-+91-9937148622 |
prerana_bgr@rediffmail.com |
Sunday 19th April 2026 |
R.N.I. Regd No. ODIODI/2010/46693
Breaking News
19-Apr-2026
ବରୀ,( ରଂଜିତ ମହାନ୍ତି )
ପ୍ରଚଣ୍ଡ ରୌଦ୍ର ତାପ ପରିପ୍ରେକ୍ଷୀରେ ବରୀ ରାମଚନ୍ଦ୍ରପୁର ଥାନା ପକ୍ଷରୁ ବରୀର ମୁଖ୍ୟ ବଜାର ମାଉ ରଣ୍ଡ ଠାରେ ଏକ ଜଳଛତ୍ର କେନ୍ଦ୍ର ଥାନା ଅଧିକାରିଣୀ ହେମଲତା ଦାସଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନିୟ ବଜାର
କମିଟି ସଦସ୍ୟ, ଗଣ ମାଧ୍ୟମ ପ୍ରତିନିଧୁ ଓ ଆଖପାଖ ଅଂଚଳର ବହୁ ଲୋକ ଉପସ୍ଥିତ ଥିଲେ। ପ୍ରଚଣ୍ଡ ଖରାରେ ଯାତାୟାତ କରୁଥିବା ବାଟୋଇ ମାନଙ୍କୁ ଅଟକାଇ ଥାନା ଅଧିକାରିଣୀ ପୋଲିସ କର୍ମଚାରୀ ମାନଙ୍କ ସହିତ ଉପସ୍ଥିତ ପସ୍ଥିତ ରହି ନିଜେ ପଣ ପଣା ବଣ୍ଟନକରୁଥିବା ଦେଖୁବାକୁ ମିଳିଥିଲା। ଏଠାରେ ସୂଚନା ଯୋଗ୍ୟ ଥାନା ଅଧୂକାରିଣୀ ହେମଲତା ଦାସ ନୂଆକରି ଏହି ଥାନାରେ ଯୋଗ ଦେଇଛନ୍ତି । ବରୀ ଅଞ୍ଚଳର ଆଇନ ଶୃଙ୍ଖଳା ରକ୍ଷା କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ ବୋଲି କହିଛନ୍ତି