-+91-9937148622 |

prerana_bgr@rediffmail.com |

  Sunday 19th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଭ୍ରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ ବରୀ ଥାନା ପକ୍ଷରୁ ଜଳଛ   (19-Apr-2026)       ||      ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   (19-Apr-2026)       ||      ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   (19-Apr-2026)       ||      ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ   (19-Apr-2026)       ||      ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲାରେ ମାଳମାଳ ସାମ୍ବାଦିକ: ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ   (19-Apr-2026)       ||      ସିବିଏସଇ ଦଶମ ପରୀକ୍ଷା ରେ ସୁଶ୍ରୀ ଅନୁଷ୍କା ଙ୍କ କୃତିତ୍ୱ   (19-Apr-2026)       ||      ପୁରୀ ଏସପି ଙ୍କ ସୂଚନା: ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ.ପି ଙ୍କ ସମେତ ୫ ଡି ଏସ୍ ପି ରହିବେ    (19-Apr-2026)       ||      ଚାଷୀଙ୍କ ଦୁଃ ଦୁଃଖ ପାଲଟିଛି ଖରିମୁଣ୍ଡା-ସିଂହସାହି ନାଳ   (19-Apr-2026)       ||      ଲାଇଟ୍ ନଥୁଲେ ବି ଆସୁଛି ବିଦ୍ୟୁତ ବିଲ୍   (19-Apr-2026)       ||      ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ   (19-Apr-2026)       ||      ସୁବର୍ଣ୍ଣପୁରରେ ସିଏମ ଟ୍ରଫି ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (18-Apr-2026)       ||      *ସୋନପୁର ରେ ଲଜ୍ଜ୍ୟା; ନାବାଳିକାଙ୍କୁ ଗଣ ଦୁଷ୍କର୍ମ*- *ସୁବର୍ଣ୍ଣପୁର ରେ ଆଇନ୍ ଶୃଂଖଳା ବିପର୍ଯ୍ୟସ୍ତ* -   (18-Apr-2026)       ||      ବାଜିଲା ଖବର ପଡିଲା ପ୍ରଭାବ♦️ ଖବର ପ୍ରସାରଣ ପରେ ପୁନଃନିର୍ମାଣହେଲାଏମ.ପି.ଭି-୫୫,ଏମ୍ ଭି-୧୨୮ ଠାରୁ ମାଲାଭରମ ଛକ ପର୍ଯ୍ୟନ୍ତ ଦେଇ ଯାଇଥିବା ପିଚୁ ରାସ୍ତା    (18-Apr-2026)       ||      ପାଳସାହି ରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର   (18-Apr-2026)       ||      ରେଟାମୁଣ୍ଡାରେ ଚୋବିଶ ପ୍ରହର ନାମଯଜ୍ଞ,   (18-Apr-2026)       ||      ଜେ ଏସ୍ ଏମ୍ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ ଫେରୱେଲ ସେରିମୋନୀ   (18-Apr-2026)       ||      ରାଜ୍ୟର ୪ଟି ପ୍ରସ୍ତାବିତ କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞୁର   (18-Apr-2026)       ||      କଣ୍ଟାମାଳରେ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ    (18-Apr-2026)       ||      ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ   (18-Apr-2026)       ||      ହନୁମାନଜୀଉ ଙ୍କ ବାର୍ଷିକ ଉତ୍ସବ   (18-Apr-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

