିଥିଲେ ଯେ, ଦୀପକ ଦାସ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳ ତଥା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବାସିନ୍ଦା ଥିଲେ ।ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସକ୍ରିୟ କର୍ମୀ ଓ ଯୁବ କଂଗ୍ରେସର ନେତା ଥିଲେ ।ତାଙ୍କ ପରିବାର ରେ ତାଙ୍କର ସ୍ତ୍ରୀ ଓ ଦୁଇ ଜନ ଛୋଟ ଛୁଆ ଅଛନ୍ତି, ଏହା ଛଡା ବୁଢା ବାପା ଓ ମା ଅଛନ୍ତି ।ସେ ରାଜନୈତିକ କାର୍ଯ୍ୟ ସହ ଜଣେ ସମାଜ ସେବୀ ଓ ଅନ୍ୟାୟ ଦୁର୍ନୀତି ବିରୁଦ୍ଧରେ ଲଢୁଥିବା ଯୋଦ୍ଧା ଥିଲେ, ଚାନ୍ଦବାଲି ଅଞ୍ଚଳରେ ସାଧାରଣ ଲୋକଙ୍କ ଦୁଃଖ ସୁଖରେ ଚିଡା ହେଉଥିଲେ ।ଘଟଣାକ୍ରମେ ସେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଚାଲୁଥିବା ଏକ ଘରୋଇ ନର୍ସିଂହୋମରେ ଅନୈତିକ ଉପାୟରେ ହେଉଥିବା ଭୃଣର ଲିଂଗ ନିରୂପଣ ଓ ଭୃଣ ହତ୍ୟା ବିଷୟରେ ଜାଣିବାକୁ ପାଇଥିଲେ ଓ ଏହି ବିଷୟରେ ସ୍ୱର ଉଠାଇଥିଲେ। ଏଠାରେ ଏହା ଉଲ୍ଲେଖ ଯୋଗ୍ୟ ଯେ, ସେ ଘରୋଇ ନର୍ସିଂହୋମ ହେଉଛି ଭଦ୍ରକ ଜିଲ୍ଲା ଯୁବ ବିଜେପି ସଭାପତି ତପନ ରାଉତ ଙ୍କର ଜଣେ ନିକଟ ସମ୍ପର୍କୀୟଙ୍କର। ଏଥିରେ ବର୍ତ୍ତମାନ ରାଜ୍ୟ ସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତିଙ୍କର ମଧ୍ୟ ଅଂଶୀଧାର ଅଛନ୍ତି।ବିଗତ କିଛି ମାସ ପୂର୍ବରୁ ଜଣେ ଅବିବାହିତ ଯୁବତୀ ଯେ କି କୋଶମୋବଜାରରେ ସେଲ୍ସ ଗର୍ଲ ଭାବେ କାର୍ଯ୍ୟରତ ଥିଲେ, ତାଙ୍କର ଏହି ନର୍ସିଂହୋମରେ ଗର୍ଭପାତ ହୋଇଥିଲା ଓ ପରବର୍ତ୍ତୀ ସମୟରେ ତାଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହି ସଂକ୍ରାନ୍ତରେ ମଧ୍ୟ ବାସୁଦେବପୁର ଥାନାରେ ମାମଲା ରୁଜୁ ହୋଇଛି ।ସେହିଭଳି ଚାନ୍ଦବାଲି ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ପରେଶ ମହାନ୍ତି ଓ ଅନ୍ୟ ପୁଲିସ କର୍ମଚାରୀମାନେ ଅନ୍ୟାୟ ଓ ଦୁର୍ନୀତିରେ ଲିପ୍ତ ରହିବା ସହ ସରକାରୀ ଦଳର ହାତ ବାରିସି ସାଜି କାମ କରୁଥିଲେ।ଏହି ସବୁ ଦୁର୍ନୀତି ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଉଥିବାରୁ ସେ ଚାନ୍ଦବାଲି ଥାନା ଆଇଆଇସିଙ୍କର ପରମ ଶତ୍ରୁ ପାଲଟି ଯାଇଥିଲେ ।ଏତଦ ବ୍ୟତୀତ ମୃତ ଦୀପକ ଦାସ ଚାନ୍ଦବାଲି ଥାନାରେ ଏକ ବ୍ୟକ୍ତି ମିତୁ ମଲିକ ନାମରେ ଅଭିଯୋଗ କରିଥିଲେ ଯେ, ସେ ତାଙ୍କ ସ୍ତ୍ରୀ ଓ ଛୋଟ ଝିଅକୁ ନେଇ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରୁଛି, ଏହା ଛଡା ହ୍ୱାଟ୍ସଆପ ମାଧ୍ୟମରେ ତାର ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରୁଛି । ପ୍ରଥମେ ସେ 2025 ମସିହା ଅଗଷ୍ଟ ମାସରେ ରିପୋର୍ଟ କରିଥିଲେ ମଧ୍ୟ ଆଇଆଇସି ପରେଶ ମହାନ୍ତି କୌଣସି କର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ବାରମ୍ବାର ଜିଲ୍ଲାପାଳ ଜନ ଶୁଣାଣିରେ ଜାବ ପରେ ଜାନୁଆରୀ ମାସ 2026 ମସିହାରେ ଚାନ୍ଦବାଲି ଥାନାରେ ଏଫଆଇଆର ନଂ. 