-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
15-Aug-2026
(ତ୍ରିନାଥ ବେଶ୍ରା )
ଆଜି ସାରାଦେଶରେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ୍ୟ ୮୦ ତମ ସ୍ୱାଧୀନତା ଦିବସ ଗୁଡ଼ହାଣ୍ଡି ମଞ୍ଚ ରେ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଛାତ୍ର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଜନ ଗଣ ମନ ଗାନ କରିଥିଲେ। ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ପରେଡ଼ ପ୍ରଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ବିଡ଼ିଓ ଡ଼ ହିମାଞ୍ଚଳ ମାଝୀ, ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଧର୍ମଗଡ଼ ବିଧାୟକ ରିପେଜେଣ୍ଟିବ ତ୍ରିନାଥ ଶବର ସମେତ ଥାନା ଅଧିକାରୀ ଡମ୍ବରୁଧର ଭରତିଆ, ଶିକ୍ଷାନୁଷ୍ଠାନ ର ଅଧିକାରୀ କର୍ମଚାରୀ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ।
ପରେ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହିପରି କୋକସରା ବ୍ଲକ ର ଅନେକ ଅଙ୍ଗନବାଡି କେନ୍ଦ୍ର ରେ ଏବଂ ବିଦ୍ୟାଳୟ ଓ ପ୍ରତେକ ଅନୁଷ୍ଠାନ ମାନଙ୍କରେ ମଧ୍ୟ୍ୟ ଅଶୀ ତମ ସ୍ୱାଧୀନତା ଦିବସ ପାଳନ କରିଥିବା ଦେଖିବାକୁ ମିଳିଥିଲା l