19-Apr-2026



ବଲାଙ୍ଗୀର(ପ୍ରେରଣା ଖବର): ଆଜି ଭାରତର ବିଭିନ୍ନ ସ୍ଥାନରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳିତ ହେଉଛି । ଦୁଷ୍ଟଦଳନ ପାଇଁ ବିଷ୍ଣୁଙ୍କର ୬ଷ୍ଠ ଅବତାର ଭାବରେ ଅଜିର ଦିନରେ ଭଗବାନ ପର୍ଶୁରାମ ଜନ୍ମଗ୍ରହଣ କରିଥିଲେ । ସେହିକ୍ରମରେ ବଲାଙ୍ଗୀରରେ ବ୍ରାହ୍ମଣମହାସଭା ଓ ପର୍ଶୁରାମବାହିନୀର ମିଳିତ ପ୍ରୟାସରେ ଆୟୋଜିତ ଏକ ଭବ୍ୟକାର୍ଯ୍ୟକ୍ରମରେ ଭଗବାନ ପର୍ଶୁରାମଙ୍କର ଜୟନ୍ତୀ ପାଳନ ସହ ଏକ ସୁଦୃଶ୍ୟ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ଆରଟିଓ ଅଫିସଛକରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନମନ୍ତ୍ରୀ ଅନଙ୍ଗଉଦୟ ସିଂହଦେଓ 

ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ପର୍ଶୁରାମ ବାହିନୀର ସଭାପତି ବିଧୁଭୂଷଣ ତ୍ରୀପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ଅନଙ୍ଗଉଦୟ ସିଂଦେଓ, ବରେଣ୍ୟ ଅତିଥି ଭାବରେ ଦିବ୍ୟଜୀବନ ସଂଘର ଓଡିଶା ଅଧ୍ୟକ୍ଷ ସ୍ୱାମୀ ଶିବାଚିଦାନନ୍ଦ ସରସ୍ୱତୀ ମହାରାଜ, ସର୍ବଭାରତୀୟ ବ୍ରାହ୍ମଣ ଫେଡେରେସନର ସଭାପତି ପ୍ରଦୀପ ଯୋଷୀ, ଉପସଭାପତି ଲୋକେନ୍ଦ୍ର ଶର୍ମା, ଅଲଓଡିଶା ବ୍ରାହ୍ମଣ ମହାସଭାର ସଭାପତି ମହନ୍ତ ପର୍ଶୁରାମ ଦାସମହାରାଜ, ବ୍ରହ୍ମଚାରୀ ହରିଚରଣ ଦାସମହାରାଜ,ପର୍ଶୁରାମ ବାହିନୀର ରାଜ୍ୟସଭାପତି ଧିରେନ୍ଦ୍ର ନନ୍ଦ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ, ବଲାଙ୍ଗୀର ଜିଲ୍ଲାର ବ୍ରାହ୍ମଣମହାସଭାର ସଭାପତି ପ୍ରାଣବଲ୍ଲଭ ତ୍ରୀପାଠୀ, ସଂପାଦକ ନରେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ୧୫ ଫୁଟ ଉଚ୍ଚତାର ପ୍ରାୟ ୧୫୦୦ କେଜିର ଧାତବପଦାର୍ଥରେ ନିର୍ମିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ଅତିଥିଗଣ ତାଙ୍କର ମହାନକାମକୁ ସ୍ମରଣ କରିଥିଲେ। ମୁଖ୍ୟଅତିଥି ଶ୍ରୀ ସିଂଦେଓ ତାଙ୍କ ବକ୍ତବ୍ୟରେ ଅବତାରୀପୁରୁଷ ଭଗବାନ ପର୍ଶୁରାମ ଅନ୍ୟାୟରେ ଲିପ୍ତଥିବା