-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
18-Feb-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ୧୭ ତମ ସର୍ବ ଭାରତୀୟ ରାମଧୂନ୍ କ୍ଲବ ଫୁଟବଲ ଟୁର୍ଣ୍ଣlମେଣ୍ଟର ତୃତୀୟ ଦିବସରେ ମଙ୍ଗଳା କ୍ଲବ କଟକ ଓ କଲିକତା ବେଙ୍ଗଲି ଏକାଡେମୀ ଦଳ ପ୍ରଥମ ସେମିଫାଇନାଲ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ସୋନପୁର ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଯୋଗ ଦେଇ ଷ୍ଟାଡିୟମ୍ ର ଉନ୍ନତି ଲାଗି ପ୍ରୟାସ ଜାରି ରହିଛି ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ, ବରିଷ୍ଠ ସାମ୍ବାଦିକ ତଥା ଭେଟରାନ ଫୁଟବଲର ଗୋରେଖ ନାଥ ସାହୁ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ମଧୁ ସୁଦନ ଓତା, କଲିକତା ଦଳ ଗ୍ରଞ୍ଚାଇଜ୍ ମହାନଦୀ ଧାରା ର ଡାଇରେକ୍ଟର ପ୍ଲାବନ ମହାପାତ୍ର ଓ କଟକ ଦଳ ର ଫ୍ରାଞ୍ଚାଇଜ୍ ଫିଟ୍ ନେସ ଏମ୍ପାୟର ପ୍ରୋପାଇଟର ଦିନେଶ ଦୟାଲ ଯୋଗ ଦେଇ ଆଜିର ଖେଳକୁ ଉଦଘାଟନ କରି ଖେଳାଳି ମାନଙ୍କ ସହ ପରିଚୟ ପ୍ରଦାନ କରିଥିଲେ ଓ ଭବ୍ୟ ଆୟୋଜନ ସହ ଉଚ୍ଚ କୋଟୀର ଖେଳ କୁ ଭୂୟସୀ ପ୍ରଶଂସା କରିଥିଲେ l ଖେଳକୁ ମୁଖ୍ୟ ରେଫରି ଭାବେସଞ୍ଜୀବ ସାହୁ, ସହଯୋଗୀ ରେଫରୀ ଭାବେ ଦେବାଶିଷ ବାଗ, ସଂଜନ କୁଦେଇ , ଶୁଶାନ୍ତ ବାଗ , ଓ ମ୍ୟାଚ କମିଶନର ଭାବେ ଭୁକୁଲୁ ବକ୍ସି ଖେଳ ପରିଚାଳନା ରେ ସହଯୋଗ କରିଥିଲେ l ଅତିଥି ଓ ଭେଟରାନ କ୍ରିଡାବିତ୍ ମାନଙ୍କ ସହିତ ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ସଭା କାର୍ଯ୍ଯ ଦିଗାମ୍ବର ଶତପଥି ଲଟେରୀ ଉଠାଣ କାର୍ଯ୍ଯ କ୍ରମ କୁ ପରିଚାଳନା କରିଥିଲେ l ଖେଳ ର ପ୍ରଥମ ଭାଗରେ କଟକ ଦଳ ପକ୍ଷରୁ ୩ ଟି ଗୋଲ୍ ସ୍କୋର ଓ ଦ୍ଵିତିୟାର୍ଦ୍ଧ ରେ ୩ ଟି ଗୋଲ ସ୍କୋର ହୋଇଥିଲା l
କ୍ରୀଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା, ରାମଧୁନ କ୍ଳବ୍ ସଦସ୍ୟ ବିକାଶ ପଣ୍ଡା, , ସନ୍ତୋଷ ପାଢ଼ୀ, ବୁବୁନ ନାଏକ, ବାଲ ଗୋପାଲ ମିଶ୍ର, ପ୍ରିତମ ସରାଫ, ରିକୁନ ନାଏକ, ସିପୁନ ନାଏକ, ସୁରଜ୍ ସାହୁ, ଚନ୍ଦନ ସାହୁ, ବିଦ୍ୟା ଧର ମିଶ୍ର, ମଦନ ସାହୁ, ରଜତ ସାହୁ, ରଞ୍ଜିତ ସାହୁ, ଜଗନ୍ନାଥ ସାହୁ, ସନତ ହୋତା, ସଦା ସାହୁ, ଗୁରୁ ଦଳାଇ, ବୁଠୀ ଦଳାଇ, ଚନ୍ଦନ ବେହେରା, ଆୟୁଷ ପଣ୍ଡା, ଅଂଶୁମାନ ପଣ୍ଡା ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l କଟକ ମଙ୍ଗଳା ଦଳ ର ଖେଳାଳୀ ଜୀତୁ ମୁଦୁଲି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଆଜିର ଅତିଥି ମାନେ ପୁରସ୍କୃତ କରିଥିଲେ l ପ୍ରଭୁ ଦାସ କୁମ୍ଭାର ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ l ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିଲେ l ଦର୍ଶକ ଙ୍କ ପାଇଁ ଅନୁଷ୍ଟିତ ଲଟେରୀ ଉଠାଣ ରେ ଆଜନ ମହମ୍ମଦ ସୋନପୁର ପ୍ରଥମ, ମହେଶ ମହାପାତ୍ର କଟକ ଦ୍ୱିତୀୟ, ଓ ଲିଙ୍ଗରାଜ ସୁନା ବାଲଯୁରି ତୃତୀୟ ପୁରସ୍କାର ଗହାସଲ କରିଥିଲେ l