-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
15-Aug-2026
ନବରଙ୍ଗପୁର:-(ପ୍ରିୟଦର୍ଶିନୀ ପାତ୍ର,)
ଡାବୁଗାଁ ଥାନା ଅଧିନ ଚଚରାଗୁଡ଼ା ଗ୍ରାମରେ ଜଣେ ଯୁବକ ନିଜ ବେକରେ ଗାମୁଛା ବାନ୍ଧି ଗଛରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ସୂଚନଯୋଗ୍ୟ ଡାବୁଗାଁ ଥାନା ଅଧିନ ଚଚରାଗୁଡା ଗ୍ରାମର ମାନସିଂ ମାଝୀ (୨୫) ଶୁକ୍ରବାର ରାତି ସମୟରେ ଘରୁ ବାହାରି ଯାଇଥିଲେ । ପରିବାର ଲୋକେ ବହୁତ ଖୋଜା ଖୋଜି କଲେ କିନ୍ତୁ ପାଇନଥିଲେ । ଶନିବାର ସକାଳୁ ନିଜ ଗ୍ରାମ ନିକଟରେ ଏକ ଗଛରେ ବେକରେ ଏକ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଦେଖିବାକୁ ପାଇ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ପରିବାର ଏନେଇ ଡ଼ାବୁଗାଁ ପୋଲିସ କୁ ସୂଚନା ଦେଇଥିଲା । ଡାବୁଗାଁ ଥାନାରେ ମୃତକର ସାନ ଭାଇ ନର୍ସିଂ ମାଝୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତିକରି ଡ଼ାବୁଗାଁ ଥାନା କେସ ନଂ ୨୫/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଘଟଣା ସ୍ଥଳରେ ଡାବୁଗାଁ ଥାନା ଏ ଏସ ଆଈ ଆର ଚନ୍ଦ୍ର ନାୟକ ପହଞ୍ଚି ତଦନ୍ତ କରିବା ସହ ସବ ଜବତ କରିଛନ୍ତି । ସବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।