ଶାସକଗଣଙ୍କୁ ଶସ୍ତ୍ର ଉଠାଇ ଶାସ୍ତି ଦେଇ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା କରିଥିଲେ ବୋଲି କହିଥିଲେ । ପୌରାଧ୍ୟକ୍ଷା ଲିକା ସାହୁ ତାଙ୍କ ବକ୍ତବ୍ୟରେ ଦୀର୍ଘ ୨ବର୍ଷ ହେଲା ବ୍ରାହ୍ମଣ ମହାସଭା ପକ୍ଷରୁ ରଖାଯାଇଥିବା ଦାବିକୁ ଆଜି ପୂରଣ କରାଯାଇଛି । ଭଗବାନଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ ସହିତ ଆରଟିଓଛକକୁ ଏଣିକି ପର୍ଶୁରାମ ଛକରେ ନାମିତ କରାଯାଇଛି ବୋଲି କହିଥିଲେ। ଆଗକୁ ଏଠାରେ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ କରାଯିବ ବୋଲି ଶ୍ରୀମତୀ ସାହୁ କହିଥିଲେ। ସେହିପରି ଦିବ୍ୟଜୀବନସଂଘର ଅଧ୍ୟକ୍ଷ ସ୍ୱାମୀ ଶିବାଚିଦାନନ୍ଦ ସରସ୍ୱତୀ ମହାରାଜ ଓ ଅନ୍ୟାନ୍ୟ ଅତିଥିଗଣ  ଭଗବାନ ପର୍ଶୁରାମଙ୍କ ଅବତାରର ଉଦ୍ଦେଶ୍ୟ , କିଭଳି ଅନ୍ୟାୟ ବିରୁଦ୍ଧରେ ଜଣେ ବ୍ରାହ୍ମଣ ଶସ୍ତ୍ରଉଠାଇ ସତ୍ୟ ଓ ନ୍ୟାୟ ସ୍ଥାପନ କରିଥିଲେ ସେବିଷୟରେ ବକ୍ତବ୍ୟ ରଖିଥିଲେ। ଆଜି ସକାଳୁ ସ୍ଥାନୀୟ ନରସିଂହମନ୍ଦିରରେ ଏକ ଯଜ୍ଞ ଅୟୋଜିତ ହୋଇ ପୂଜାର୍ଚ୍ଚନା ହୋଇଥିଲା । ଦିନ ୧୧ଟାରେ ନରସିଂହ ମନ୍ଦିର ଠାରୁ ପର୍ଶୁରାମ ବାହିନୀର ସଭାପତି ବିଧୁଭୂଷଣ ତ୍ରୀପାଠୀ ଓ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ରାଲି ଆୟୋଜିତ ହୋଇଥିଲା । ଶହଶହ ସଂଖ୍ୟାରେ ପୁରୁଷ/ମହିଲା ଏହି ରାଲିରେ ସାମିଲ ହୋଇଥିଲେ। ଆରଟିଓ ଅଫିସଛକକୁ ପହଞ୍ଚିଲା ପରେ ପ୍ରତିମୂର୍ତ୍ତି  ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜାରେ ସଂକିର୍ତ୍ତନ ତ୍ରୀପାଠୀ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତାଭାବରେ ଦାୟିତ୍ୱ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣ ମହାସଭାର ଗୁରୁଶ୍ରୀ ଡ.ଘାସିରାମ ମିଶ୍ର, ନାଗରିକ କମିଟିର ସଭାପତି ଡ.ଶ୍ରୀକର ମିଶ୍ର, ଉପଦେଷ୍ଟା ଶିବଶଙ୍କର ଖ୍ୱାସ, ଜୟରାମ ମିଶ୍ର, ପର୍ଶୁରାମ ନାୟକ,ଉପସଭାପତି କିଶୋର ପୁରୋହିତ, ରାଜଶ୍ରୀ ତ୍ରିପାଠୀ, 