31 ରୁଜୁ ହୋଇଥିଲା । କିନ୍ତୁ ସେ ମୃତ୍ୟୁ ବରଣ କରିବା ପର୍ଯ୍ୟନ୍ତ କୌଣସି କର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ଏହି ଘଟଣା ପାଇଁ ତାଙ୍କର ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେଉଥିଲା ଓ ପାରିବାରିକ ଜୀବନରେ ଶାନ୍ତି ନଥିଲା ।ଏହି ଘଟଣାରେ ମର୍ମାହତ ହୋଇ ସେ ଆଇଆଇସି ଚାନ୍ଦବାଲି ଓ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ବିରୁଦ୍ଧରେ ଏକ ଭିଡିଓ ବନେଇ ନିଜର ଫେସବୁକ୍ ରେ ସେପ୍ଟେମ୍ବର ମାସ 6 ତାରିଖରେ ପୋଷ୍ଟ କରିଥିଲେ। ଯାହାକି ଆଇଆଇସି ଓ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟିକୁ ଆସିଲା ପରେ ସେମାନେ ଏକ ଚକ୍ରାନ୍ତ କରି ଦୀପକ ଦାସକୁ ମାରିବା ପାଇଁ ଷଡଯନ୍ତ୍ର କରିଥିଲେ ।ସେହି ସେପ୍ଟେମ୍ବର 6 ତାରିଖରେ ଦୀପକ ଦାସର ସ୍ତ୍ରୀ ଦୀପା ଦାସ ଘରୋଇ ହିଂଶାକୁ ନେଇ ଚାନ୍ଦବାଲି ଥାନାରେ ଏକ ଅଭିଯୋଗ କରିଥିଲେ। ଚାନ୍ଦବାଲି ଆଇଆଇସି କେସ ରେଜିଷ୍ଟର ନକରି ନିଜ ଷଡଯନ୍ତ୍ର ମୁତାବକ ନିଜ ଷ୍ଟାଫ ସହ ଦୀପକ ଦାସର ଚାନ୍ଦବାଲି ଘରେ ସେପ୍ଟେମ୍ବର ରାତି 11 ଟା ସମୟରେ ଚଢାଉ କରିଥିଲେ ଓ ତାକୁ ନାନାଦି ନିର୍ଯାତନା ଦେଇ ଥିଲେ ଯାହା ଫଳରେ ସେ ପୁଲିସ ଚାପରେ ବିଷ ପିଇ ଦେଇଥିଲା । ଏହାପରେ ପୁଲିସ ନିଜକୁ ବଞ୍ଚେଇବା ପାଇଁ ରାତି 12 ଟାରେ ଏକ ଘରୋଇ ହିଂଶା ମାମଲା ଚାନ୍ଦବାଲି ଥାନା କେସ ନମ୍ବର 318 ରୁଜୁ କରିଥିଲା।

ଏହାପରେ ପୁଲିସ ଦୀପକ ଦାସକୁ ଚାନ୍ଦବାଲି ହସ୍ପିଟାଲ ଓ ପରେ ଭଦ୍ରକ ଜିଲ୍ଲା ହସ୍ପିଟାଲ କୁ ନେଇଥିଲେ। ଏଠାରେ ପୁଲିସ ଦୀପକ ଦାସ ଟ୍ରେଟମେଣ୍ଟ ରେ ବହୁତ ଅବହେଳା କରିଥିଲେ। ଦୀପକ ଦାସର ପରିବାର କୌଣସି ସଦସ୍ୟ ଙ୍କୁ ଜଣାଇ ନଥିଲେ ।

ପରବର୍ତ୍ତୀ ସମୟରେ ସେ କଟକ ଏସସିବି ମେଡିକାଲରେ ମୃତ୍ୟୁର ଶେଷ ସମୟରେ ଆଡମିଟ ହୋଇଥିଲେ, ଓ ତାଙ୍କର ମୃତ୍ୟୁ ହୋଇଥିଲା।

ଆଇଆଇସି ଓ ଆରକ୍ଷୀ ଅଧିକ୍ଷକ ମୃତ ଦୀପକ ଦାସ ପରିବାର ଉପରେ ବିଭିନ୍ନ ଉପାୟରେ ଚାପ ପକାଇ ମୃତ ଦେହକୁ ଜବରଦସ୍ତ ପୁଲିସ ନିଜେ ପୋତି ଦେଇଥିଲା ।
ଡ଼ ପଟ୍ଟନାୟକ ପ୍ରଶ୍ନ ପଚାରିଛନ୍ତି ଯେ, ଦୀପକ ଦାସ ବିରୁଦ୍ଧରେ କୌଣସି ମାମଲା ନଥାଇ କାହିଁକି ରାତିରେ ତା ଘରେ ଚଢାଉ କରିଥିଲା ।
ଦୀପକ ଦାସ କୌଣସି ରେପ କି ମର୍ଡର ଅଭିଯୋଗ ନଥିଲା, କେବଳ ଏକ ଘରୋଇ କଳି ଝଗଡା ମାମଲାରେ ପୁଲିସ ତାକୁ ଦିନରେ ଥାନାକୁ ଡାକି ପାରିଥାନ୍ତା, କାଉନସେଲିଂ କରି ପାରିଥାନ୍ତା । କେଉଁ ଉଦ୍ଦେଶ୍ୟରେ ସେ ଘରେ ଏକୁଟିଆ ଥିବାବେଳେ ପୁଲିସ ଚଢାଉ କଲା ।
ପୁଲିସ ଆଇଆଇସି ଓ ଏସପିଙ୍କୁ ଆକ୍ଷେପ କରିବାରୁ ଏହି ଦଣ୍ଡ ତାଙ୍କୁ ମିଳିଲା କି ?
