-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
19-Apr-2026
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ସରଗଜ ଗ୍ରାମର କୁମାର ଅଭିନବ ମିଶ୍ର ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିବା ସହ ଜିଲ୍ଲାର ଗୌରବ ବଢାଇଛନ୍ତି । ଏହା ଜଣାପଡିବା ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଫୋନ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜିଲ୍ଲାରେ ଛାତ୍ର ଛାତ୍ରୀ ତଥା ଶିକ୍ଷାବିତ୍ ମହଲରୁ କୁମାର ଅଭିନବ ଙ୍କୁ ଶୁଭେଚ୍ଛା ର ସୁଅ ଛୁଟିବା ସହ ଖୁସିର ମାହୋଲ ଦେଖାଯାଇଛି । ସେ ବଲାଙ୍ଗୀର ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ -୨ ରେ ଅଧ୍ୟୟନ କରୁଥିବା ବେଳେ ୫୦୦ ରୁ ୫୦୦ ମାର୍କ ଶତ ପ୍ରତିଶତ ନମ୍ବର ରଖିବା ସହ ନିଜର ବିଦ୍ୟାଳୟ ତଥା ସୁବର୍ଣ୍ଣପୁର ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି । ସେ ମୁଖ୍ୟ ୫ ଗୋଟି ବିଷୟରେ ୯୯.୬ ଶତକଡା ଏବଂ ଅପସନାଲ ଅର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ (Ai) ଶତ ପ୍ରତିଶତ ରଖିଥିବାରୁ ସିବିଏସ୍ଇ ର ବ୍ୟବସ୍ଥା ଅନୁଯାୟୀ ସର୍ବଶ୍ରେଷ୍ଠ ୫ଟି ବିଷୟରେ ମୋଟ ୫୦୦ ରୁ ୫୦୦ ଶତ ପ୍ରତିଶତ ମାର୍କ ହାସଲ କରିଛନ୍ତି । ତରଭା ବ୍ଲକ୍ ସରଗଜ ଗ୍ରାମର ଜ୍ୟୋତ୍ସ୍ନାରାଣୀ ତ୍ରିପାଠୀ ଓ ପ୍ରଶାନ୍ତ କୁମାର ମିଶ୍ରଙ୍କ ପୁଅ ଅଟନ୍ତି କୁମାର ଅଭିନବ । ସେ ଏହାର ସମସ୍ତ ଶ୍ରେୟ ସ୍କୁଲ ର ସମସ୍ତ ଶିକ୍ଷକ ତଥା ତାଙ୍କୁ ପ୍ରେରଣା ଯୋଗାଇ ଥିବା ଗୁରୁଜନ ତଥା ସାଙ୍ଗ ଙ୍କୁ ଓ ପରିବାର ବର୍ଗ ଙ୍କୁ ଦେଇଛନ୍ତି । ପ୍ରଶାନ୍ତ ମିଶ୍ର ଙ୍କ ସପରିବାର ବଲାଙ୍ଗୀରରେ ରହୁଥିବା ବେଳେ ପ୍ରଶାନ୍ତ ତରଭା ବ୍ଲକ୍ ସରଗଜ ପଞ୍ଚାୟତ ଅନ୍ତର୍ଗତ ଜୁରାବନ୍ଧ ୟୁପି ସ୍କୁଲ୍ ରେ ଶିକ୍ଷକ ଅଛନ୍ତି ଏବଂ ଜ୍ୟୋସ୍ନାରାଣୀ ବଲାଙ୍ଗୀର ଠିକାଦାରପଡ଼ା ୟୁପି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି।