-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
15-Aug-2026
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ସ୍ଥିତ ପତିତପାବନ ଏକାଡେମୀ ପରିସରରେ ପବିତ୍ର ୮୦ତମ ସ୍ଵାଧୀନତା ଦିବସ ଉତ୍ସାହ ଓ ଦେଶଭକ୍ତି ସହ ପାଳନ କରାଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୟୁତୀରଞ୍ଜନ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ୍.ଏମ୍.ସି କମିଟି ସଭାପତି ସରୋଜ କୁମାର ମେଶ୍ଵା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ସମ୍ମାନିତ ଅତିଥି ଭାବେ ସ୍କୁଲ ଆଲୁମୁନି ଏସୋସିଏସନର ଅବତାର ହୁସେନ ଏବଂ ନାସିର ଖାନ ଉପସ୍ଥିତ ରହି ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗ ତଥା ଦେଶଗଠନରେ ଯୁବପିଢିର ଭୂମିକା ଉପରେ ଆଲୋଚନା କରିଥିଲେ। ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନେ ଦେଶଭକ୍ତି ଗୀତ, ବକ୍ତୃତା ଓ ନୃତ୍ୟ ପରିବେଷଣ କରିଥିଲେ।