-+91-9937148622 |
prerana_bgr@rediffmail.com |
Sunday 19th April 2026 |
R.N.I. Regd No. ODIODI/2010/46693
Breaking News
19-Apr-2026
, ଉଚ୍ଚଶିକ୍ଷା ଓ ପିଲା ମାନଙ୍କ ଭବିଷ୍ୟତକୁ ନେଇ ବାପାମାଁ ସବୁବେଳେ ଚିନ୍ତିତ ରହନ୍ତି ସାଧାରଣତଃ ମେଟ୍ରିକ ଶିକ୍ଷା ସମାପ୍ତ ପରେ ଗୋଟିଏ ଶିକ୍ଷାର୍ଥ ନିଜର କ୍ୟାରିୟର କିପରି ଗଠନ କରିବ ସେ ନେଇ ଉଭୟ ବାପାମାଁ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ ରହିଥାଏ । ଏହି ଦ୍ୱନ୍ଦକୁ ଦୂର କରିବା ସହ, ସଠିକ ଦିଶା ଦେଖାଇବା ଓ ନିଜର କ୍ୟାରିୟରକୁ ନେଇ ଶିକ୍ଷାର୍ଥୀଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପାଇଁ ବଲାଙ୍ଗୀରରେ ଏକ କ୍ୟାରିୟର କାଉନସେଲିଂ ଆୟୋଜିତ ହୋଇଥିଲା । ଗୁଣାତ୍ମକ ଶିକ୍ଷା ଓ ଏଫୋଡେବୁଲ ବଜେଟରେ ଶିକ୍ଷା ମିଳିବା ଆଜି ଏକ ବଡ ଚେଲେଞ୍ଜ ହୋଇଥିବା ବେଳେ ଆଜି ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଭ୍ରମର ହୋଟେଲ ଠାରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କ୍ୟାରିୟର କାଉନସେଲିଂ ସେମିନାର ଅନୁଷ୍ଠିତ ହୋଇଥିଲା । ଏଥିରେ ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟର କ୍ୟାରିୟର କାଉନସେଲିଂ ନିର୍ଦ୍ଦେଶକ ଡ. ଶେଷଦେବ ନାୟକ ଓ ସ୍କୁଲର ଅଫ୍ ମ୍ୟାନେଜମେଣ୍ଟର ୟୁ.ଜି. ପ୍ରୋଗ୍ରାମ ମୁଖ୍ୟ ଡ. ଜୟପ୍ରକାଶ ରଥ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ଓ ପିତାମାତାଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏହି ସେମିନାରରେ ବଲାଙ୍ଗୀରର ଜେଆଇଟିଏମ୍ , ଜେ.ଏସ୍ଏମ୍ କଲେଜ, ଡିଏନ୍ଏ କଲେଜ,ଗାୟତ୍ରୀ କଲେଜ ଆଦି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଭାଗ ନେଇଥିଲେ । ।