-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
22-Feb-2026
ବଲାଙ୍ଗୀର, ତା. ୨୧/୦୨(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମ ନାରାୟଣ ଦାଶଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ଅଭିଭାଷଣରେ ମାତୃଭାଷାର ମହନୀୟତା ଉପରେ ଆଲୋକପାତ କରିଥିଲେ। ପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ମାତୃଭାଷାରେ ସଙ୍ଗୀତ ତଥା ଗଳ୍ପ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଶିକ୍ଷକ ମନରଞ୍ଜନ ପରିଡ଼ାଙ୍କ ସ୍ବର୍ଗତ ମାଆଙ୍କର ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ ଲିଙ୍ଗରାଜ ନନ୍ଦ ପରିଚାଳନା କରିଥିବା ବେଳେ ଶିକ୍ଷକ ଦେବେଶ ହୋତା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଦୀପକ ସେନ ଧରୁଆ, ବୃନ୍ଦାବନ ଭୂଏ, ହିମାଂଶୁ ବିଶ୍ଵାଳ, ଅବିନାଶ ଭୋଇ, ଅଶୋକ କୁମାର ନାୟକ,ମନରଞ୍ଜନ ପରିଡ଼ା, ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ,କାନ୍ତି ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।