-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
18-Feb-2026
କାଲିମେଳା(ସନ୍ତୋଷ କୁମାର ପଣ୍ଡା): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତାଣ୍ଡାବାଇ ପଞ୍ଚାୟତରେ ଦୁଇଟି କାର୍ଯ୍ୟରେ ସମାନ ଦିନ ସମାନ ଶ୍ରମିକଙ୍କ ଫୋଟୋରୁ ଫୋଟୋ ଉଠାଇ ହେଉଛି ଏନଏମ୍ଏମ୍ଏସ l ଗୋଟିଏ ହେଉଛି ତାଣ୍ଡାବାଇ ଠାରୁ ମଶାଣିଘାଟ ଏବଂ ଅନ୍ୟଟି ହେଉଛି ଫିଲଡ଼ ଚେନେଲ ତାଣ୍ଡାବାଇ l
ସୂଚନା ମୁତାବକ, ଉକ୍ତ ଫିଲ୍ମ ଚାନେଲ ଯାହାର କୋଡ଼ ନମ୍ବର ୨୪୩୧୦୧୪୦୧୦/ଡବ୍ଲୁସି/୧୦୪୧୯୪୦୯ ହୋଇଥିବା ବେଳେ ଅନ୍ୟଟି ହେଉଛି ତାଣ୍ଡାବାଇ ଠାରୁ ମଶାଣିଘାଟ ରାସ୍ତା କାମ ଯାହାର କୋଡ଼ ନମ୍ବର ୨୪୩୧୦୧୪୦୧୦/ଆରସି/୧୦୬୨୦୩୨୬ଏହି ଦୁଇଟି କାମରେ ଫୋଟୋ ଉଠେଇ ଏନଏମଏମଏସ ଆପରେ ଅପଲୋଡ଼ କରିବା ପରିବର୍ତ୍ତେ ଏହା ଗତ କାଲି ମୋବାଇଲ ଫୋଟୋରୁ ଫୋଟୋ ଉଠେଇ ଅପଲୋଡ଼ କରିବା ସହ ଗୋଟିଏ ଦିନରେ ସମାନ ଶ୍ରମିକ ଏବଂ ସମାନ ଫୋଟୋ ଅପଲୋଡ଼ କରିଥିବା ଦେଖିବା ପାଇଁ ମାଳିଛି।ଗୋଟିଏ ଦିନରେ ସମାନ ଶ୍ରମିକ କିଭଳି ଦୁଇଟି ଜାଗାରେ କାମ କରିଲେ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଏଭଳି ଦୁର୍ନୀତି ମନରେଗା ଯୋଜନାରେ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ କଣ ପାଇଁ ଦୃଷ୍ଟି ଗୋଚର କରୁନାହିଁ lଏହାସହ ଏହା ପୁରୁଣା କାମ ହୋଇଥିବା ବେଳେ ବର୍ତ୍ତମାନ ସ୍ଥାନୀୟ ଜବକାର୍ଡ ଧାରୀଙ୍କ ଆକାଉଣ୍ଟକୁ ଅସାଧୁ ଉପାୟରେ ଟଙ୍କା ପୈଠ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଥିବା ଜଣା ପଡ଼ିଛି।ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ଯୋଜନା କାର୍ଯ୍ୟରେ କେବେ ମେସିନ ବ୍ୟବାହାର ହେଉଛି ତ କେବେ କାମ ନହୋଇ ବିଲ୍ ଉଠାଯାଉଛି । ଏସବୁ ବାଦ୍ ବର୍ତ୍ତମାନ ମନରେଗା ଯୋଜନାର ଅର୍ଥ ଲୁଟ ପାଇଁ ଶ୍ରମିକଙ୍କ ବଦଳରେ ଫୋଟୋରୁ ଫୋଟୋ ନେଇ ତାହାକୁ ମନରେଗା ପୋର୍ଟାଲ୍ ରେ ଅପଲୋଡ଼ କରିବା ଚିତ୍ର ଦେଖିବା ପରେ ବାସ୍ତବିକ କ୍ଷେତ୍ରରେ ଯୋଜନା କେତେଦୂର ସଫଳ ହେଇଛି ତାହା ତଦନ୍ତ ସାପେକ୍ଷ ।