ଓକିଲ ସଂଘର ସଭାପତି ବାସୁଦେବ ରଥ, ପର୍ଶୁରାମ ବାହିନୀର ସଂପାଦକ ସୁରେଶ ମିଶ୍ର, କୋଷାଧ୍ୟକ୍ଷ ସୁବ୍ରତରଂଜନ ମିଶ୍ର, ବ୍ରାହ୍ମଣ ମହାସଭାର କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର, ଗୋପବନ୍ଧୁ ପୁରୋହିତ, ଶିବଶଙ୍କର ରଥ, ଦିବାକର ହୋତା, ସୁଧିର ତ୍ରୀପାଠୀ, ଅଶୋକ ତ୍ରୀପାଠୀ, ଓମକାର ନାୟକ, ସାଗରିକା ଗୁରୁ, ରଂଜିତା ପାଣିଗ୍ରାହୀ, ରଶ୍ମୀରେଖା ଦାନୀ, ରଶ୍ମୀତା ଆଚାର୍ଯ୍ୟ, ଆରତୀ ଗୁରୁ, ପ୍ରମିଳ ମିଶ୍ର, ଉତ୍ତମ ନନ୍ଦ, କାହ୍ନା ଶତପଥି, ଗୋବିନ୍ଦ ଶତପଥି, ଅଙ୍କୁଶ ପାଣ୍ଡିଆ, ଶୋଭନ ଅଗ୍ରୱାଲ, ସୁଭାଷ ଶତପଥି, ସୁଭାଷ ନନ୍ଦ, ଗଙ୍ଗାଧର ଚାନ୍ଦ, ନଗର ସଭାପତି ରାକେଶ ପଣ୍ଡା,ତୀର୍ଥବାସୀ ମିଶ୍ର, ଜଗଦିଶ ନାଥ, ସନ୍ତୋଷ ତ୍ରୀପାଠୀ, ଗିରିଶ ପଣ୍ଡା,ସୁଧାଂଶୁ ମିଶ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେହିପରି ମୁଖ୍ୟଅତିଥି ଶ୍ରୀ ସିଂଦେଓଙ୍କ ସହିତ ବିଜେଡିର ବରିଷ୍ଠନେତା ଲକ୍ଷ୍ମଣ ମେହେର, ନରସିଂହ ବାଗ,ଗୁଲାବ ବାଗ, ଧୃବ ଜୁଏଡଙ୍କ ସହିତ ବହୁ ସଂଖ୍ୟାରେ ବିଜେଡିକର୍ମୀ ଯୋଗ ଦେଇଥିଲେ। ସଂଧ୍ୟାରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଶୋଭାଯାତ୍ରା ନରସିଂହ ମନ୍ଦିରରୁ ବାହାରି ସହର ପରିକ୍ରମା କରି ପୁଣି ନରସିଂହ ମନ୍ଦିରକୁ ପହଞ୍ଚି ଥିଲା ଓ ଶେଷରେ ପ୍ରସାଦ ସେବନ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭ୍ରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ ବରୀ ଥାନା ପକ୍ଷରୁ ଜଳଛ   19-Apr-2026
ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   19-Apr-2026
  ଜିଲ୍ଲା  
ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   19-Apr-2026
  ଜିଲ୍ଲା  
ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ   19-Apr-2026
  ଜିଲ୍ଲା  
ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲାରେ ମାଳମାଳ ସାମ୍ବାଦିକ: ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ   19-Apr-2026
  ଜିଲ୍ଲା  
ସିବିଏସଇ ଦଶମ ପରୀକ୍ଷା ରେ ସୁଶ୍ରୀ ଅନୁଷ୍କା ଙ୍କ କୃତିତ୍ୱ   19-Apr-2026
  ରାଜ୍ୟ  
ପୁରୀ ଏସପି ଙ୍କ ସୂଚନା: ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ.ପି ଙ୍କ ସମେତ ୫ ଡି ଏସ୍ ପି ରହିବେ   19-Apr-2026
  ଜିଲ୍ଲା  
ଚାଷୀଙ୍କ ଦୁଃ ଦୁଃଖ ପାଲଟିଛି ଖରିମୁଣ୍ଡା-ସିଂହସାହି ନାଳ   19-Apr-2026
  ଜିଲ୍ଲା  
ଲାଇଟ୍ ନଥୁଲେ ବି ଆସୁଛି ବିଦ୍ୟୁତ ବିଲ୍   19-Apr-2026
  ଜିଲ୍ଲା  
ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ   19-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ସିଏମ ଟ୍ରଫି ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   18-Apr-2026
  ଜିଲ୍ଲା  
*ସୋନପୁର ରେ ଲଜ୍ଜ୍ୟା; ନାବାଳିକାଙ୍କୁ ଗଣ ଦୁଷ୍କର୍ମ*- *ସୁବର୍ଣ୍ଣପୁର ରେ ଆଇନ୍ ଶୃଂଖଳା ବିପର୍ଯ୍ୟସ୍ତ* -   18-Apr-2026

You Might Also Like