-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସାହାଣୀ କଫ ଫୁଟବଲ ର ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ଯାଜପୁର ଏବଂ ବରଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବରଗଡ଼ ଦଳ ୭-୧ ଗୋଲ ରେ ବିଜୟୀ ହୋଇଥିବା ବେଳେ ବରଗଡ଼ ଦଳର ୭ ନମ୍ବର ଜର୍ସି ବିଜନ ବରିହା ୫ ମିନିଟ, ୬୨ ମିନିଟ ଓ ୩୭ ମିନିଟ ରେ ୩ ଗୋଟି ଗୋଲ ସ୍କୋର କରି ମେନ ଅଫ ଦ ମ୍ୟାଚ ପୁରସ୍କାର ପାଇଥିଲେ । ସେହିପରି ୯ ନମ୍ବର ଜର୍ସି ପ୍ରଶାନ୍ତ ବାଗ ୪୪ ମିନିଟ ରେ ଓ ୩୧ ମିନିଟ ରେ ଦୁଇଟି ଗୋଲ ସ୍କୋର କରିଥିଲେ । ୨୫ ନମ୍ବର ଜର୍ସି ଦିନେଶ ପଧାନ, ଓ ୧୧ ନମ୍ବର ଜର୍ସି. ଶୁଭା ବାଗ ଗୋଟିଏ ଗୋଟିଏ ଗୋଲ ସ୍କୋର କରି ଦଳକୁ ବିଜୟୀ କରିଥିଲେ ।
ଯାଜପୁର ଦଳର ୧୯ ନମ୍ବର ଖେଳାଳି ଭଞ୍ଜ କିଶୋର ହାଁସଦା ଗୋଟିଏ ଗୋଲ ସ୍କୋର କରିଥିଲେ । ପ୍ରଥମ ମ୍ୟାଚ କୁ ରେଫରୀ ଭାବେ ଅଶ୍ୱିନୀ କୁମାର ସାହୁ, ଜିତେନ୍ଦ୍ର ଥନାପତି, ଅନିଲ ଭୋଇ, ସୁମିତ ମହାଲିଙ୍ଗ ଓ ମ୍ୟାଚ କମିଶନର ଭାବେ ନବୀନ ନାଏକ ଖେଳ ପରିଚାଳନା କରିଥିଲେ । ସେହିପରି ଆଜିର ଦ୍ଵିତୀୟ ମ୍ୟାଚ ସୁବର୍ଣ୍ଣପୁର ବୌଦ୍ଧ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ମ୍ୟାଚ ଆରମ୍ଭ ପୂର୍ବରୁ ଓଡିଶା ଫୁଟବଲ ଓ ଓଡିଶା ପୋଲିସ ଫୁଟବଲ ଦଳ ପାଇଁ ବହୁ ଅବଦାନ ରଖିଥିବା କଟକର ଜାତୀୟ ସ୍ତରର ଖେଳାଳି ରବିନାରାୟଣ ନନ୍ଦ ଙ୍କ ଅକାଳ ବିୟୋଗ ଖବରରେ ଶ୍ରୀ ନନ୍ଦ ଙ୍କ ଉଦ୍ଦେଶ୍ୟରେ ଶୋକ ପାଳନ କରା ହୋଇଥିଲା । ଆଜି ର ଏହି ଖେଳ ରେ ମୁଖ୍ୟ ଅତିଥି ଭାବରେ ସୋନପୁର ଉପ ଜିଲ୍ଲାପାଳ ଡଃ ସୌମ୍ୟ ରୂପା ରଥ , ଡେପୁଟି କଲେକ୍ଟର ସତ୍ୟ ବ୍ରତ ସାହୁ, ପୌର ପରିଷଦ ଅଧିକାରୀ ଋଷି ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଗୋପାଳ ଜି ଯୋଗାଳୟ ର ମୁଖ୍ୟ ପୁରୋଧା ଡଃ ଆର୍ତ୍ତ ତ୍ରାଣ ବାବୁ, ଆଇନ୍ ଜୀବୀ ପ୍ରଦୀପ ପୁରୋହିତ, ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ଡଃ ସଂତୋଷ ପାଢ଼ୀ, ଫୁଟବଲର ଆଶାରାମ ନାଏକ୍, ବରିଷ୍ଠ ନାଗରିକ ସଂଘ ସଂପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ମହିଳା ସ୍ବେଛାସେବୀ ଇନ୍ଦୁ ମତି ପୁରୋହିତ, ପ୍ରାକ୍ତନ ଆଇ ପି ଇ ଦୁର୍ଯ୍ୟୋଧନ ରାଉତ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଖେଳ ଉଦ୍ଘାଟନ କରିଥିଲେ l ବୌଦ୍ଧ କୁ ସୁବର୍ଣ୍ଣପୁର ଦଳ ୦୩-୦୨ ଗୋଲ ରେ ହରାଇ ବିଜୟୀ ହୋଇ ଥିବା ବେଳେ ସୁବର୍ଣ୍ଣପୁର ଦଳ ର ୧୬ ନମ୍ବର୍ ଜର୍ସି ସୁଶାନ୍ତ ପାଣ୍ଡେ ୨ ଟି ଗୋଲ୍ ସ୍କୋର କରି ଥିବା ବେଳେ ୧୭ ନମ୍ୱର୍ ଜର୍ସି ସୂରଜ ନନ୍ଦ ଗୋଟାଏ ଗୋଲ୍ ସ୍କୋର କରି ଦଳ କୁ ଵିଜୟୀ କରିଥିଲେ l ବୌଦ୍ଧ ଜିଲ୍ଲା ପକ୍ଷରୁ ୧୩ ନମ୍ୱର ଜର୍ସି ସମୀର ପୁଟେଲ୍, ଓ ଅନୁରାଗ ସାହୁ ଗୋଟାଏ ଲେଖାଏଁ ଗୋଲ ସ୍କୋର କରି ଥିଲେ l ରେଫରି ଭାବେ ଧନେଶ୍ୱର ସର୍ଦ୍ଦାର, ରତ୍ନାକର ସୋରେନ, ନୀତିଶ ମାଝୀ, ଦେବାଶିଷ ବାଗ ଓ ମ୍ୟାଚ୍ କମିସନର ନବୀନ ନାୟକ ଖେଳ ପରିଚାଲନା କରିଥିଲେ l