-+91-9937148622 |
prerana_bgr@rediffmail.com |
Tuesday 3rd March 2026 |
R.N.I. Regd No. ODIODI/2010/46693
Breaking News
02-Mar-2026
" ଚୈତ୍ରର ଚଇତାଳିରେ ରଂଗବେରଂଗର ଅବିର
କେଉଁଠି ବସନ୍ତର ମଧୁର କୁହୁତାନ~
ତ; କେଉଁଠି ରାଧାକୃଷ୍ଣଙ୍କ ମିଳନର ଛନ୍ଦ~ ପଳାଶ ଓ ଶିମିଳି ଫୁଲର ରଙ୍ଗ ପ୍ରକୃତି ର ବେଶକୁ ଶୋଭାରେ ମଣ୍ଡିତ କରେ l ମଧୁମୟ ବସନ୍ତ ର ମଳୟ ଧୀର ସମୀର ରେ ଏ ଧରାକୁ ଦୋଳାୟିତ କରେ l
ଫଗୁଣର ଝଂକାର ଭିତରେ ଗୁଂଜରିତ ହୁଏ ରାଗ ଓ ରଙ୍ଗର... "
[][] ପବିତ୍ର ଦୋଳପୂର୍ଣ୍ଣିମା ଏବଂ ହୋଲି ଉଭୟ ପ୍ରେମ ଭକ୍ତି ସ୍ନେହ ଶ୍ରଦ୍ଧା ସମସ୍ତ ଙ୍କ ମନରେ ଭରି ଦିଏ ଖୁସି l
ଆନନ୍ଦ ଉଲ୍ଲାସର ପର୍ବ ହୋଲି ଉତ୍ସବ ଅବସରରେ ସମସ୍ତ ଗୁରୁଜନ ଓ ଛୋଟ ବଡ଼ ଭାଇଭଉଣୀମାନଙ୍କୁ ମୋର ହାର୍ଦିକ ଅଭିନନ୍ଦନ l
ଏଥର ହୋଲିରେ ରାସାୟନିକ ରଙ୍ଗ ବ୍ୟବହାର ନ କରି ପ୍ରାକୃତିକ ରଙ୍ଗ ଯଥା ଚନ୍ଦନଘୋରା, ହଳଦୀ ବଟା, ନିମପତ୍ରର ବଟାକୁ ଏବଂ ଅନ୍ୟ ପ୍ରାକୃତିକ ରଙ୍ଗ ଭାବରେ ବ୍ୟବହାର କରନ୍ତୁ l
ସୁସ୍ଥ ଜୀବନ ;ସୁଖୀ ଜୀବନ ବିତାନ୍ତୁ l
ଈଶ୍ୱର ଆପଣଙ୍କର କଲ୍ୟାଣ କରନ୍ତୁ l
ଜୟ ଶ୍ରୀ ରାଧେକୃଷ୍ଣ । ରାଧେକୃଷ୍ଣ ।
ଅନେକ ଅନେକ ରଙ୍ଗଭରା ଶୁଭେଛା ଓ ଶୁଭକାମନା ସହ...
ଡକ୍ଟର ରୀନାରାଣୀ ମହାନ୍ତି
କଲ୍ୟାଣୀନଗର, କଟକ