ନା ପୁଲିସ ବିଜେପି ଦଳର ଏଜେଣ୍ଟ ସାଜି ଭଦ୍ରକ ଯୁବ ସଭାପତି ଚନ୍ଦନ ରାଉତ ଓ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନିର୍ଦ୍ଦେଶରେ ତାକୁ ହତ୍ୟା କରିବାର ଷଡଯନ୍ତ୍ର କରି ଯାଇଥିଲା କି?
ବାସୁଦେବପୁରରେ ଚାଲୁଥିବା ଘରୋଇ ନର୍ସିଂହୋମ ମାଲିକଙ୍କର ଏଥିରେ କଣ ସମ୍ପୃକ୍ତି ରହିଛି ?
ଜଣେ ଦଳିତ ଓ ଗରିବ ପରିବାର କୁ ପୁଲିସ ଚାପ ପକାଇ ଚୁପ ରହିବା ପାଇଁ ନାନାଦି ଧମକ ଚମକ ଦେଉଛି ?
ଯଦି ଦୀପକ ଦାସ ନିଜ ଇଚ୍ଛା ରେ ବିଷ ପିଲେ ତେବେ ତାଙ୍କ ପରିବାରକୁ କନହାକି ସୂଚନା ଦିଆ ଗଲା ନାହି ?
ଏହି ମୃତ୍ୟୁ ଏକ ରାଜନୀତିକ ଷଡଯନ୍ତ୍ର ଭଳି ପ୍ରତୀତ ହେଉଛି l
ତେଣୁ ପୁଲିସ ପ୍ରଶାସନ ଦୀପକ ଦାସଙ୍କ ମୃତ୍ୟୁ ବିଷୟରେ ବ୍ୟାପକ ତଦନ୍ତ କରି ଦୋଷୀଙ୍କୁ କାଠଗଡ଼ରେ ଛିଡା କରାଯାଉ ବୋଲି ଡ଼ ପଟ୍ଟନାୟକ ଦାବୀ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଠ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାତେଇଲେ ବଲାଙ୍ଗିରର ରାଜଶ୍ରୀ ଦାଶ   11-Nov-2026
  ଜିଲ୍ଲା  
ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ମୋସିନ ଖାଁ ଓ ଘନଶ୍ୟାମ ଆଡ଼ଯୁଆଡ   11-Nov-2026
  ଜିଲ୍ଲା  
ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   11-Nov-2026
  ଜିଲ୍ଲା  
ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   10-Nov-2026
  ଜିଲ୍ଲା  
ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   10-Nov-2026
  ଜିଲ୍ଲା  
ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   10-Nov-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ   10-Nov-2026
  ଜିଲ୍ଲା  
କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ   10-Nov-2026
  ଜିଲ୍ଲା  
ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ   10-Nov-2026
  ଜିଲ୍ଲା  
ଝରିଗାଁ କୋର୍ଟ ପରିସରରେ ଆଇନଜୀବି ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କଲେ ଡାବୁଗାଁ ଆଇନଜୀବୀମାନେ   10-Nov-2026
  ଜିଲ୍ଲା  
ବିନିକା କଂସାରୀପଡ଼ାରେ ମହା ଆଡ଼ମ୍ବରରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା,ବିରାଟ ଶୋଭାଯାତ୍ରାରେ କମ୍ପିଲା ସହର   10-Nov-2026
  ଜିଲ୍ଲା  
ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   10-Nov-2026

You Might Also Like