-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
19-Apr-2026
ସୁବର୍ଣ୍ଣପୁର (ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଡଭଲା ଗ୍ରାମ ଠାରେ ଚତୁର୍ଥ ମା ମାହେଶ୍ୱରୀ ଦୁଇ ଦିନିଆ ରାତ୍ରି କ୍ରିକେଟ ମ୍ୟାଚ ଉଦଘାଟନ ହୋଇଯାଇଛି l ଏହି କ୍ରିକେଟ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ ଯୋଗାଦେଈ ଫିତା କାଟି ଶୁଭ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଓଡିଶା କ୍ରିକେଟ ଏସୋସିଏସନର ପରିଚାଳକ ଜିତେନ୍ଦ୍ର ଥନାପତି,ଏନଏସିର ଉପାଧକ୍ଷ୍ୟା ତପସ୍ୱିନୀ ମେହେର, ୱାର୍ଡ ନମ୍ବର-୧କାଉନସିଳର ପ୍ରତିନିଧି କଳାକାହ୍ନୁ ଦୀପ,ୱାର୍ଡ ନମ୍ବର-୨ କାଉନସିଳର ବୈରାଗୀ ପଧାନ,ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶୁଭମ ଆଚାର୍ଯ୍ୟ ଯୋଗଦେଇ ଖେଳକୁ ଉପଭୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କ୍ରିକେଟ ମ୍ୟାଚରେ ୧୬ଟି ଦଲ ଅଂଶଗ୍ରହଣ କରିଥିବ ବେଳେ ପ୍ରଥମ ଦିନର ୮ ଟି ଦଲ ଖେଳି ଦୀପପାଳି ଦଲ ଫାଇନାଲରେ ପ୍ରବେଶ କରିଛି l ରାତ୍ରିକାଳୀନ ଏହି ମ୍ୟାଚ ଦେଖିବା ପାଈଁ ପଡ଼ିଆ ଚାରିପଟେ ଦର୍ଶକଙ୍କ ଭିଡ଼ ଦେଖାଦେଈଥିଲା l