-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2026
ବଲାଙ୍ଗିର(ପ୍ରେରଣା ଖବର)- ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱର ରେ ଆନ୍ଦୋଳନ ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ଅସୁବିଧା ର ସମାଧାନ ପାଇଁ ଆନ୍ଦୋଳନ କରୁଛନ୍ତି । ବଲାଙ୍ଗିର ଜିଲ୍ଲାରେ ମଧ୍ୟ ପଂଚାୟତମାନଙ୍କରେ କାମ କରୁଥିବା ପାଖାପାଖି ୨୩୦ ଜଣ ଯୋଗାଣ ସହାୟକ ଆନ୍ଦୋଳନ ରେ ଯୋଗ ଦେଇ ତାଙ୍କ ନ୍ୟାର୍ଯ୍ୟ ଦାବି ଗୁଡିକୁ ନେଇ ସରକାରଙ୍କ ସମ୍ମୁଖରେ ରଖିଛନ୍ତି । ତାଙ୍କର ମୁଖ୍ୟ ଦାବି ମାସିକ ପାରିଶ୍ରମିକ ରାଶି ବୃଦ୍ଧି କରାଯାଉ । ବର୍ତ୍ତମାନ ସେମାନେ ପାଉଥିବା ୮ହଜାର ଟଙ୍କା ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରି ରୁ ମଧ୍ୟ ବହୁତ କମ୍ । ସରକାର ଚାକିରି ପ୍ରଦାନ କ୍ଷେତ୍ରରେ ଜନମଙ୍ଗଳକାରୀ ପଦକ୍ଷେପ ନେବା ପରିବର୍ତ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ମଣିିଷର ଦୈନନ୍ଦିନ ଗୁଜୁରାଣ ମେଣ୍ଟି ନ ପାରିବା ଭଳିଆ ପାରିଶ୍ରମିକ ନ ଦେଇ ଲୋକଙ୍କର ଜିବନ ଜିଇଁବାର ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ମାତ୍ର ୮ ହଜାର ଟଙ୍କାରେ ଜଣେ ଯୋଗାଣ ସହାୟକ ତାର ପରିବାର ଚଳିବେ କିପରି । ତେଣୁ ସରକାର ଯେତେ ଶିଘ୍ର ହେବ ଆନ୍ଦୋଳନରତ ଯୋଗାଣ ସହାୟକ ପାଖକୁ ଯାଇ ଆଲୋଚନା ମାଧ୍ୟମରେ ତାଙ୍କର ଦାବି ଗୁଡିକୁ ତୁରନ୍ତ ପୁରଣ କରନ୍ତୁ ବୋଲି ଆଜି ନିଜ ଆବାସିକ କାର୍ଯ୍ୟାଳୟରେ ବଲାଙ୍ଗିର ଜିଲ୍ଲାର ଆନ୍ଦୋଳନରତ ଯୋଗାଣ ସହାୟକମାନଙ୍କର ଦାବି ଓ ଅନୁରୋଧ ଶୁଣିଲା ପରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଯୋଗାଣ ସହାୟକଙ୍କ ଜିଲ୍ଲା ସଭାପତି ଅମୁଲ୍ୟ ବାରିକ ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ଙ୍କ ଆଲୋଚନା ପରେ ଜିଲ୍ଲା ଯୋଗାଣ ଅଧିକାରୀ ଓ ବଲାଙ୍ଗିର ଜିଲ୍ଲାପାଳଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଥିଲେ । ଯେହେତୁ ଏହି ସମସ୍ୟାରେ ସାରା ରାଜ୍ୟରେ ଦେଖା ଦେଇଛି ତେଣୁ ଯୋଗାଣ ସହାୟକଙ୍କ ଦାବିକୁ ନେଇ ଶ୍ରୀ ମିଶ୍ର ଫୋନ ମାଧ୍ୟମରେ ଫୋନ ମାଧ୍ୟମରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କ ଆଲୋଚନା କରିଥିଲେ । ଆଲୋଚନା ସକରାତ୍ମକ ଥିବା ବେଳେ ମୁଖ୍ୟ ଶାସନ ସଚିବ ଏହାକୁ ନେଇ କଣ ପଦକ୍ଷେପ ନିଆଯାଇ ପାରିବ ସେ ଦିଗରେ ଚେଷ୍ଟା କରିବେ ବୋଲି ଶ୍ରୀ ମିଶ୍ରଙ୍କୁ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ଯୋଗାଣ ସହାୟକମାନଙ୍କୁ ଜିଲ୍ଲା ର ଉପ ଯୋଗାଣ ଅଧିକାରୀ କାର୍ଯ୍ୟରୁ ବାହାର କରିଦେବା ଭଳିଆ ଧମକ ଦେଉଥିବା ସହ ତାଙ୍କ ସ୍ଥାନରେ ଅଲଗା ଲୋକଙ୍କୁ ନିୟୋଜିତ କରାଯିବ ବୋଲି କହୁଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ । ଦରକାର ପଡିଲେ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଜିଲ୍ଲାର ସମସ୍ତ ଯୋଗାଣ ସହାୟକ ଏହି ଧମକ ବିରୁଦ୍ଧରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଆନ୍ଦୋଳନକାରୀମାନେ ଶ୍ରୀ ମିଶ୍ରଙ୍କ ଆଗରେ ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଶ୍ରୀ ମିଶ୍ରଙ୍କ ଆଲୋଚନା କରିଥିବା ଯୋଗାଣ ସହାୟକ ଙ୍କ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଂପାଦକ ତପସ୍ୱିନୀ ପ୍ରଧାନ, ପିତାମ୍ବର ନାଏକ, ରାଜ କୁମାର ପୋଡ, ସରଜୁ ପ୍ରଧାନୀ, ଅଭିଳାଶ ସାହୁ, ଯୁଶୋଶ୍ୱରୀ ବିଶ୍ୱାଲ, ଲକ୍ଷ୍ମୀକାନ୍ତ ଭୋଇ, ବ୍ରଜ ମହାନନ୍ଦ, ଶୁଶାନ୍ତ ଦାଶ, ବନମାଲି ମେହେର ପ୍ରମୁଖ ଉପସ୍ଥିତ ଥିଲେ ।