-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Apr-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ବ୍ରହ୍ମ ସମାଜ ପକ୍ଷରୁ ବିନିକା ଠାରେ ମହାଆଡମ୍ବର ପୂର୍ଣ୍ଣ ଭାବେ ପର୍ଶୁରାମ ଜୟନ୍ତୀ ପାଳିତ ହୋଇଯାଇଛି।ସ୍ଥାନୀୟ ଗଡଭିତର ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଟିତ ପର୍ଶୁରାମ ଜୟନ୍ତୀ ପାଳନ ଅବସରରେ ଆଖ ପାଖ ଅଞ୍ଚଳରୁ ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ବ ବ୍ରାହ୍ମଣ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ମନ୍ଦିରରେ ଯଥାରୀତି ପୂଜାର୍ଚ୍ଚନା ପରେ ଉରଲେ ଗ୍ରାମର ରଞ୍ଜିତ ପଣ୍ଡାଙ୍କୁ ପର୍ଶୁରାମ ବେଶରେ ଅଭିଷେକ କରାଯାଇ ଏକ ସୁସଜ୍ଜିତ ବିମାନରେ ବସାଇ ସହର ଓ ଗ୍ରାମାଞ୍ଚଳ ପରିକ୍ରମା ସହ ଏକ ବାଇକ ରେଲି ବାହାରିଥିଲା ଉକ୍ତ ରେଲି ସିଂଘିଯୁବା,କମିରା ମୁଖ୍ୟ ରାସ୍ତା ଦେଇ ରାମପୁର,ବାଗଡିଆ ଛକ,ଅରିଗାଁ ରାସ୍ତା ଦେଇ ସିନ୍ଦୁରପୁରରେ ପହଞ୍ଚିବା ପରେ ସ୍ଥାନୀୟ ଗୋପାଳଜୀ ମନ୍ଦିର ପରିସରରେ ବ୍ରହ୍ମ ସମାଜ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଆୟୋଜିତ ଏହି ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ପରେ ସିନ୍ଦୁରପୁର ଗ୍ରାମବାସୀଙ୍କ ତରଫରୁ ବ୍ରାହ୍ମଣ ଭୋଜନ କରାଯାଇଥିଲା l ସେହିପରି ସିଂଘିଯୁବା,ରାମପୁର, ଅରିଗାଁ ସମାଜ ପକ୍ଷରୁ ସରବତ ବଣ୍ଟନ କରାଯାଇଥିଲା l ବ୍ରହ୍ମ ସମାଜ ବିନିକା ବ୍ଲକ ସଭାପତି ସନ୍ତୋଷ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତି ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଆଦିକନ୍ଦ ବାବୁ, ଆନ୍ତରାଷ୍ଟ୍ରୀୟ ସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ସମେତ ବିନିକା, ଡୁଙ୍ଗୁରିପାଲି ଓ ଉଲୁଣ୍ଡା ବ୍ରହ୍ମ ସମାଜର ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ୍ୱ ବ୍ରାହ୍ମଣ ଏଥିରେ ସାମିଲ ଥିଲେ l ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ସଭା ପରିଚାଳନା କରିଥିଲେ । ଆସନ୍ତା ବର୍ଷ ସିଲାଟି ଗ୍ରାମ ଠାରୁ ଶୋଭାଯାତ୍ରା ବାହାରି ଉଲୁଣ୍ଡା ବ୍ଲକକୁ ଯିବାପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି l