-+91-9937148622 |

prerana_bgr@rediffmail.com |

  Thursday 20th August 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||      ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||      ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   (19-Aug-2026)       ||      ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   (19-Aug-2026)       ||      *ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   (19-Aug-2026)       ||      ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||     

HOME   ରାଜ୍ୟ

ବେଆଇନ ଇଟା ଭାଟି ଯୋଗୁଁ ପରିବେଶ ହେଉଛି ପ୍ରଦୂଷଣ ♦️ ମାଲେମାଲ ହେଉଛନ୍ତି ଇଟା ବେପାରୀ 

22-Feb-2026



କାଲିମେଳା(ସନ୍ତୋଷ କୁମାର ପଣ୍ଡା): ମାଟି ଇଟା ପ୍ରସ୍ତୁତ ଉପରେ କଟକଣ ରହିଛି। ଏହା ସତ୍ତ୍ୱେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ, ଫୁଲଚାନକୋଣ୍ଡା, ମହାରାଜପାଲ୍ଲୀ, ଭୁବନପାଲ୍ଲୀ, ପୁସୁଗୁଡା ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମରେ  ବେଆଇନ ଭାବେ ଛତୁ ଫୁଟିବା ଭଳି ଇଟା ଭାଟି ବଢିଚାଲିଛି।
ପ୍ରଦୂଷଣ ରୋକିବା ପାଇଁ ସରକାର ବନବିଭାଗ ମାଧ୍ଯମରେ କୋଟି  କୋଟି ଟଙ୍କା  ଖର୍ଚ୍ଚ କରୁଥିବା ବେଳେ ଇଟା ବେପାରୀ  ମାନେ ଏହି ଆଦେଶକୁ  ଅବମାନନା କରୁଥିବା ଦେଖିବାକୁ ମିଳୁଛି। ମାଲକାନଗିରି ଜିଲ୍ଲାରେ ଗରମ ଆଗକୁ ରହିଥିବା ବେଳେ ବର୍ତ୍ତମାନ  ଇଟା ଭାଟି ତାପମାତ୍ରା ଓ ପ୍ରଦୂଷଣ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଧୂଆଁ  ଯୋଗୁଁ ପ୍ରଦୂଷଣ ବଢୁଥିବା ବେଳେ ଏହି ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ସରକାର କୋଠର ହେଉଥିବା ବେଳେ ଏହି ଇଟା ବେପାରୀ ମାନଙ୍କ ଉପରେ ସରକାର କିମ୍ବା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ପରିବେଶ ସୁରକ୍ଷା ପାଇଁ ନିର୍ମାଣ କାର୍ଯ୍ୟରେ ମାଟି ତିଆରି ଇଟା  ବ୍ୟବହାର ଉପରେ ୨୦୧୯ ରୁ ସରକାରୀ ସ୍ତରରେ ପ୍ରତିବନ୍ଧକ ଲାଗୁ ହୋଇଥିଲେ ହେଁ ବ୍ୟବସାୟୀ ଏହାକୁ ଅଣଦେଖା କରିଚାଲିଛନ୍ତି । ଅପରପକ୍ଷରେ ଦିନକୁ ଦିନ ଖରାର ପ୍ରକୋପ ଆଗକୁ ବୃଦ୍ଧି ପାଇବାର ରହିଥିବା ବେଳେ ଇଟା ଭାଟି ଧୂଆ ଲୋକଙ୍କୁ ଅଣନିଶ୍ବାସୀ କରୁଛି। ଏଥିସହ ଲୋକେ ଶ୍ବାସଜନିତ ରୋଗର ଶିକାର ହେବାର ମଧ୍ୟ ସମ୍ଭାବନା ରହିଛି l ଏହି ଧୂଆଁ ପରିବେଶ ପ୍ରଦୂଷଣ ମୁଖ୍ୟ କାରଣ l ବେଆଇନ ଇଟା ବ୍ୟବସାୟୀ ମାନେ କୌଣସି ସରକାରୀ କାଗଜପତ୍ର କିମ୍ବା ଅନୁମତି ପତ୍ର ନ କରି  ମନଇଚ୍ଛା ଇଟା ଭାଟି କରି ଲକ୍ଷ ଲକ୍ଷ ଟଙ୍କା ପାଉଥିବା ବେଳେ ରାଜସ୍ବ ହରାଉଛି ସରକାର l ଭାଟି ଯୋଗୁ ମୃଭିକା କ୍ଷୟ ମଧ୍ୟ ହେଉଛି।  ସରକାରୀ ଅନୁମତି ନ ନେଇ ମନଇଛା ମାଟି ଖୋଳା ଯାଉଥିବାରୁ ମୃଭିକା ଉପରେ ବେଶ୍ ପ୍ରଭାବ ପଡୁଛି। ବିଶେଷକରି ନଦୀ, ନାଳ ଓ ଜଳ ଉତ୍ସ ନିକଟରେ ମାଟି ଖୋଳି ଇଟା ଗଢା ଯାଉଥିବାରୁ ବର୍ଷା ଦିନରେ ଲୋକେ ହନ୍ତସନ୍ତ ହେଉଛନ୍ତି । ନଦୀ, ନାଳ ପାଣି ସିଧାସଳଖ ଲୋକଙ୍କ କ୍ଷେତ ଓ ଜମି ମଧ୍ଯକୁ ମାଡ଼ି ଯାଉଛି। ଇଟା ଭାଟି ପାଇଁ ଜଙ୍ଗଲ, ରାଜସ୍ବ, ପରିବେଶ ଆଇନର ଖୋଲା ଉଲଂଘନ ହେଉଥିବା ବେଳେ ସବୁ ଜାଣି ସରକାରୀ ଅଧିକାରୀମାନେ ନିରବ ରହୁଛନ୍ତି । କେତେକ ସ୍ଥାନରେ ନାମକୁ ମାତ୍ର ଚଢ଼ଉ କରାଯାଉଛି। ପରେ ସମ୍ପୃକ୍ତ ଭାଟି ମାଲିକ କାହାକୁ ଖାତିର ନ କରି ଭାଟି ଚଳାଉଛନ୍ତି । ଏପରିକି ଲାଲ ଇଟା ପରିବହନ ବେଆଇନ ଭାବେ କରାଯାଉଛି। ଦେବେ ଦେଖିବା ପାଇଁ ବାକି ରହିଲା କେବେ ଏହି ଇଟା ବେପାରୀଙ୍କ ଉପରେ କେବେ ହେଉଛି କାର୍ଯ୍ୟାନୁଷ୍ଠାନ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   20-Aug-2026
  ଜିଲ୍ଲା  
*ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   20-Aug-2026
  ଜିଲ୍ଲା  
ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   20-Aug-2026
  ଜିଲ୍ଲା  
ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   20-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   20-Aug-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   20-Aug-2026
  ଜିଲ୍ଲା  
ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   19-Aug-2026
  ଜିଲ୍ଲା  
ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   19-Aug-2026
  ଜିଲ୍ଲା  
ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା   19-Aug-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ ଦ୍ୱିତୀୟ ଦିବସ, ଖୁର୍ଡିଆବାହଲ,ସିଲାଟି, କଦଳିପାଳି,ଖଇରମାଲ ବିଜୟୀ।   19-Aug-2026
  ଜିଲ୍ଲା  
*ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସମୀକ୍ଷା ବୈଠକ*-   19-Aug-2026

You Might Also Like