-+91-9937148622 |
prerana_bgr@rediffmail.com |
Sunday 19th April 2026 |
R.N.I. Regd No. ODIODI/2010/46693
Breaking News
19-Apr-2026
ରେଙ୍ଗାଲି କ୍ୟାମ୍ପ(ଆକାଶ ମିଶ୍ର): ବ୍ରାହ୍ମଣ ସମାଜର ଇଷ୍ଟ ଦେବ ପ୍ରଭୁ ପର୍ଶୁରାମଙ୍କ ଜନ୍ମୋତ୍ସବ ରବିବାର ଦିନ ଅତାବିରାରେ ବ୍ରାହ୍ମଣ ସମାଜ ପକ୍ଷରୁ ପାଳିତ ହୋଇଯାଇଛି। ପୂର୍ବାହ୍ଣରେ ବ୍ରାହ୍ମଣ ସମାଜ ପକ୍ଷରୁ ମା’ ଦୁର୍ଗାଙ୍କ ମନ୍ଦିରରେ ମା’ ଦୁର୍ଗା, ପ୍ରଭୁ ପର୍ଶୁରାମ ଓ ମାତା ଗାୟତ୍ରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପଣ୍ଡିତ ନିସର୍ଗେଷ ମିଶ୍ର ପ୍ରଭୁ ପର୍ଶୁରାମ ରୂପରେ ଅଭିଷିକ୍ତ ହୋଇଥିଲେ। ସିଦ୍ଧାର୍ଥ ଶଂକର ପଣ୍ଡା ଓ ପତ୍ନୀ ଲିପ୍ସା ପଣ୍ଡା କର୍ତ୍ତା ଦାୟିତ୍ବ ତୁଲାଇଥିଲେ । ପଣ୍ଡିତ ସୌରୀ ଶଂକର ଶତପଥି ଓ ଜୟକୁମାର ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହାପରେ ଏକ ଭବ୍ୟ ଶୋଭାଯାତ୍ରା ମା’ ଦୁର୍ଗା ମନ୍ଦିରରୁ ବାହାରି ସହର ପରିକ୍ରମା କରି ଅଗ୍ରସେନ ଭବନକୁ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ବ୍ରାହ୍ମଣ ମାନେ, ପର୍ଶୁରାମ ବାହିନୀ, କର୍ମକାଣ୍ଡି ପଣ୍ଡିତ ସଭାର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ। ଶୋଭାଯାତ୍ରା ପହଞ୍ଚିବା ପରେ ଅତାବିରା ବ୍ଳକ ମନାପଡ଼ା ଗ୍ରାମର ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ସାଥୀଙ୍କ ପକ୍ଷରୁ ଏକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଭଟଲି ଦଧିବାମନ କଲେଜର ଡ଼.ସରୋଜ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଗବାନ ପର୍ଶୁରାମ ଓ ତାଙ୍କ ଜୟନ୍ତୀ ଉଦ୍ଦେଶ୍ୟରେ ବକ୍ତବ୍ୟ ଦେଇଥିଲେ। କାର୍ଯ୍ୟକ୍ରମକୁ ସମାଜର ସୁଧାଂସୁ ଶେଖର ତ୍ରିପାଠୀ ସଂଯୋଜନା କରିଥିବା ବେଳେ ବରିଷ୍ଠ ଉପଦେଷ୍ଠା ବେଣୁଧର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସମସ୍ତଙ୍କ ମଧ୍ୟରେ ସାମୁହିକ ଭାବେ ପ୍ରସାଦ ସେବନ କରିଥିଲେ।