-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
18-May-2026
ଆଗଲପୁର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ) ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ସରପଞ୍ଚ ବୃନ୍ଦାବନ ସେଠ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶିବିର ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି , ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ଧୀରେନ୍ଦ୍ର ମେହେର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର ମଂଚାସୀନ ଅଧିକାରୀ ଭାବେ ଯୋଗ ଦେଇଥିଲେ । ସମୁଦାୟ ୫ ଗୋଟି ଅଭିଯୋଗ ଉପରେ ଅତିଥି ମାନେ ଶୁଣାଣି କରିଥିଲେ ।ଏହା ବ୍ୟତୀତ ଗ୍ରାମ ପଞ୍ଚାୟତ ରେ ତେତେଲଖୁଣ୍ଟି , ସାନଟିକା , ନଅଗାଁ (ଖ) କୁ ନେଇ ଗ୍ରାମ ପଞ୍ଚାୟତ ଗଠିତ ହୋଇଥିବା ବେଳେ ପ୍ରଚାର ପ୍ରସାର ଅଭାବ ରୁ ତିନୋଟି ଗ୍ରାମ ରୁ କମ ସଂଖ୍ୟକ ଅଭିଯୋଗ ଆସିଥିଲା । ଏହି ଶିବିର ତଥା ଅନ୍ୟ ଗ୍ରାମ ପଞ୍ଚାୟତ ଶିବିର ରେ ମତ୍ସ୍ୟ ବିଭାଗ ଅଧିକାରୀ ଉପସ୍ଥିତ ନ ଥିବାରୁ ମତ୍ସ୍ୟଚାଷୀ ମାନେ ଚାଷ କାର୍ଯ୍ୟ ପାଇ କୌଣସି ସୂଚନା ପାଇ ପାରୁ ନ ଥିବା ଅଭିଯୋଗ କରିଛନ୍ତି l ଏହିପରି ଜଳ ଓ ପରିମଳ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ନ ଥିବା ରୁ ପଞ୍ଚାୟତ ରେ ପିଇବା ପାଣି ସମସ୍ୟା ଉପରେ ଅଭିଯୋଗ ହୋଇଥିଲା l ବିଭାଗୀୟ ଅଧିକାରୀ ବିଭିନ୍ନ କାମ ରେ ବ୍ୟସ୍ତ ଯୋଗୁଁ ଶିବିର ରେ ଉପସ୍ଥିତ ରହୁ ନ ଥିବା ସୂଚନା ରୁ ପ୍ରକାଶ । ଏହି କାର୍ଯ୍ୟକ୍ରମ କୁ ପି ଈ ଓ ସାର୍ଥକ ପୁଟେଲ ସଂଯୋଜନା କରିଥିଲେ l ବ୍ଲକ ର ଜି ପି ଡି ଓ ଦେବରାଜ ତାଣ୍ଡି , ଆଲୋକ ରଂଜନ ମିଶ୍ର, ଅଂଶୁମାନ ଦେବ ବାବୁ , ଶୁକଦେବ ନାୟକ , ଦୋଳ ଗୋବିନ୍ଦ ସାହୁ , ଅଭିରାମ ସାହୁ , ଅମିତ୍ ସାହୁ , ରମେଶ ବିଶ୍ଵାଳ , ଉମାଶଙ୍କର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ l